ଭୁବନେଶ୍ବର: ରାଜ୍ୟରେ ହତ୍ୟା, ଦୁଷ୍କର୍ମ, ଗଣଦୁଷ୍କର୍ମ, ଲୁଣ୍ଠନ, ଗୋଷ୍ଠୀ ସଂଘର୍ଷ ପରେ ଭିଡ଼ ହିଂସା ଭଳି ବଢ଼ିଚାଲିଛି। ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ଥ ହେବାରେ ଲାଗିଛି। ଅପରାଧୀ ଦମନ ଲାଗି ପୁଲିସ ଦାଗି ଓ ପେସାଦାର ଅପରାଧୀଙ୍କୁ ଏନ୍କାଉଣ୍ଟର ନୀତି ଆପଣାଇବା ପରେ ବି ଅପରାଧ ନିୟନ୍ତ୍ରଣ ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି। ପୁଲିସର କାର୍ଯ୍ୟଦକ୍ଷତା ନେଇ ଚାରିଆଡ଼ୁ ସମାଲୋଚନା ହେବା ପରେ ଶେଷରେ ରାଜ୍ୟ ପୁଲିସ ମୁଖ୍ୟାଳୟରୁ ସ୍ଥିତି ସଜାଡ଼ିବା ଉଦ୍ୟମ ଆରମ୍ଭ ହୋଇଛି। ପୁଲିସ ଡିଜି ୱାଇବି ଖୁରାନିଆ ୧୭ଟି ଜିଲ୍ଲାକୁ ମୁଖ୍ୟତଃ ଫୋକସ୍ କରିଛନ୍ତି ଏବଂ ଏହି ୧୭ ଜିଲ୍ଲା ଦାୟିତ୍ବ ନିରୀକ୍ଷଣ ପାଇଁ ୧୫ ଆଇପିଏସ୍ ଅଧିକାରୀଙ୍କୁ ଦାୟିତ୍ବ ଦେଇଛନ୍ତି। ବାର୍ଷିକ ବ୍ଲକ୍ ନିରୀକ୍ଷଣ କାର୍ଯ୍ୟକ୍ରମ-୨୦୨୬ ଅଧୀନରେ ଡିଜି ପାହ୍ୟାରୁ ଆରମ୍ଭ କରି ଆଇଜି ପାହ୍ୟା ପର୍ଯ୍ୟନ୍ତ ୧୫ ଜଣ ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ୧୭ଟି ଜିଲ୍ଲାର ସ୍ୱତନ୍ତ୍ର ନିରୀକ୍ଷଣ ଓ ତଦାରଖ ଦାୟିତ୍ୱ ନ୍ୟସ୍ତ କରାଯାଇଛି। କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କୁ ବାଲେଶ୍ୱର ଓ ଭଦ୍ରକ ଏବଂ ଏଡିଜି ସଞ୍ଜୀବ ପଣ୍ଡାଙ୍କୁ କୋରାପୁଟ ଓ ରାୟଗଡ଼ା ଦାୟିତ୍ୱ ମିଳିଛି। ସେଭଳି ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଜଗତସିଂହପୁର, ଏଡିଜି ଅରୁଣ ବୋଥ୍ରା ଅନୁଗୁଳ, ଏଡିଜି ସଞ୍ଜୟ କୁମାରଙ୍କୁ ସମ୍ବଲପୁର, ଏଡିଜି ରାଜେଶ କୁମାରଙ୍କୁ ନୟାଗଡ଼, ଏଡିଜି ପ୍ରତୀକ ମହାନ୍ତିଙ୍କୁ ଯାଜପୁର, ଏଡିଜି ଯତୀନ୍ଦ୍ର କୋୟଲଙ୍କୁ କଳାହାଣ୍ଡି, ଏଡିଜି ଏସ୍ ସାଇନିଙ୍କୁ ବଲାଙ୍ଗୀର, ଆଇଜି ଏସ୍ ପ୍ରବୀଣ କୁମାରଙ୍କୁ କନ୍ଧମାଳ, ଆଇଜି ଗଜ୍ଭିଏ ସତୀଶ କୁମାର ଈଶ୍ବରଦାସଙ୍କୁ ଢେଙ୍ଗାନାଳ, ଆଇଜି ଦୀପକ କୁମାରଙ୍କୁ ମାଲକାନଗିରି, ଆଇଜି ଅନୁପ କୁମାର ସାହୁଙ୍କୁ ପୁରୀ, ଅବିନାଶ କୁମାରଙ୍କୁ ମୟୂରଭଂଜ ଏବଂ ସାର୍ଥକ ଷଡ଼ଙ୍ଗୀଙ୍କୁ କେନ୍ଦ୍ରାପଡ଼ା ଭଳି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ଦିଆଯାଇଛି। ଆସନ୍ତା ଜୁଲାଇରୁ ଏହି ଅଧିକାରୀମାନେ ସମ୍ପୃକ୍ତ ଜିଲ୍ଲା ଗସ୍ତ କରି ଆଇନଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଏବଂ ଥାନାଗୁଡ଼ିକର କାର୍ଯ୍ୟଶୈଳୀ ସମୀକ୍ଷା କରିବେ। ତେବେ ସେମାନେ କେବେଠାରୁ ଜିଲ୍ଲାଗସ୍ତ କରିବେ ଆସନ୍ତା ୧୫ଦିନ ଭିତରେ ଜଣାଇବାକୁ କୁହାଯାଇଛି।
Breaking News
- ମୋଦୀ କହିଲେ, "ଜନସେବା ହିଁ ସୁଶାସନର ପରୀକ୍ଷା": ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ଦେଶର ରାଜନୈତିକ ଇତିହାସରେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ଭାରତୀୟ ସମ୍ବିଧାନ ଲାଗୁ ହେବା ପରଠାରୁ ସେ ଦେଶର ସବୁଠାରୁ ଦୀର୍ଘ ସମୟ ଧରି ନିରବଚ୍ଛିନ୍ନ ଭାବେ ଦାୟିତ୍ୱ ତୁଲାଇଥିବା ପ୍ରଧାନମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି।
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ: ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରି ନୂଆ ରେକର୍ଡ ସୃଷ୍ଟି କରିଥିବା ନରେନ୍ଦ୍ର ମୋଦୀଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
- ବନ୍ୟା ଋତୁରେ ଜଳସମ୍ପଦ ବିଭାଗର ନିର୍ଦ୍ଦେଶାନାମା, ଛୁଟି ଉପରେ ଲାଗିଲା ରୋକ୍: ବନ୍ୟା ଋତୁରେ ଛୁଟି ଉପରେ କଟକଣା । ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ ଜଳସମ୍ପଦ ବିଭାଗର ଅଧିକାରୀ । ବିଭାଗ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶାନାମା । ଜଳସମ୍ପଦ ବିଭାଗର ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ବନ୍ୟା ଋତୁ ପୂର୍ବ ପ୍ରସ୍ତୁତି ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।
- ଟିଏମସିକୁ ପୁଣି ଝଟକା: ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ସୁସ୍ମିତା ଦେବ, ୩ ଦିନରେ ୨ ରାଜ୍ୟସଭା ସଦସ୍ୟ ଦିଦିଙ୍କୁ ଛାଡିଲେ: ବିଦ୍ରୋହୀ ନେତା ଋତବ୍ରତ ବାନାର୍ଜୀଙ୍କ ସମର୍ଥନରେ ୬୧ ଜଣ ବିଧାୟକ ଏକ ଗୋଷ୍ଠୀ ଗଠନ କରିବା ପରେ ବିଦ୍ରୋହ ଏବେ ସଂସଦକୁ ବ୍ୟାପିଛି। ତାଙ୍କ ବିଶ୍ୱସ୍ତ ସହଯୋଗୀ ସୁଖେନ୍ଦୁ ଶେଖର ରାୟ ଜୁନ୍ ୮ରେ ରାଜ୍ୟସଭା ପଦରୁ ଇସ୍ତଫା ଦେଇଥିଲେ।
- ଇଣ୍ଡୋ ଫିଲିପାଇନ୍ସ କିକ୍ବକ୍ସିଂ ଓପନ୍: ଲକ୍ଷ୍ମୀପ୍ରିୟାଙ୍କୁ ସ୍ବର୍ଣ୍ଣ, ସାଇରାଜଙ୍କୁ ରୌପ୍ୟ: ଫିଲିପାଇନ୍ସର ଲାପୁଲାପୁ ସିଟିରେ ଆୟୋଜିତ ଡବ୍ଲ୍ୟୁକେଏ ଇଣ୍ଡୋ ଫିଲିପାଇନ୍ସ କିକ୍ବକ୍ସିଂ ଓପନ୍ ପ୍ରତିଯୋଗିତାର କେ-୧ ମହିଳା ୫୪ ବର୍ଷରୁ କମ୍ରେ ମଧୁପ୍ରିୟ ସ୍ବର୍ଣ୍ଣ ପଦକ କରାୟତ୍ତ କରିଛନ୍ତି। ସେ ଫାଇନାଲ୍ରେ ସ୍ଥାନୀୟ ଖେଳାଳି କ୍ରିଷ୍ଟିନ୍ ଏମ୍କୁ ପରାସ୍ତ କରିଥିଲେ।
- ଉରିରେ ଏଲଓସି ନିକଟରେ ବିସ୍ଫୋରଣ: ଦୁଇ ସେନା ଯବାନ ସହିଦ: ବିସ୍ଫୋରଣରେ ଦୁଇ ଜଣ ସେନା ଯବାନ ସହିଦ ହୋଇଛନ୍ତି। ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ, ଉରିରକମଲକୋଟରେ ନିୟନ୍ତ୍ରଣ ରେଖାନିକଟରେ ହଠାତ୍ ବିସ୍ଫୋରଣ ହେବାରୁ ଦୁଇଜଣ ସେନା ଯବାନ ଗୁରୁତର ଆହତ ହୋଇଥିଲେ। ପରେ ସେମାନଙ୍କର ମୃତ୍ୟୁ ହୋଇଥିଲା।
- dsfkds hfkjhsdkjfds
Related Post
Stay Connected
ନିଉଜ ଆଲର୍ଟ
Subscribe To Our Newsletter
No spam, notifications only about news updates.
Don’t worry, we don’t spam