ଭୁବନେଶ୍ବର: ଧନୀକଙ୍କ ଠାରୁ ଚୋର, ସମସ୍ତଙ୍କ ନିମନ୍ତେ ସୁନା ଏକ ଲୋଭନୀୟ ସାମଗ୍ରୀ। ଅପରାଧ ମଧ୍ୟରେ ସୁନା ଚୋରି ଏକ ନିୟମିତ ଓ ବହୁଳ ଘଟିତ ଘଟଣା। ଏହି କ୍ରମରେ ଜଣେ ଯୁବକ ଏକ ସୁନା ଦୋକାନରୁ ସୁନାଳଙ୍କାର କିଣିବା ଆଳରେ ଆସି ସୁନାବକ୍ସଟି ନେଇ ଦୌଡ଼ି ପଳାଇବାକୁ ଉଦ୍ୟମ କରି ପୁଲିସ ହାତରେ ଧରାପଡ଼ିଛି। ସୂଚନାନୁସାରେ, ଗତକାଲି (ଗୁରୁବାର) ରାତିରେ ଜଣେ ଯୁବକ ସୁନାଦୋକାନକୁ କିଣିବାକୁ ଆସିଥିଲା। ଦୋକାନୀଙ୍କୁ ସୁନାମୁଦି ଦେଖାଇବାକୁ କହିଥିଲା। ଦୋକାନୀ ମଧ୍ୟ ମୁଦି ବକ୍ସ ଖୋଲି ଯୁବକଙ୍କୁ ଦେଖାଇଥିଲେ। ଅନ୍ୟ ଏକ ବକ୍ସ ଆଣିବାକୁ ଟିକିଏ ଅସାବଧାନ ହୋଇଥିଲେ। ଏହି ସୁଯୋଗକୁ ଅପେକ୍ଷା କରିଥିଲା ଯୁବକ। ବକ୍ସଟିକୁ ଧରି ଚମ୍ପଟ ମାରିଥିଲା। ଗହଣା ଦୋକାନୀ ଓ କର୍ମଚାରୀ ଯୁବକ ପଛରେ ଗୋଡ଼ାଇଥିଲେ ମଧ୍ୟ ଧରିବାରେ ସକ୍ଷମ ହୋଇନଥିଲେ। ସୂଚନା ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ଦୋକାନର ସିସିଟିଭି ଫୁଟେଜ୍ ଉଦ୍ଧାର କରି ଲୁଟେରାକୁ ଚିହ୍ନଟ କରିବାକୁ ଉଦ୍ୟମ କରିଥିଲା। ଶେଷରେ ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ଚଢ଼ାଉ କରି ଯୁବକକୁ ଧରିବାରେ ସକ୍ଷମ ହୋଇଛି। ଯୁବକଜଣକ ବ୍ରହ୍ମଗିରିରେ ରାଜେଶ ରାଉତ ବୋଲି ଜଣାଯାଇଛି। ଘଟଣା ସମ୍ପର୍କରେ ଦୋକାନୀ ପ୍ରତିକ୍ରିୟା ଦେଇ କହିଛନ୍ତି, ବକ୍ସରେ ୬୦ ଗ୍ରାମରୁ ଅଧିକ ଓଜନର ୧୮ଟି ମୁଦି ଥିଲା। ଏହାର ଆନୁମାନିକ ମୂଲ୍ୟ ୯ଲକ୍ଷ ଟଙ୍କା ହେବ। ଅପରପକ୍ଷରେ, ଆଗକୁ ଉତ୍ସବ, ବିବାହ ଆଦି ରହିଥିବାରୁ ସୁନାଅଳଙ୍କାର ଦୋକାନ ଭିଡ଼ ହେବା ସମ୍ଭାବନା ରହିଛି। ଏହାର ଆଳରେ ଚୋରଙ୍କ ପ୍ରଦୁର୍ଭାବ ମଧ୍ୟ ବୃଦ୍ଧି ପାଇବା ଆଶଙ୍କା ରହିଥିବାରୁ ସତର୍କ ରହିବାକୁ ପୁଲିସ୍ ଚେତାଇ ଦେଇଛି।
Breaking News
- ମୋଦୀ କହିଲେ, "ଜନସେବା ହିଁ ସୁଶାସନର ପରୀକ୍ଷା": ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ଦେଶର ରାଜନୈତିକ ଇତିହାସରେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ଭାରତୀୟ ସମ୍ବିଧାନ ଲାଗୁ ହେବା ପରଠାରୁ ସେ ଦେଶର ସବୁଠାରୁ ଦୀର୍ଘ ସମୟ ଧରି ନିରବଚ୍ଛିନ୍ନ ଭାବେ ଦାୟିତ୍ୱ ତୁଲାଇଥିବା ପ୍ରଧାନମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି।
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ: ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରି ନୂଆ ରେକର୍ଡ ସୃଷ୍ଟି କରିଥିବା ନରେନ୍ଦ୍ର ମୋଦୀଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
- ବନ୍ୟା ଋତୁରେ ଜଳସମ୍ପଦ ବିଭାଗର ନିର୍ଦ୍ଦେଶାନାମା, ଛୁଟି ଉପରେ ଲାଗିଲା ରୋକ୍: ବନ୍ୟା ଋତୁରେ ଛୁଟି ଉପରେ କଟକଣା । ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ ଜଳସମ୍ପଦ ବିଭାଗର ଅଧିକାରୀ । ବିଭାଗ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶାନାମା । ଜଳସମ୍ପଦ ବିଭାଗର ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ବନ୍ୟା ଋତୁ ପୂର୍ବ ପ୍ରସ୍ତୁତି ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।
- ଟିଏମସିକୁ ପୁଣି ଝଟକା: ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ସୁସ୍ମିତା ଦେବ, ୩ ଦିନରେ ୨ ରାଜ୍ୟସଭା ସଦସ୍ୟ ଦିଦିଙ୍କୁ ଛାଡିଲେ: ବିଦ୍ରୋହୀ ନେତା ଋତବ୍ରତ ବାନାର୍ଜୀଙ୍କ ସମର୍ଥନରେ ୬୧ ଜଣ ବିଧାୟକ ଏକ ଗୋଷ୍ଠୀ ଗଠନ କରିବା ପରେ ବିଦ୍ରୋହ ଏବେ ସଂସଦକୁ ବ୍ୟାପିଛି। ତାଙ୍କ ବିଶ୍ୱସ୍ତ ସହଯୋଗୀ ସୁଖେନ୍ଦୁ ଶେଖର ରାୟ ଜୁନ୍ ୮ରେ ରାଜ୍ୟସଭା ପଦରୁ ଇସ୍ତଫା ଦେଇଥିଲେ।
- ଇଣ୍ଡୋ ଫିଲିପାଇନ୍ସ କିକ୍ବକ୍ସିଂ ଓପନ୍: ଲକ୍ଷ୍ମୀପ୍ରିୟାଙ୍କୁ ସ୍ବର୍ଣ୍ଣ, ସାଇରାଜଙ୍କୁ ରୌପ୍ୟ: ଫିଲିପାଇନ୍ସର ଲାପୁଲାପୁ ସିଟିରେ ଆୟୋଜିତ ଡବ୍ଲ୍ୟୁକେଏ ଇଣ୍ଡୋ ଫିଲିପାଇନ୍ସ କିକ୍ବକ୍ସିଂ ଓପନ୍ ପ୍ରତିଯୋଗିତାର କେ-୧ ମହିଳା ୫୪ ବର୍ଷରୁ କମ୍ରେ ମଧୁପ୍ରିୟ ସ୍ବର୍ଣ୍ଣ ପଦକ କରାୟତ୍ତ କରିଛନ୍ତି। ସେ ଫାଇନାଲ୍ରେ ସ୍ଥାନୀୟ ଖେଳାଳି କ୍ରିଷ୍ଟିନ୍ ଏମ୍କୁ ପରାସ୍ତ କରିଥିଲେ।
- ଉରିରେ ଏଲଓସି ନିକଟରେ ବିସ୍ଫୋରଣ: ଦୁଇ ସେନା ଯବାନ ସହିଦ: ବିସ୍ଫୋରଣରେ ଦୁଇ ଜଣ ସେନା ଯବାନ ସହିଦ ହୋଇଛନ୍ତି। ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ, ଉରିରକମଲକୋଟରେ ନିୟନ୍ତ୍ରଣ ରେଖାନିକଟରେ ହଠାତ୍ ବିସ୍ଫୋରଣ ହେବାରୁ ଦୁଇଜଣ ସେନା ଯବାନ ଗୁରୁତର ଆହତ ହୋଇଥିଲେ। ପରେ ସେମାନଙ୍କର ମୃତ୍ୟୁ ହୋଇଥିଲା।
- dsfkds hfkjhsdkjfds
Related Post
Stay Connected
ନିଉଜ ଆଲର୍ଟ
Subscribe To Our Newsletter
No spam, notifications only about news updates.
Don’t worry, we don’t spam