Breaking News
ଅପରାଧ

ଟାଉନ ଥାନା ସମ୍ମୁଖରେ ଜଳିଗଲା କାର୍: ଡାକ୍ତରଖାନାରେ ଚାଲିଗଲା ଚାଳକଙ୍କ ଜୀବନ

ଟାଉନ ଥାନା ସମ୍ମୁଖରେ ଜଳିଗଲା କାର୍: ଡାକ୍ତରଖାନାରେ ଚାଲିଗଲା ଚାଳକଙ୍କ ଜୀବନ

ସୁନ୍ଦରଗଡ଼: ଗତକାଲି ବିଳମ୍ବିତ ରାତିରେ ଟାଉନ ଥାନା ସମ୍ମୁଖରେ ଏକ ଏରଟିଗା କାର୍ ଦୁର୍ଘଟଣାଗ୍ରସ୍ତ ହୋଇ ଜଳି ଛାରଖାର ହୋଇ ଯାଇଛି। ଗାଡ଼ି ଚାଳକଙ୍କୁ ନିଆଁ ଭିତରୁ ପୁଲିସ ଟାଣି ବାହାର କରିଥିବାବେଳେ ଦୁର୍ଘଟଣାରେ ତାଙ୍କ ହାତ ଛିଣ୍ଡି ଯାଇଛି। ଆହତ ଯୁବକ ହେଲେ ଲେଫ୍ରିପଡ଼ା ଥାନା ଗିରିଙ୍ଗକେଲାର ଆନନ୍ଦ ଭୋଇ (୨୮)।  ସେ ସୁନ୍ଦରଗଡ଼ ବଡ଼ ଡାକ୍ତରଖାନାରେ ଅସୁସ୍ଥ ଜେଜେ ଘିନୁ ଭୋଇଙ୍କୁ ଭର୍ତ୍ତି କରି ଦ୍ରୁତଗତିରେ ଫେରୁଥିବାବେଳେ ଟାଉନ ଥାନା ସମ୍ମୁଖ ହମ୍ସରେ ଡିଆଁ ମାରି ଡିଭାଇଡରରେ ପିଟି ହୋଇ  ରାସ୍ତା ପାର୍ଶ୍ବ ଲୁହା ବ୍ଯାରିକେଡରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦେଖୁ ଦେଖୁ ଗାଡ଼ିରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳି ଯାଇଥିଲା। ଏହି ସମୟରେ ଥାନାରେ ଉପସ୍ଥିତ ଉପଖଣ୍ଡ ପୁଲିସ ଅଧିକାରୀ ନିର୍ମଳ ମହାପାତ୍ର, ଟାଉନ ଥାନା ଅଧିକାରୀ ସୁଶାନ୍ତ ପରିଡ଼ା ଓ ପୁଲିସ ଦୌଡ଼ି ଯାଇ ଯୁବକଙ୍କ ଟାଣି ଉଦ୍ଧାର କରିଥିଲେ। ଧକ୍କାରେ ତାଙ୍କ ହାତ ଛିଣ୍ଡି ଯାଇଥିଲା। ପରେ ଅଗ୍ନିଶମ ବାହିନୀ ଆସି ନିଆଁ ଲିଭାଇଥିଲେ।.ସେତେବେଳକୁ ଗାଡ଼ି ସମ୍ପୂର୍ଣ ଜଳି ଯାଇଥିଲା। ଗୁରୁତରଙ୍କୁ  ସୁନ୍ଦରଗଡ଼ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।ଗୁରୁତର ଯୁବକ ମୃତ ସୂଚନା । ମୃତକ ଆନନ୍ଦ ଭୋଇ (୨୮)। ଗତବର୍ଷ ସେ ବିବାହ କରିଥିଲେ। ଡାକ୍ତରଖାନାରେ ମା ଘନେଶ୍ବରୀଙ୍କ ଡାଏଲିସିସ ଚାଲିଥିଲା। ବାପା ସୀତାରାମ ବି ଡାକ୍ତରଖାନାରେ ଥିଲେ। ମାଙ୍କୁ ଦେଖି ଆନନ୍ଦ ଫେରୁଥିଲେ।

Related Post