ରାଉରକେଲା: ବର୍ଷସାରା ଆର୍ଥିକ ଅନଟନ ଲାଗିରହିଥିଲା। ବାପା ଗାଁ ଗାଁ ବୁଲି ବେଲୁନ୍ ବିକୁଥିଲେ। ସେଥିରେ ଯେତିକି ଆୟ ହେଉଥିଲା, ସେଥିରେ ୫ ପରିବାରର ସଦସ୍ୟ କଷ୍ଟେମଷ୍ଟେ ଚଳୁଥିଲେ। ଆୟକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ପୁଅ ମନୋହର ମଧ୍ୟ ବେଲୁନ ବିକ୍ରିରେ ଲାଗିପଡ଼ିଥିଲେ। ମସେ କି ଦୁଇ ମାସ ନୁହେଁ, ବରଂ ଯୁକ୍ତଦୁଇ ପାସ୍ କରିବା ପର୍ଯ୍ୟନ୍ତ ବେଲୁନ ବିକିଥିଲେ। ପରବର୍ତ୍ତୀ ସମୟରେ ଟ୍ୟୁସନ ପଢାଇ ଶିକ୍ଷକ ତାଲିମ ନେବା ସହ ସିଆଇଏସ୍ଏଫ୍, ଓଡ଼ିଶା ପୁଲିସରେ କାର୍ଯ୍ୟ କରିଥିଲେ। ଏବେ ଓଡ଼ିଶା ପ୍ରଶାସନିକ ସେବାରେ ୧୩୧ତମ ରୢାଙ୍କ୍ ରଖିଛନ୍ତି। ସେ ହେଉଛନ୍ତି ମନୋହର ପ୍ରଧାନ।ନିଜର ଦୃଢ଼ ଇଚ୍ଛାଶକ୍ତି ଓ ନିଷ୍ଠାପର ପରିଶ୍ରମ ବଳରେ ବହୁ ବାଧାବିଘ୍ନକୁ ପରାହତକରି ଉତ୍କର୍ଷତା ହାସଲକରି ଏବେ ପ୍ରେରଣାର ଉତ୍ସ ପାଲଟିଛନ୍ତି। ବଡ଼ଗାଁ ବ୍ଳକ ଅନ୍ତର୍ଗତ ଜରଙ୍ଗଲୋଇ ପଞ୍ଚାୟତର ବାଗବୁଡ଼ ଗାଁରେ ମନୋହରଙ୍କ ଜନ୍ମ। ବାପା ମଙ୍ଗଳ ପ୍ରଧାନ ଜଣେ ବେଲୁନ ବିକାଳି ଥିବାବେଳେ ମା’ ଗୁର ପ୍ରଧାନ ଜଣେ ଗୃହିଣୀ। ପତ୍ନୀ ସୀମାମୟୀ ଦଣ୍ଡସେନା ଜଣେ ଶିକ୍ଷୟିତ୍ରୀ ଓ ଦୁଇ ପୁଅ-ଝିଅ କନିଷ୍କ (୫ ବର୍ଷ) ଓ ଜୟଶ୍ରୀ (ଦେଢ ବର୍ଷ)। ମନୋହର ହେଉଛନ୍ତି ତିନି ଭାଇ-ଭଉଣୀଙ୍କ ଭିତରେ ସବୁଠାରୁ ବଡ଼, ଏଣୁ ତାଙ୍କ ମୁଣ୍ଡରରେ ପରିବାର ଭରଣରପୋଷଣର ବୋଝ ପଡ଼ିଥିଲା। ଫଳରେ ବାପାଙ୍କ ସହ ମିଶି ବେଲୁନ ବିକ୍ରି କରିବାରେ ପିଲାଟି ଦିନରୁ ଲାଗିପଡ଼ିଥିଲେ। ସେ ଗାଁ ସ୍କୁଲରେ ସପ୍ତମ ଶ୍ରେଣୀଯାଏ ପଢିବାପରେ ଦେଓକରଣପୁର ଉଚ୍ଚ ବିଦ୍ୟାଳୟରେ ହାଇସ୍କୁଲ ଓ ବଡ଼ଗାଁକଚ୍ଛାର ପଞ୍ଚାୟତ କଲେଜରୁ ୨୦୦୬ ମସିହାରେ ଯୁକ୍ତଦୁଇ ଶିକ୍ଷା ଶେଷ କରିଥିଲେ। ସେତେବେଳକୁ ଘରର ଆର୍ଥିକ ସମସ୍ୟା ଉତ୍କଟ ହୋଇସାରିଥିଲା। ଏଣୁ ପରିବାର ଭରଣପୋଷଣରେ ସହାୟକ ହେବାକୁ ଝାରସୁଗୁଡ଼ାସ୍ଥ ଭୂଷଣ ଇସ୍ପାତ କାରଖାନାରେ ଠିକା ଶ୍ରମିକଭାବେ କାର୍ଯ୍ୟରତ ଥିଲେ। ପ୍ରାୟ ବର୍ଷେ ପର୍ଯ୍ୟନ୍ତ ଜଣେ ମିସ୍ତ୍ରୀଙ୍କ ଅଧିନରେ କାମ କରିଥିଲେ। ପରେ ୨୦୦୭ରୁ ୨୦୦୯ ଯାଏ ଟିଟିଲାଗଡ଼ ସିଟି ସ୍କୁଲରୁ ଶିକ୍ଷକ ତାଲିମ ନେଇଥିଲେ। ପାଠପଢିବାରେ ଘୋର୍ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାରୁ ଟ୍ୟୁସନ ପଢାଇ ନିଜର ଖର୍ଚ୍ଚ ସମେତ ପରିବାରର ଖର୍ଚ୍ଚ ବହନ କରିଥିଲେ।
Breaking News
- ନିଲମ୍ବିତ ଆଇଆଇସି ସଂଧ୍ୟାରାଣୀ ଜେନାଙ୍କ ନାଁରେ ରୁଜୁ ହେଲା ମାମଲା: କେନ୍ଦ୍ରାପଡ଼ା: ନିଲମ୍ବିତ ଆଇଆଇସି ସଂଧ୍ୟାରାଣୀ ଜେନାଙ୍କ ନାଁରେ ରୁଜୁ ହେଲା ମାମଲା। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ତାଳଚୁଆ ସାମୁଦ୍ରିକ ଥାନାରେ ମାମଲା ରୁଜୁ କରିଛି ପୁଲିସ୍।
- ପାରାଦୀପ ଅବକାରୀ ଇନ୍ସପେକ୍ଟର ନିଲମ୍ବିତ: ମହଙ୍ଗା ପଡ଼ିଲା ଡ୍ୟୁଟିରେ ଅବହେଳା: କାହାକୁ ନ ଜଣାଇ ଅନୁପସ୍ଥିତ ରହିବା, ଡ୍ୟୁଟିରେ ଅବହେଳା କରିବା ଘଟଣାକୁ ନେଇ ପାରାଦୀପ ଅବକାରୀ ଇନ୍ସେପେକ୍ଟର ବନ୍ଦନା ପଟ୍ଟନାୟକଙ୍କୁ ମହଙ୍ଗା ପଡ଼ିଛି। ଜିଲ୍ଲାପାଳଙ୍କ ସୁପାରିଶ ଆଧାରରେ ଅବକାରୀ କମିସନର ଇନ୍ସପେକ୍ଟର ବନ୍ଦନା ପଟ୍ଟନାୟକଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି।
- ମହାନଦୀ ସେତୁରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ: ସୋନପୁର-ସମ୍ବଲପୁର ରାସ୍ତାର ମହାନଦୀ ସେତୁରୁ ଜଣେ ମହିଳା ନଦୀ ଗର୍ଭକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସୌଭାଗ୍ୟ ବଶତଃ ପାଣିରେ ପଡ଼ିଥିଲେ।
- ହିମାଚଳ ପ୍ରଦେଶରେ ୫୦୦ ମିଟର ଗଭୀର ଖାଇକୁ ଖସିଲା ପର୍ଯ୍ୟଟକ ଗାଡ଼ି, ୮ ମୃତ: ହିମାଚଳ ପ୍ରଦେଶର ଚାମ୍ବା ଜିଲ୍ଲାରେ ଏକ ପର୍ଯ୍ୟଟକ ଗାଡ଼ି ନିୟନ୍ତ୍ରଣ ହରାଇ ପ୍ରାୟ ୫୦୦ ମିଟର ଗଭୀର ଖାଇକୁ ଖସିପଡ଼ିବା ଫଳରେ ୮ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ଏବେବି ନିଖୋଜ ଅଛନ୍ତି।
- ଗାଡ଼ି ଧକ୍କାରେ ଜଣେ ମୃତ, ୧ ଗୁରୁତର: ସୁନ୍ଦରଗଡ଼: ହେମଗିର ଥାନା ଟପରିଆ ନିକଟରେ ମଙ୍ଗଳବାର ବିଳମ୍ଵିତ ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ଯୁ ହୋଇଯାଇଛି। ମୃତକ ହେଲେ ହିମାଂଶୁ ବାରିକ। ସେ ହେମଗିର ବ୍ଲକ୍ ବିଜେପି ନେତା ତଥା ଋଷିଗୁମ୍ଫା ଉନ୍ନୟନ ସମିତି ସଭାପତି ମାଧବ ବାରିକଙ୍କ ସାନ ପୁଅ। ହିମାଂଶୁ ଟ୍ରକ ପରିବହନ ସମ୍ପର୍କରେ ବୁଝି ରାତିରେ ଜଣେ ସାଙ୍ଗ ସହ ବୁଲେଟରେ ଘୋଘରପାଲି ଘରକୁ ଫେରୁଥିଲେ। ଟପରିଆ ନିକଟରେ ଦୁର୍ଘଟଣା ହୋଇଥିଲା। ଧକ୍କା ଏତେ ଜୋର୍ ଥିଲା ଯେ ବୁଲେଟ ଖଣ୍ଡବିଖଣ୍ଡ ହୋଇ ଯାଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଦୁହିଁଙ୍କୁ ଉଦ୍ଧାର କରି ହେମଗିର ଡାକ୍ତରଖାନା ନେଇଥି
- ଓଡ଼ିଶା ଜିମ୍ନାଷ୍ଟ ପ୍ରୀତିଙ୍କ ବିରଳ ସଫଳତା : ଭୁବନେଶ୍ବର: ଓଡ଼ିଶା ଜିମ୍ନାଷ୍ଟ ପ୍ରୀତି ଝଙ୍କାର ଏକ ବିରଳ ସଫଳତା ହାସଲ କରିଛନ୍ତି। ପ୍ରଥମ ଭାରତୀୟ ମହିଳା ଭାବେ ସେ ବିଶ୍ବ ଜିମ୍ନାଷ୍ଟିକ୍ସ ସ୍କଲାର୍ସିପ୍ ହାସଲ କରିଛନ୍ତି। ଏହି ସ୍କଲ୍ରସିପ୍ ଲାଗି ବିଶ୍ବର ୨୦ ଦେଶର ଜିମ୍ନାଷ୍ଟଙ୍କ ମଧ୍ୟରୁ ମାତ୍ର ୧୨ ଜଣଙ୍କୁ ଚୟନ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରେ ପ୍ରୀତି ରହିଛନ୍ତି। ଏହି ସଫଳତା ପାଇଁ ଓଡ଼ିଶାର କ୍ରୀଡ଼ା ବିଭାଗ ପକ୍ଷରୁ ପ୍ରୀତିଙ୍କୁ ଅଭିନନ୍ଦନ ଜଣାଇବା ସହ ବିଶ୍ବ ମଞ୍ଚରେ ଏହା ତାଙ୍କର ଅତୁଳନୀୟ ପ୍ରତିଭାକୁ ଦର୍ଶାଉଛି ବୋଲି କୁହାଯାଇଛି। ‘ଏକ୍ସ’ରେ ଏକ ପୋଷ୍ଟ ମାଧ୍ୟମରେ କ୍ରୀଡ଼ା ବିଭାଗ ଲେଖିଛ
- ରଙ୍ଗମାଟିଆରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଭୁବନେଶ୍ବର: ମଞ୍ଚେଶ୍ୱର ରଙ୍ଗମାଟିଆରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର। ଘଟଣାସ୍ଥଳରେ ମଞ୍ଚେଶ୍ୱର ପୁଲିସ। କାରଣ ଅସ୍ପଷ୍ଟ।
- ବାଙ୍ଗଲାଦେଶୀ ନୁହନ୍ତି ଭାରତୀୟ: ଭୋଟ ଦେବା ଅଧିକାର ନାହିଁ, ସରକାରୀ ସହାୟତା ବି ନାହିଁ: ରାଜ୍ୟରେ ଚାଲିଛି ଡବଲ ଇଂଜିନ ସରକାର। ସରକାରଙ୍କ ପକ୍ଷରୁ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଘର ଯୋଗାଇବା ସହିତ କାହାରିକୁ ଅନାହାରରେ ରହିବାକୁ ନଦେବାକୁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି।
- ଉତ୍ତର ପ୍ରଦେଶ: ଭୟଙ୍କର ଝଡ଼ ଯୋଗୁ ଭାଙ୍ଗିଗଲା ନିର୍ମାଣାଧୀନ ପୋଲ , ୬ ଶ୍ରମିକଙ୍କ ମୃତ୍ୟୁ:ଉତ୍ତର ପ୍ରଦେଶରେ ବିଳମ୍ବିତ ରାତିରେ ଭୟଙ୍କର ଝଡ଼ ଆସି ବେତୱା ନଦୀ ଉପରେ ନିର୍ମାଣ ହେଉଥିବା ସେତୁଟି ଭାଙ୍ଗି ପଡ଼ିବା ଯୋଗୁ ୬ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାର ପ୍ରତି ସମ୍ବେଦନା ପ୍ରକାଶ କରିଛନ୍ତି।
- dsfkds hfkjhsdkjfds
Related Post
Stay Connected
ନିଉଜ ଆଲର୍ଟ
Subscribe To Our Newsletter
No spam, notifications only about news updates.
Don’t worry, we don’t spam