Breaking News
ଖେଳ

ଶ୍ରୀଲଙ୍କାରେ ବୈଭବଙ୍କୁ କ୍ରିଜ୍‌ରୁ ବାହାରକୁ ପଠାଇଲେ ମହମ୍ମଦ ସିରାଜ

ଶ୍ରୀଲଙ୍କାରେ ବୈଭବଙ୍କୁ କ୍ରିଜ୍‌ରୁ ବାହାରକୁ ପଠାଇଲେ ମହମ୍ମଦ ସିରାଜ

ଦାମ୍ବୁଲା: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୨୦୨୬ ପରେ ପ୍ରଥମ ଥର ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ଟିମ୍ ଇଣ୍ଡିଆ ଜର୍ସିରେ ଦେଖିବାକୁ ମିଳିଛି। ଭାରତ ଏ, ଶ୍ରୀଲଙ୍କା ଏ ଏବଂ ଆଫଗାନିସ୍ତାନ ଏ ମଧ୍ୟରେ ଟ୍ରାଇ-ସିରିଜରେ ଭାରତୀୟ ଯୁବ ବ୍ୟାଟର ଖେଳିଛନ୍ତି। ଶ୍ରୀଲଙ୍କାରେ ଆଜିଠାରୁ ଆରମ୍ଭ ହେଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ଆଇପିଏଲ୍‌ର ଷ୍ଟାର କ୍ରିକେଟ୍‌ର ବୈଭବ ସୂର୍ଯ୍ୟବଂଶୀ ତାଙ୍କର ପ୍ରଶଂସକଙ୍କୁ ଉତ୍ସାହିତ କରିପାରି ନାହାନ୍ତି। ପ୍ରଶଂସକ ଯାହା ଚାହୁଁଥିଲେ ତାହା ଦେଖିପାରି ନାହାନ୍ତି। ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଦଳ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଭାରତ ପାଇଁ ବିସ୍ଫୋରକ ବ୍ୟାଟର ପ୍ରଭସିମରନ ସିଂହ ଏବଂ ବୈଭବ ସୂର୍ଯ୍ୟବଂଶୀ ଇନିଂସ ଆରମ୍ଭ କରିଥିଲେ। ତେବେ ଦଳକୁ ମାତ୍ର ୧୬ ରନ୍‌ରେ ପ୍ରଥମ ଝଟକା ଲାଗିଥିଲା। ଶ୍ରୀଲଙ୍କାର ଶିକାର ହୋଇଥିଲେ ବୈଭବ ସୂର୍ଯ୍ୟବଂଶୀ। ସେ ଭଲ ଆରମ୍ଭ କରିଥିଲେ ସୁଦ୍ଧା ଅଧିକ ସମୟ ପର୍ଯ୍ୟନ୍ତ କ୍ରିଜ୍‌ରେ ତିଷ୍ଠି ପାରି ନଥିଲେ। ୧୨ଟି ବଲ୍‌ ଖେଳି ୩ଟି ଚୌକା ବଳରେ ୧୪ ରନ୍‌ ସଂଗ୍ରହ କରିଥିଲେ। ମହମ୍ମଦ ସିରାଜଙ୍କ ବଲ୍‌ ସଚିନ ଆର୍ଚ୍ଚିଙ୍ଗେଙ୍କୁ କ୍ୟାଚ୍‌ ଦେଇ ଆଉଟ୍‌ ହୋଇଥିଲେ। ଏହି ମ୍ୟାଚ୍‌ରେ ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଦେଖାଯାଇଛି। ଦଳ ମାତ୍ର ୧୬ ରନ୍‌ରେ ଉଭୟ ଓପନରଙ୍କୁ ହରାଇଛି। ବୈଭବଙ୍କ ପରେ ପ୍ରଭସିମରନ ମଧ୍ୟ ଅଳ୍ନ ସମୟ ମଧ୍ୟରେ ଆଉଟ୍‌ ହୋଇଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଭାରତର ସ୍କୋର ୧୦ ଓଭର ଶେଷ ସୁଦ୍ଧା ୨ଟି ୱିକେଟ୍‌ରେ ୪୯ ରନ୍‌ ହୋଇଥିଲା। ଏହି ସମୟରେ ପ୍ରିୟାଂଶ ଆର୍ଯ୍ୟ ଏବଂ ଋତୁରାଜ ଗାଏକ୍ବାର୍ଡ କ୍ରିଜରେ ମହଜୁଦ ଥିଲେ।

Related Post