Breaking News
ଅପରାଧ

ଦନ୍ତା ଆକ୍ରମଣରେ ଶ୍ରମିକ ମୃତ

ଦନ୍ତା ଆକ୍ରମଣରେ ଶ୍ରମିକ ମୃତ

ପର୍ଜଙ୍ଗ: ଢେଙ୍କାନାଳଜିଲ୍ଲା ପର୍ଜଙ୍ଗ ଥାନା ଡମୋଳ ଗାଁରେ ସୋମବାର ବିଳମ୍ବିତ ରାତିରେ ଜଣେ ଶ୍ରମିକକୁ ଦନ୍ତାଦଳିଦେଲା l ଖବର ନେବାରେ ଜଣାପଡ଼ିଛି ଏହି ଗ୍ରାମର ଅନେଇ ବେହେରା (୫୦) ଇଟା ଭାଟାରୁ କାମ ସାରି ରାତି ପ୍ରାୟ ସାଢେ ୧୦ଟା ବେଳେ ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ଗୋଠ ଛଡ଼ା ଦନ୍ତା ହାବୁଡ଼ରେ ପଡ଼ିଯାଇଥିଲେ l ଘଟଣା ସ୍ଥଳରେ ହିଁ ତାଙ୍କ ଜୀବନ ଯାଇଥିଲା l ପରିବାର ଲୋକଙ୍କ ସହଯୋଗରେ ପୁଲିସ ଓ ବନ ବିଭାଗ କର୍ମଚାରୀ ତାଙ୍କୁ ଉଦ୍ଧାର କରି ପର୍ଜଙ୍ଗ ଡାକ୍ତରଖାନାରେ ବ୍ୟବଚ୍ଛେଦ ପାଇଁ ଭର୍ତି କରିଛନ୍ତି l

Related Post