Breaking News
ଖେଳ

ଭାରତୀୟ ଫୁଟ୍‌ବଲ୍‌ ତାରକା ଗ୍ରେସ୍‌ଙ୍କ ଅବସର

ଭାରତୀୟ ଫୁଟ୍‌ବଲ୍‌ ତାରକା ଗ୍ରେସ୍‌ଙ୍କ ଅବସର

ନୂଆଦିଲ୍ଲୀ: ଗୋଆରେ ଭାରତ ସାଫ୍‌ ପ୍ରତିଯୋଗିତା ଟ୍ରଫି କରାୟତ୍ତ କରିବା ପରେ ଭାରତୀୟ ମହିଳା ଫୁଟ୍‌ବଲ୍‌ ତାରକା ଗ୍ରେସ୍‌ ଡାଙ୍ଗମେଇଙ୍କ ଅନ୍ତର୍ଜାତୀୟ ଜୀବନରେ ଯବନିକା ପଡ଼ିଛି। ଦଳର ଟ୍ରଫି ବିଜୟ ପରେ ୩୦ ବର୍ଷୀୟା ଗ୍ରେସ୍‌ ଅନ୍ତର୍ଜାତୀୟ ଫୁଟ୍‌ବଲ୍‌କୁ ଅଲ୍‌ବିଦା କରିଛନ୍ତି। ବାଂଲାଦେଶ ବିପକ୍ଷଫାଇନାଲ୍‌ରେ ସେ ଆରମ୍ଭରୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇ ନଥିଲେ, ହେଲେ ବଦଳ ଖେଳାଳି ଭାବେ ପଡ଼ିଆକୁ ଓହ୍ଲାଇଥିଲେ। ପୁରସ୍କାର ବିତରଣ ଉତ୍ସବରେ ଉପସ୍ଥିତ ରହି ଟ୍ରଫି ତୋଳି ଧରିବାର ଅନନ୍ୟ ସ୍ମୃତି ଛାଡ଼ିଥିଲେ। ତାଙ୍କୁ ଟ୍ରଫି ଭେଟି ଦେଇ ସାଥୀ ଖେଳାଳି ସମ୍ମାନର ସହ ବିଦାୟ ଦେଇଥିଲେ। ଏହି ମଣିପୁର ଫୁଟ୍‌ବଲର୍‌ ଭାରତ ପକ୍ଷରୁ ୯୫ ମ୍ୟାଚ୍‌ ଖେଳିଥିଲା ବେଳେ ୩ ସାଫ୍‌ ବିଜେତା ଦଳର ସଦସ୍ୟ ରହିବାର ଗୌରବ ପାଇଛନ୍ତି। ତାଙ୍କ ୧୫ ବର୍ଷର ଫୁଟ୍‌ବଲ୍‌ ଜୀବନରେ ଭାରତର ଶୀର୍ଷସ୍ତରୀୟ କ୍ଲବ୍‌ କ୍ରିଫ୍‌ସା, ସେତୁ ଏଫ୍‌ସି, ଗୋକୁଳମ କେରଳା, ଶ୍ରୀଭୂମି ସହ ଉଜ୍‌ବେକିସ୍ତାନର ଏଫ୍‌ସି ନସାଫ୍‌ କାର୍ଶିରୁ ପ୍ରତିନିଧିତ୍ବ କରିଛନ୍ତି। ୨୦୨୨ରେ ନାସାଫ୍‌ କାର୍ଶି ପାଇଁ ଗୋଟିଏ ଋତୁ ପାଇଁ ଚୁକ୍ତି କରିଥିବା ଗ୍ରେସ୍‌ ୧୪ ଲିଗ୍‌ ମ୍ୟାଚ୍‌ ଖେଳି ୪ ଗୋଲ୍‌ ସ୍କୋର୍‌ କରିଥିଲେ। ତାଙ୍କର ପ୍ରଦର୍ଶନ ବଳରେ ନାସାଫ୍‌ କାର୍ଶି ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଲିଗ୍‌ ଓ କପ୍‌ ଜିତିବାରେ ସଫଳ ‌ହୋଇଥିଲା।

Related Post