Breaking News
ରାଜ୍ୟ

ଗାଁ ଦାଣ୍ଡରେ ଯୁବକଙ୍କୁ ଗୋଡ଼ାଇ ହାଣିଲେ: ବେକ, ମୁଣ୍ଡ, କାନମୂଳରେ ବାଜିଛି ଖଣ୍ଡା ଓ ଭୁଜାଲି ଚୋଟ

ଗାଁ ଦାଣ୍ଡରେ ଯୁବକଙ୍କୁ ଗୋଡ଼ାଇ ହାଣିଲେ: ବେକ, ମୁଣ୍ଡ, କାନମୂଳରେ ବାଜିଛି ଖଣ୍ଡା ଓ ଭୁଜାଲି ଚୋଟ

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ଚାନ୍ଦିବାଉଁଶମୂଳ ପଞ୍ଚାୟତ ଢୋଲମରା ଗ୍ରାମର ଜଣେ ଯୁବକଙ୍କୁ ପୂର୍ବଶତ୍ରୁତାରୁ ଗାଁ ଦାଣ୍ଡରେ ବାପା ଓ ଦୁଇ ପୁଅ ଗୋଡ଼ାଇ ଗୋଡ଼ାଇ ଖଣ୍ଡା ଓ ଭୁଜାଲିରେ ହାଣିଛନ୍ତି। ଯୁବକଙ୍କ ମୁଣ୍ଡ, ବେକ ଓ କାନମୂଳରେ ଭୁଜାଲି ଚୋଟ ବାଜିଛି। ଗୁରୁତର ଆହତ ଯୁବକ ଦିବ୍ୟରଞ୍ଜନ ସାମଲଙ୍କୁ ଚିକିତ୍ସା ପାଇଁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏ ନେଇ ରାଜନଗର ଥାନାରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଢୋଲମରା ଗ୍ରାମର ପ୍ରଦୀପ ବିଶ୍ବାଳଙ୍କୁ ଗିରଫ କରାଯାଇଥିଲା ବେଳେ ତାଙ୍କ ଦୁଇ ପୁଅ ଫେରାର ଥିବା ପୁଲିସ ସୂଚନା ଦେଇଛି। ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

Related Post