Breaking News
ଅପରାଧ

ଚିଙ୍ଗୁଡ଼ି ମାଫିଆଙ୍କ କବଜାରେ ଚିଲିକା: ମାଡ଼ି ବସିଛନ୍ତି ଶହେ ଏକର ଅଞ୍ଚଳ

ଚିଙ୍ଗୁଡ଼ି ମାଫିଆଙ୍କ କବଜାରେ ଚିଲିକା: ମାଡ଼ି ବସିଛନ୍ତି ଶହେ ଏକର ଅଞ୍ଚଳ

ଚିଲିକା: ଚିଲିକାରେ ଚିଙ୍ଗୁଡ଼ି ମାଫିଆଙ୍କ ରାଜୁତି। ଚିଲିକା ହ୍ରଦର ପ୍ରାୟ ୧୦୦ ଏକରରୁ ଅଧିକ ଅଞ୍ଚଳକୁ ମାଡ଼ି ବସିଛନ୍ତି ମାଫିଆ। ୧୧ଜଣିଆ ମାଫିଆ ଗ୍ୟାଙ୍ଗ୍‌ ଏଠାରେ ଘେରି କରି ବାଗ୍‌ଦା ଚିଙ୍ଗୁଡ଼ି ଚାଷ କରୁଛନ୍ତି। ୨୦୨୫ ଜୁନ୍ ମାସରୁ ଏହି ଲବଣ ହ୍ରଦର ଏତେ ବଡ଼ ଅଞ୍ଚଳକୁ କବଜା କରାଯାଇଥିଲେ ମଧ୍ୟ କେହି ମୁହଁ ଖୋଲୁ ନାହାନ୍ତି। ବେଆଇନ ଚିଙ୍ଗୁଡ଼ି ଚାଷ ପାଇଁ ଚିଲିକାର ଜୈବ ବିବିଧତା ନଷ୍ଟ ହେବା ସହ ଜଳଜୀବଙ୍କ ପାଇଁ ବିପଦ ସୃଷ୍ଟି ହେଉଛି। ଆଶ୍ଚର୍ଯ୍ୟର ବିଷୟ ଚିଲିକା ଓ ତହସିଲ୍‌ କର୍ତ୍ତୃପକ୍ଷ ଏ ସଂପର୍କରେ ଅବଗତ ଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ। କାହା ଚାପରେ ଏତେ ବଡ଼ ଅଞ୍ଚଳକୁ କବଜା କରିବାକୁ ପ୍ରଶ୍ରୟ ଦିଆଯାଇଛି ବୋଲି ପ୍ରଶ୍ନ ଉଠୁଛି। ସୂଚନା ମୁତାବକ,  ଚିଲିକାର ଖଣ୍ଡୁଆଳକୋଟ୍‌ ଲମ୍ବୋଦରପୁର ପାହାଡ଼ଠାରୁ କଳିଯୁଗେଶ୍ବର ପାହାଡ଼ ଯାଏଁ ଲମ୍ବିଛି ଏହି ଚିଙ୍ଗୁଡ଼ି ଘେରି। ଦୁଇ ପାହାଡ଼ ମଝିରେ ଥିବା ଜଳରାଶିକୁ ଚାରିପଟେ ବିରାଟ ଜାଲ, ଖନ୍ଦା ଜାଲ୍‌ ଟାଣି ଆବଦ୍ଧ କରାଯାଇଛି। ସେହି ଅଞ୍ଚଳରେ ବାଗ୍‌ଦା ଚିଙ୍ଗୁଡ଼ି ଚାଷ କରାଯାଉଛି। ଚିଲିକାର ଲୁଣିପାଣି ଚିଙ୍ଗୁଡ଼ି ଚାଷ ପାଇଁ ବେଶ ଅନୁକୂଳ। ବିଶେଷ କରି ବାଗ୍‌ଦା ଚିଙ୍ଗୁଡ଼ି ଚାଷ ଭଲ  ହେଉଥିବାରୁ ମାଫିଆଙ୍କ ଆଖି ଏହା ଉପରେ ପଡ଼ିଛି। ପ୍ରାୟ ତିନି/ଚାରି ମାସରେ ଚିଙ୍ଗୁଡ଼ି ଅମଳ ହେଉଛି। ଗଲା ପ୍ରାୟ ବର୍ଷକ ଭିତରେ ପ୍ରାୟ ତିନିରୁ ଚାରି ଥର ଅମଳ ସରିଲାଣି।  ଚିଲିକାର ଏ ବିରାଟ ଘେରି ପଛରେ ଲାଗିଛି ୧୧ଜଣିଆ ଗ୍ୟାଙ୍ଗ୍‌ର ପାଣ୍ଠି। ଚିଲିକା ବାଗ୍‌ଦା ଚିଙ୍ଗୁଡ଼ିର ଚାହିଦା କୋଲକାତା ବଜାରରେ ରହିଛି। ଏଠାରୁ ଚିଙ୍ଗୁଡ଼ି ରାତାରାତି ଟ୍ରକ୍‌ରେ କୋଲକାତାକୁ ଚାଲାଣ ହେଉଛି। ତେବେ ଯେଉଁ ଶୈଳୀରେ ଏଠି ଚିଙ୍ଗୁଡ଼ି ଚାଷ ଚାଲିଛି, ତାହା ହିଁ ଚିନ୍ତାର ବିଷୟ ହୋଇଛି। 

Related Post