Breaking News
ଖେଳ

ବିଶ୍ୱକପ୍ ପୂର୍ବରୁ ଥରିଲା ଆମେରିକା, ଇଂଲଣ୍ଡର ବେସ୍ କ୍ୟାମ୍ପ ନିକଟରେ ଗୁଳିମାଡ଼

ବିଶ୍ୱକପ୍ ପୂର୍ବରୁ ଥରିଲା ଆମେରିକା, ଇଂଲଣ୍ଡର ବେସ୍ କ୍ୟାମ୍ପ ନିକଟରେ ଗୁଳିମାଡ଼

ନୂଆଦିଲ୍ଲୀ: ଆମେରିକାରେ ଫିଫା ବିଶ୍ୱକପ୍-୨୦୨୬ ଆରମ୍ଭ ହେବାର ଠିକ୍ ପୂର୍ବରୁ ବନ୍ଧୁକରୁ ବାହାରିଥିବା ଗୁଳି ଗର୍ଜିଛି। ଆମେରିକାରେ ବନ୍ଧୁକ ସଂସ୍କୃତିର ଭୟଙ୍କର ଚେହେରା ପୁଣିଥରେ ବିଶ୍ବବାସୀ ଦେଖିବାକୁ ପାଇଛନ୍ତି। ମିସୌରୀର କାନସାସ ସିଟିରେ ହୋଇଥିବା ଗୁଳିକାଣ୍ଡରେ ଅତି କମରେ ନଅ ଜଣ ଆହତ ହୋଇଛନ୍ତି। ବିଶ୍ୱକପ୍ ସମୟରେ ଇଂଲଣ୍ଡ ଫୁଟବଲ୍ ଦଳ ଯେଉଁଠାକୁ ନିଜର ବେସ୍ ସ୍ଥାପନ କରିବାକୁ ଯାଉଛି, ସେହି ସ୍ଥାନଠାରୁ ମାତ୍ର ଚାରି ମାଇଲ ଦୂରରେ ଏହି ଘଟଣା ଘଟିଛି। ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ମାତ୍ର ଦିନ ବାକି ଥିବା ବେଳେ ଖେଳାଳିମାନଙ୍କର ସୁରକ୍ଷା ନେଇ ଗମ୍ଭୀର ପ୍ରଶ୍ନବାଚୀ ଉଠିଛି। କାନସାସ ସିଟି ପୁଲିସ କହିଛି ଗୁଳିକାଣ୍ଡରେ ଆହତ ହୋଇଥିବା ସମସ୍ତ ନଅ ଜଣ ଲୋକ ବିପଦମୁକ୍ତ ଅଛନ୍ତି। ଆହତଙ୍କ ମଧ୍ୟରୁ ଅତି କମରେ ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାମଲାରେ କୌଣସି ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇ ନାହିଁ। ଅପରାଧ କରିବା ପରେ ଆକ୍ରମଣକାରୀ ଖସିଯିବାରେ ସଫଳ ହୋଇଛନ୍ତି। ସ୍ଥାନୀୟ ପୁଲିସ ଏବଂ ସୁରକ୍ଷା ସଂସ୍ଥାଗୁଡ଼ିକ ତାଙ୍କୁ ଖୋଜିବା ପାଇଁ ଚଢାଉ ଜାରି ରଖିଛନ୍ତି।

Related Post