Breaking News
ଖେଳ

ଓଡ଼ିଶାରେ ପ୍ରଥମ ଥର ସର୍ବଭାରତୀୟ ମହିଳା ହକି: ପୁରସ୍କାର ରାଶି ୧ ଲକ୍ଷ

ଓଡ଼ିଶାରେ ପ୍ରଥମ ଥର ସର୍ବଭାରତୀୟ ମହିଳା ହକି: ପୁରସ୍କାର ରାଶି ୧ ଲକ୍ଷ

ଭୁବନେଶ୍ବର: ଓଡ଼ିଶାରେ ପ୍ରଥମ ଥର ପାଇଁ ଏକ ସର୍ବଭାରତୀୟ ମହିଳା ହକି ପ୍ରତିଯୋଗିତାର ଆୟୋଜନ କରାଯାଇଛି। ଭୁବନେଶ୍ବର ହକି କ୍ଲବ୍‌ ଟ୍ରଷ୍ଟ ପକ୍ଷରୁ ଏଭଳି ଏକ ଅଭିନବ ପ୍ରୟାସ କରାଯାଇଛି। ଗତବର୍ଷ ଅନ୍ତଃକ୍ଲବ ମାଇକେଲ୍‌ କିଣ୍ଡୋ ସ୍ମାରକୀ ପୁରୁଷ ହକି ପ୍ରତିଯୋଗିତା ଆୟୋଜନ କରି ସଫଳତା ପାଇଥିବା ଏହି ଟ୍ରଷ୍ଟ୍‌ ଚଳିତବର୍ଷଠାରୁ ମହିଳା ହକିକୁ ଗୁରୁତ୍ବ ଦେଇଛି। ମୋଟ ୮ ଦଳକୁ ନେଇ ଏହି ପ୍ରତିଯୋଗିତା କଳିଙ୍ଗ ଷ୍ଟାଡିୟମ୍‌ରେ ମେ’ ୨୨ରୁ ୨୭ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଏହି ୮ ଦଳରେ ଅନେକ ତାରକା ଅନ୍ତର୍ଜାତୀୟ ଖେଳାଳିଙ୍କ ଉପସ୍ଥିତି ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି। ସବୁଠାରୁ ବଡ଼ କଥା ହେଉଛି ଅଧା ଦଳ ଓଡ଼ିଶାରୁ ଅଂଶଗ୍ରହଣ କରିବେ। ସେଗୁଡ଼ିକ ହେଲେ-ରାଉରକେଲା କ୍ରୀଡ଼ା ଛାତ୍ରାବାସ, ଭୁବନେଶ୍ବର ହକି କ୍ଲବ୍‌ ଟ୍ରଷ୍ଟ୍‌, ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସ ଏବଂ ଓଡ଼ିଶା ପୁଲିସ୍‌। ରାଜ୍ୟ ବାହାରୁ ଦକ୍ଷିଣ ପୂର୍ବ ରେଳପଥ, କୋଲକାତା ସାଇ କେନ୍ଦ୍ର, ହକି ସିମ୍‌ଡେଗା, ନୂଆଦିଲ୍ଲୀର ସିଆଇଏସଏଫ୍‌। ଏହି ପ୍ରତିଯୋଗିତା ଫଳରେ ଓଡ଼ିଶା ଓ ଭାରତୀ ହକିକୁ ଫାଇଦା ମିଳିବ ବୋଲି ଆୟୋଜକମାନେ ଆଶା ବ୍ୟକ୍ତ କରିଛନ୍ତି। ଚଳିତବର୍ଷ ଏହା ଗ୍ରୀଷ୍ମଋତୁରେ ଖେଳାଯାଉଥିଲେ ମଧ୍ୟ ଆସନ୍ତାବର୍ଷଠାରୁ ଫେବ୍ରୁଆରିରେ କରିବାକୁ ଯୋଜନା ରଖାଯାଇଛି।

Related Post