- DECEMBER 9, 2022
Breaking News
ଯୁବତୀଙ୍କ ଝୁଲନ୍ତା ଶବ ଉଦ୍ଧାର, କାରଣ ଅସ୍ପଷ୍ଟ: କୁତ୍ରା: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ କଟଙ୍ଗଝରିଆ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି । ଜଣେ ୧୮ ବର୍ଷୀୟା ଯୁବତୀଙ୍କ ଝୁଲନ୍ତା ଅବସ୍ଥାରେ ଶବ ଉଦ୍ଧାର ହୋଇଛି। ମୃତକାଙ୍କ ନାମ ଭଗବତଈ ସିଂ ବୋଲି ଜଣାପଡିଛି ।
ହାଇୱାକୁ ପଛ ପଟୁ ଧକ୍କା ଦେଲା ଆମ୍ବୁଲାନ୍ସ,, ୩ କର୍ମଚାରୀ ଗୁରୁତର: ଭଦ୍ରକ: ଭଦ୍ରକର ଚରମ୍ପା ଠାରେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଠିଆ ହୋଇଥିବା ଏକହାଇୱା ଟ୍ରକ୍ କୁ ପଛ ପଟୁ ଧକ୍କା ଦେଲା ଆମ୍ବୁଲାନ୍ସ । ଆମ୍ବୁଲାନ୍ସ ଭିତରେ ଥିବା ୩ କର୍ମଚାରୀ ଗୁରୁତର। ଦୁର୍ଘଟଣାର ଏକ ଘଣ୍ଟା ପରେ ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀର ସହାୟତାରେ ଉଦ୍ଧାର ହେଲେ ଆମ୍ବୁଲାନ୍ସ କର୍ମଚାରୀ। ଗୁରୁତର ୩ କର୍ମଚାରୀଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିଲା। ସେଠାରେ ସେମାନଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ରାତି ପ୍ରାୟ ସାଢେ ଗୋଟାଏ ବେଳେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଘଟିଛି ଏହି ଦୁର୍ଘଟଣା । ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି।
୧୧ଟି ରାଜ୍ୟରେ ବର୍ଷା ସତର୍କତା ଜାରି:ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ ବର୍ଷା ଏବଂ ଝଡ଼ବର୍ଷା ଜାରି ରହିଛି। ଜମ୍ମୁ କଶ୍ମୀର, ହିମାଚଳ ପ୍ରଦେଶ, ପଶ୍ଚିମବଙ୍ଗ, ପଞ୍ଜାବ-ହରିୟାଣା, ଆସାମ, କେରଳ, ତ୍ରିପୁରା ଏବଂ ନାଗାଲାଣ୍ଡ ସମେତ ୧୧ଟି ରାଜ୍ୟରେ ପ୍ରବଳ ବର୍ଷା ଏବଂ ପ୍ରବଳ ପବନ ସତର୍କ କରାଯାଇଛି। ଏହି ରାଜ୍ୟଗୁଡ଼ିକରେ ବଜ୍ରପାତ ସତର୍କତା ଜାରି କରାଯାଇଥିବାବେଳେ, ରାଜସ୍ଥାନ, ଛତିଶଗଡ଼ ଏବଂ ଓଡ଼ିଶା ଭଳି ରାଜ୍ୟ ପାଇଁ ଆଜି ଏବଂ ଆଜି ପାଇଁ ହିଟ୍ୱେଭ୍ ଚେତାବନୀ ଜାରି କରାଯାଇଛି।ପାଣିପାଗ ବିଭାଗ ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ସଂଲଗ୍ନ ଏନସିଆର ପାଇଁ ଏକ ସତର୍କତା ଜାରି କରିଛି। ଆଇଏମଡି ଅନୁଯାୟୀ ଆଜି ସକାଳେ ଦିଲ୍ଲୀରେ ପ୍ରବଳ ପବନ ବହିବ। ଅପରାହ୍ନରେ ତାପମାତ୍ରା ୩ ରୁ ୪ ଡିଗ୍ରୀ ବୃଦ୍ଧି ପାଇପାରେ। ଆଜି ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ୩୪ ଡିଗ୍ରି ସେଲସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା ୨୨ ଡିଗ୍ରି ସେଲସିୟସ୍ ରହିବ ବୋଲି ଆଶା କରାଯାଉଛି।
ସେୟାର ବଜାରରେ ହାହାକାର: ନୂଆଦିଲ୍ଲୀ: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ବିଫଳ ହେବା ଯୋଗୁଁ ଆଜି ଘରୋଇ ବଜାରରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ପ୍ରାରମ୍ଭିକ କାରବାରରେ BSE ସେନସେକ୍ସ ୧୬୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇଥିଲା ଯେତେବେଳେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି୫୦ ସୂଚକାଙ୍କ ୪୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇଥିଲା। ସକାଳ ୯ଟା ୧୮ରେ ସେନସେକ୍ସ ୭୫,୯୩୭.୧୬ ପଏଣ୍ଟରେ କାରବାର କରୁଥିଲା, ଯାହା ୧୬୧୩.୦୯ ପଏଣ୍ଟ କିମ୍ବା ୨.୦୮% ହ୍ରାସ ପାଇଥିଲା। ନିଫ୍ଟି ୪୬୯.୬୫ ପଏଣ୍ଟ କିମ୍ବା ୧.୯୫% ହ୍ରାସ ପାଇ ୨୩,୫୮୦.୯୫ ପଏଣ୍ଟରେ ପହଞ୍ଚିଥିଲା।
ଗ୍ୟାସ୍ ଟାଙ୍କି ଫାଟି ଜଣେ ମୃତ:ରଣପୁର: ଗତକାଲି ନୟାଗଡ଼ ଜିଲ୍ଲା ରଣପୁର ଏନ୍ଏସି ଅଞ୍ଚଳରେ ଗ୍ୟାସ୍ ଟାଙ୍କି ଫାଟି ଗୋଟିଏ ପରିବାରର ୬ଜଣ ଗୁରୁତର ହୋଇଥିଲେ। ଏମ୍ସ ଭୁବନେଶ୍ୱର ସମସ୍ତଙ୍କର ଚିକିତ୍ସା ଚାଲିଥିବା ବେଳେ ଆଜି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଗୀତାରାଣୀ ମହାନ୍ତି(୫୯)। ଆଜି ଭୋର୍ ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା।