Breaking News
ରାଜନୀତି

କେଶାଇବାହାଲ ଠାରେ ବିଜେଡି ପକ୍ଷରୁ ରାସ୍ତାରୋକ

କେଶାଇବାହାଲ ଠାରେ ବିଜେଡି ପକ୍ଷରୁ ରାସ୍ତାରୋକ

ବାମରା: କେଶାଇବାହାଲ ଠାରେ ବିଜେଡି ପକ୍ଷରୁ ରାସ୍ତାରୋକ । ସକାଳ ୬ ଟାରୁ ଆରମ୍ଭ ହୋଇଥିଲା। ଏହାର କିଛି ସମୟ ପରେ ପୁଲିସ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିଲା । କୁଚିଣ୍ଡା ଉପଖଣ୍ଡ ପୁଲିସ ଅଧିକାରୀ ପ୍ରଦୀପ କୁମାର ଦାଶଙ୍କ ସହ ପୁଲିସ ଫୋର୍ସ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ସମ୍ବଲପୁରଜିଲ୍ଲା ପରିଷଦ ସଭାପତି କୁମୁଦିନୀ ନାୟକ ଓ ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆଙ୍କ ନେତୃତ୍ୱରେ ସଭ୍ୟ କୃଷ୍ଣଚନ୍ଦ୍ର ଟପ୍ପୋ,ପ୍ରକାଶ ପଟେଲ, ଅରବିନ୍ଦ ସାହୁ, ରାମଲାଲ ଓଝା, ଧର୍ମେନ୍ଦ୍ର ଶୁକ୍ଳା, ମିଥୁନ କୋହ୍ଲ, ତୁଳସୀ ମଞ୍ଜରୀ ବହିଦାର ପ୍ରମୁଖ  ଆନ୍ଦୋଳନରେ ସାମିଲ ଥିଲେ । ସେମାନେ ତେଲ ହରବୃଦ୍ଧି ଓ ଅପରାଧ ବୃଦ୍ଧି ନେଇ ପ୍ରତିବାଦ କରୁଥିଲେ।

Related Post