Breaking News
ଅପରାଧ

ବନ୍ଧୁକ ମୁନରେ ଲୁଟ୍, ବାହାରୁ ତାଲା ମାରି ଫେରାର ଲୁଟେରା

ବନ୍ଧୁକ ମୁନରେ ଲୁଟ୍, ବାହାରୁ ତାଲା ମାରି ଫେରାର ଲୁଟେରା

ଭଦ୍ରକବିଳମ୍ବିତ ରାତିରେ ଘରେ  ପଶିଲେ ଦୁର୍ବୃତ୍ତ।  ମୁଣ୍ଡରେ ବନ୍ଧୁକ ଓ ଛୁରୀ ଲଗାଇ ଲୁଟ କଲେ । ଯିବା ବେଳେ ଘର ବାହାରୁ ତାଲା ପକାଇ ପଳାଇଗଲେ ଚୋର । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ଆମ୍ବରୋଳୀ ପଞ୍ଚାୟତ ତଲାଙ୍ଗ କେନାଲ ବନ୍ଧ ନିକଟରେ ଥିବା ଗଙ୍ଗାଧର ମଲ୍ଲିକଙ୍କ ଘରୁ ଲୁଟ୍ ହୋଇଛି ।ସୂଚନା ମୁତାବକ ରାତି ସମୟ ରେ 7 ରୁ ୯ଜଣ ଲୁଟେରା ଘର ଭିତରକୁ ଆସି ପରିବାର ଲୋକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ କରିଛନ୍ତି । ୨୦ ଲକ୍ଷରୁ ଅଧିକ ସୁନା ଗହଣା ସହ ନଗଦ ୨୨ ଲକ୍ଷ ଟଙ୍କା ନେଇ ଘର ବାହାରୁ ତାଲା ପକାଇଥିଲେ। ପରେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ।  ଏହି ଲୁଟ ଘଟଣାରେ ଆଜି ସକାଳୁ ପୁଲିସ ଛାନଭିନ ଆରମ୍ଭ କରିଛି।

Related Post