କୋଚି: କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନରୟୀ ବିଜୟନଙ୍କ ଝିଅ ବୀଣା ଟିଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସଦ୍ୟ ସମନ୍ ଜାରି କରିଛି। ଏକ ମନି ଲଣ୍ଡରିଂ ମାମଲାରେ ଆସନ୍ତା ଜୁନ୍ ୧୭ ତାରିଖରେ ହାଜର ହେବାକୁ ଇଡି ବୀଣାଙ୍କୁ ସମନ୍ କରିଛି। ବୀଣାଙ୍କୁ ପୂର୍ବରୁ ଜୁନ୍ ୧୨ ତାରିଖରେ ସମନ୍ କରାଯାଇଥିଲା। କିନ୍ତୁ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସେ ଏହାକୁ ଘୁଞ୍ଚାଇବାପାଇଁ କହିଥିଲେ। ଇଡି ପୂର୍ବରୁ ବୀଣାଙ୍କୁ ଜୁନ୍ ୧୨ ତାରିଖରେ ଜେରା ପାଇଁ କୋଚି ଶାଖାରେ ହାଜର ହେବାପାଇଁ କହିଥିଲା। ବର୍ତ୍ତମାନ ଅଚଳ ଥିବା ତାଙ୍କ ଆଇଟି କମ୍ପାନି ଏକ୍ସାଲଜିକ ସଲ୍ୟୁସନ୍ସ ପ୍ରାଇଭେଟ ଲିମିଟେଡ ଏବଂ କେରଳର ଏକ ସ୍ୟାଣ୍ଡ ମାଇନିଂ କମ୍ପାନି ସିଏମଆରଏଲ୍ (କୋଚିନ ମିନେରାଲ୍ସ ଆଣ୍ଡ ରୁଟାଇଲ ଲିମିଟେଡ୍) ମଧ୍ୟରେ ଆର୍ଥିକ କାରବାରରେ ଅନିୟମିତତା ଅଭିଯୋଗରେ ରୁଜୁ ହୋଇଥିବା ମନି ଲଣ୍ଡରିଂ ମାମଲାରେ ବିବୃତି ରେକର୍ଡ କରିବାପାଇଁ ଇଡି ତାଙ୍କୁ ସମନ୍ କରିଛି। ବୀଣା ଇଡିକୁ ଏକ ଇମେଲ୍ ପଠାଇ ତାଙ୍କୁ ଅଧିକ ୨ ସପ୍ତାହ ସମୟ ଦେବାକୁ ଅନୁରୋଧ କରିଥିଲେ। କିନ୍ତୁ ବୀଣାଙ୍କର ଏହି ଅନୁରୋଧ ସତ୍ତ୍ବେ ଇଡି ତାଙ୍କୁ ସଦ୍ୟ ସମନ୍ ଜାରି କରି ଆସନ୍ତା ସପ୍ତାହରେ ହାଜର ହେବାକୁ କହିଛି। ଏହି ତଦନ୍ତର ଏକ ଅଂଶ ଭାବେ ସିଏମଆରଏଲ ପରିଚାଳନା ନିର୍ଦ୍ଦେଶକ ଶଶିଧରନ କରଥା, ଅନେକ କମ୍ପାନି ଅଧିକାରୀ ଏବଂ ଅନ୍ୟ ୯ ଜଣଙ୍କୁ ପୃଥକ୍ ତାରିଖରେ ତତନ୍ତ ପାଇଁ ସମନ୍ କରାଯାଇଛି।
Breaking News
- ମୋଦୀ କହିଲେ, "ଜନସେବା ହିଁ ସୁଶାସନର ପରୀକ୍ଷା": ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ଦେଶର ରାଜନୈତିକ ଇତିହାସରେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ଭାରତୀୟ ସମ୍ବିଧାନ ଲାଗୁ ହେବା ପରଠାରୁ ସେ ଦେଶର ସବୁଠାରୁ ଦୀର୍ଘ ସମୟ ଧରି ନିରବଚ୍ଛିନ୍ନ ଭାବେ ଦାୟିତ୍ୱ ତୁଲାଇଥିବା ପ୍ରଧାନମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି।
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ: ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରି ନୂଆ ରେକର୍ଡ ସୃଷ୍ଟି କରିଥିବା ନରେନ୍ଦ୍ର ମୋଦୀଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
- ବନ୍ୟା ଋତୁରେ ଜଳସମ୍ପଦ ବିଭାଗର ନିର୍ଦ୍ଦେଶାନାମା, ଛୁଟି ଉପରେ ଲାଗିଲା ରୋକ୍: ବନ୍ୟା ଋତୁରେ ଛୁଟି ଉପରେ କଟକଣା । ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ ଜଳସମ୍ପଦ ବିଭାଗର ଅଧିକାରୀ । ବିଭାଗ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶାନାମା । ଜଳସମ୍ପଦ ବିଭାଗର ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ବନ୍ୟା ଋତୁ ପୂର୍ବ ପ୍ରସ୍ତୁତି ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।
- ଟିଏମସିକୁ ପୁଣି ଝଟକା: ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ସୁସ୍ମିତା ଦେବ, ୩ ଦିନରେ ୨ ରାଜ୍ୟସଭା ସଦସ୍ୟ ଦିଦିଙ୍କୁ ଛାଡିଲେ: ବିଦ୍ରୋହୀ ନେତା ଋତବ୍ରତ ବାନାର୍ଜୀଙ୍କ ସମର୍ଥନରେ ୬୧ ଜଣ ବିଧାୟକ ଏକ ଗୋଷ୍ଠୀ ଗଠନ କରିବା ପରେ ବିଦ୍ରୋହ ଏବେ ସଂସଦକୁ ବ୍ୟାପିଛି। ତାଙ୍କ ବିଶ୍ୱସ୍ତ ସହଯୋଗୀ ସୁଖେନ୍ଦୁ ଶେଖର ରାୟ ଜୁନ୍ ୮ରେ ରାଜ୍ୟସଭା ପଦରୁ ଇସ୍ତଫା ଦେଇଥିଲେ।
- ଇଣ୍ଡୋ ଫିଲିପାଇନ୍ସ କିକ୍ବକ୍ସିଂ ଓପନ୍: ଲକ୍ଷ୍ମୀପ୍ରିୟାଙ୍କୁ ସ୍ବର୍ଣ୍ଣ, ସାଇରାଜଙ୍କୁ ରୌପ୍ୟ: ଫିଲିପାଇନ୍ସର ଲାପୁଲାପୁ ସିଟିରେ ଆୟୋଜିତ ଡବ୍ଲ୍ୟୁକେଏ ଇଣ୍ଡୋ ଫିଲିପାଇନ୍ସ କିକ୍ବକ୍ସିଂ ଓପନ୍ ପ୍ରତିଯୋଗିତାର କେ-୧ ମହିଳା ୫୪ ବର୍ଷରୁ କମ୍ରେ ମଧୁପ୍ରିୟ ସ୍ବର୍ଣ୍ଣ ପଦକ କରାୟତ୍ତ କରିଛନ୍ତି। ସେ ଫାଇନାଲ୍ରେ ସ୍ଥାନୀୟ ଖେଳାଳି କ୍ରିଷ୍ଟିନ୍ ଏମ୍କୁ ପରାସ୍ତ କରିଥିଲେ।
- ଉରିରେ ଏଲଓସି ନିକଟରେ ବିସ୍ଫୋରଣ: ଦୁଇ ସେନା ଯବାନ ସହିଦ: ବିସ୍ଫୋରଣରେ ଦୁଇ ଜଣ ସେନା ଯବାନ ସହିଦ ହୋଇଛନ୍ତି। ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ, ଉରିରକମଲକୋଟରେ ନିୟନ୍ତ୍ରଣ ରେଖାନିକଟରେ ହଠାତ୍ ବିସ୍ଫୋରଣ ହେବାରୁ ଦୁଇଜଣ ସେନା ଯବାନ ଗୁରୁତର ଆହତ ହୋଇଥିଲେ। ପରେ ସେମାନଙ୍କର ମୃତ୍ୟୁ ହୋଇଥିଲା।
- dsfkds hfkjhsdkjfds
Related Post
Stay Connected
ନିଉଜ ଆଲର୍ଟ
Subscribe To Our Newsletter
No spam, notifications only about news updates.
Don’t worry, we don’t spam