ନୂଆଦିଲ୍ଲୀ: ଓମାନ ଉପକୂଳ ନିକଟରେ ଅନ୍ତର୍ଜାତୀୟ ଜଳପଥରେ ଆମେରିକୀୟ ସେନାର ଆକ୍ରମଣ ଯୋଗୁଁ ୩ ଜଣ ଭାରତୀୟ ନାବିକଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ଏହି ସଂବେଦନଶୀଳ ଘଟଣାକୁ ନେଇ ଭାରତ ସରକାରଙ୍କ ପକ୍ଷରୁ ଅତି କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବା ସହ ଆମେରିକାଠାରୁ ଜବାବ ତଲବ କରାଯାଇଛି। ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଭାରତରେ ଅବସ୍ଥାପିତ ଆମେରିକାର କାର୍ଯ୍ୟକାରୀ ରାଷ୍ଟ୍ରଦୂତ ଜେସନ ମିକ୍ସଙ୍କୁ ସମନ କରାଯାଇଛି। ଗୋଟିଏ ସପ୍ତାହ ମଧ୍ୟରେ ମିକ୍ସଙ୍କୁ ଦ୍ୱିତୀୟ ଥର ପାଇଁ ସମନ କରାଯାଇ ପ୍ରାୟ ୪୦ ମିନିଟ୍ ଧରି ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି, ଯେଉଁଠାରେ ଭାରତ ନିଜର ଉଦ୍ବେଗ ପ୍ରକାଶ କରିବା ସହ ଏହି ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ତୁରନ୍ତ ଜବାବ ଦାଖଲ କରିବାକୁ ଦାବି କରିଛି। ଏହି ସମଗ୍ର ଘଟଣା ଯୋଗୁଁ ନୂଆଦିଲ୍ଲୀ ଓ ୱାସିଂଟନ ମଧ୍ୟରେ କୂଟନୈତିକ ସମ୍ପର୍କରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଗତ ଚାରି ଦିନ ମଧ୍ୟରେ ଭାରତୀୟ ନାବିକ ଥିବା ତିନୋଟି ବାଣିଜ୍ୟିକ ଜାହାଜକୁ ନିଶାଣ କରି ଆମେରିକୀୟ ସେନା ପକ୍ଷରୁ ଏହି ଆକ୍ରମଣ କରାଯାଇଛି, ଯାହା ବିଶ୍ୱ ସାମୁଦ୍ରିକ ବାଣିଜ୍ୟକୁ ଘୋର ସଙ୍କଟ ଭିତରକୁ ଠେଲିଦେଇଛି। ୮ ଜୁନ୍ରେ ହୋଇଥିବା ପ୍ରଥମ ଆକ୍ରମଣରେ ଆମେରିକୀୟ ବାହିନୀ ‘ଏମଟି ମାରିଭେକ୍ସ’ ନାମକ ଏକ ତୈଳ ଟାଙ୍କରକୁ ଟାର୍ଗେଟ କରିଥିଲା। ତେବେ ସୌଭାଗ୍ୟବଶତଃ ଏଥିରେ ଥିବା ସମସ୍ତ ୨୪ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଗତ ୯ ତାରିଖରେ ଓମାନର ସୋହାର ବନ୍ଦର ନିକଟରେ ବାଣିଜ୍ୟିକ ଜାହାଜ ‘ଏମଟି ସେଟେବେଲୋ’ ଉପରେ ଆମେରିକା ପକ୍ଷରୁ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ଏହି ଆକ୍ରମଣ ଯୋଗୁଁ ଜାହାଜରେ କାର୍ଯ୍ୟରତ ୩ ଜଣ ନିରୀହ ଭାରତୀୟ ନାବିକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨୧ ଜଣଙ୍କୁ ଉଦ୍ଧାର କରାଯାଇଛି। ଏହାପରେ ୧୧ ତାରିଖରେ ତୃତୀୟ ଆକ୍ରମଣରେ ‘ଏମଟି ଜଲବୀର’ ଜାହାଜ ଉପରେ ଆକ୍ରମଣ କରାଯାଇଥିଲା। ଏହି ଜାହାଜରେ ଥିବା ୨୨ ଜଣ ଭାରତୀୟ ସଦସ୍ୟଙ୍କୁ ପରବର୍ତ୍ତୀ ସମୟରେ ଉଦ୍ଧାର କରାଯାଇଛି।
Breaking News
- ମୋଦୀ କହିଲେ, "ଜନସେବା ହିଁ ସୁଶାସନର ପରୀକ୍ଷା": ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ଦେଶର ରାଜନୈତିକ ଇତିହାସରେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ଭାରତୀୟ ସମ୍ବିଧାନ ଲାଗୁ ହେବା ପରଠାରୁ ସେ ଦେଶର ସବୁଠାରୁ ଦୀର୍ଘ ସମୟ ଧରି ନିରବଚ୍ଛିନ୍ନ ଭାବେ ଦାୟିତ୍ୱ ତୁଲାଇଥିବା ପ୍ରଧାନମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି।
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ: ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରି ନୂଆ ରେକର୍ଡ ସୃଷ୍ଟି କରିଥିବା ନରେନ୍ଦ୍ର ମୋଦୀଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
- ବନ୍ୟା ଋତୁରେ ଜଳସମ୍ପଦ ବିଭାଗର ନିର୍ଦ୍ଦେଶାନାମା, ଛୁଟି ଉପରେ ଲାଗିଲା ରୋକ୍: ବନ୍ୟା ଋତୁରେ ଛୁଟି ଉପରେ କଟକଣା । ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ ଜଳସମ୍ପଦ ବିଭାଗର ଅଧିକାରୀ । ବିଭାଗ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶାନାମା । ଜଳସମ୍ପଦ ବିଭାଗର ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ବନ୍ୟା ଋତୁ ପୂର୍ବ ପ୍ରସ୍ତୁତି ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।
- ଟିଏମସିକୁ ପୁଣି ଝଟକା: ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ସୁସ୍ମିତା ଦେବ, ୩ ଦିନରେ ୨ ରାଜ୍ୟସଭା ସଦସ୍ୟ ଦିଦିଙ୍କୁ ଛାଡିଲେ: ବିଦ୍ରୋହୀ ନେତା ଋତବ୍ରତ ବାନାର୍ଜୀଙ୍କ ସମର୍ଥନରେ ୬୧ ଜଣ ବିଧାୟକ ଏକ ଗୋଷ୍ଠୀ ଗଠନ କରିବା ପରେ ବିଦ୍ରୋହ ଏବେ ସଂସଦକୁ ବ୍ୟାପିଛି। ତାଙ୍କ ବିଶ୍ୱସ୍ତ ସହଯୋଗୀ ସୁଖେନ୍ଦୁ ଶେଖର ରାୟ ଜୁନ୍ ୮ରେ ରାଜ୍ୟସଭା ପଦରୁ ଇସ୍ତଫା ଦେଇଥିଲେ।
- ଇଣ୍ଡୋ ଫିଲିପାଇନ୍ସ କିକ୍ବକ୍ସିଂ ଓପନ୍: ଲକ୍ଷ୍ମୀପ୍ରିୟାଙ୍କୁ ସ୍ବର୍ଣ୍ଣ, ସାଇରାଜଙ୍କୁ ରୌପ୍ୟ: ଫିଲିପାଇନ୍ସର ଲାପୁଲାପୁ ସିଟିରେ ଆୟୋଜିତ ଡବ୍ଲ୍ୟୁକେଏ ଇଣ୍ଡୋ ଫିଲିପାଇନ୍ସ କିକ୍ବକ୍ସିଂ ଓପନ୍ ପ୍ରତିଯୋଗିତାର କେ-୧ ମହିଳା ୫୪ ବର୍ଷରୁ କମ୍ରେ ମଧୁପ୍ରିୟ ସ୍ବର୍ଣ୍ଣ ପଦକ କରାୟତ୍ତ କରିଛନ୍ତି। ସେ ଫାଇନାଲ୍ରେ ସ୍ଥାନୀୟ ଖେଳାଳି କ୍ରିଷ୍ଟିନ୍ ଏମ୍କୁ ପରାସ୍ତ କରିଥିଲେ।
- ଉରିରେ ଏଲଓସି ନିକଟରେ ବିସ୍ଫୋରଣ: ଦୁଇ ସେନା ଯବାନ ସହିଦ: ବିସ୍ଫୋରଣରେ ଦୁଇ ଜଣ ସେନା ଯବାନ ସହିଦ ହୋଇଛନ୍ତି। ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ, ଉରିରକମଲକୋଟରେ ନିୟନ୍ତ୍ରଣ ରେଖାନିକଟରେ ହଠାତ୍ ବିସ୍ଫୋରଣ ହେବାରୁ ଦୁଇଜଣ ସେନା ଯବାନ ଗୁରୁତର ଆହତ ହୋଇଥିଲେ। ପରେ ସେମାନଙ୍କର ମୃତ୍ୟୁ ହୋଇଥିଲା।
- dsfkds hfkjhsdkjfds
Related Post
Stay Connected
ନିଉଜ ଆଲର୍ଟ
Subscribe To Our Newsletter
No spam, notifications only about news updates.
Don’t worry, we don’t spam