Breaking News
ଅପରାଧ

କଳାହାଣ୍ଡି ପୁଲିସକୁ ବଡ଼ ସଫଳତା, ୪୪ଟି ଚୋରି ମୋଟରସାଇକେଲ ଜବତ

କଳାହାଣ୍ଡି ପୁଲିସକୁ ବଡ଼ ସଫଳତା, ୪୪ଟି ଚୋରି ମୋଟରସାଇକେଲ ଜବତ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାପୁଲିସକୁ ମିଳିଛି ଏକ ବଡ଼ ସଫଳତା। ଜିଲ୍ଲାରେ ଦିନକୁ ଦିନ ବଢ଼ି ଚାଲିଥିବା ବାଇକ୍ ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ। ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ପୁଲିସ ମୋଟ ୪୪ଟି ଚୋରି ମୋଟରସାଇକେଲ ଜବତ କରିବା ସହ ଏହି ଆନ୍ତଃ-ଜିଲ୍ଲା ବାଇକ୍ ଚୋର ଗ୍ୟାଙ୍ଗ୍‌ର ୬ ଜଣ ସଦସ୍ୟଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ଧର୍ମଗଡ ସବଡିଭିଜନ ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରୁ କ୍ରମାଗତ ଭାବେ ବାଇକ୍ ଚୋରି ହେଉଥିବା ନେଇ  ଗତ ମେ ୧୩ରେ ଜୁନାଗଡ଼ ଥାନାରେ ଲିଖତ ଅଭିଯୋଗ ହେଇଥିଲା। ଏହାକୁ ଗମ୍ଭୀରତାର ସହ ନେଇ କଳାହାଣ୍ଡି ଏସପିଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ ଟିମ୍ ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ଚଢ଼ାଉ କରିଥିଲା।

Related Post