Breaking News
ଅପରାଧ

ବନମାଳୀପୁର ଫାଣ୍ଡି ପାଲଟିଛି ଚୋରଙ୍କ ପେଣ୍ଠସ୍ଥଳୀ, ବୁଦ୍ଧିକେଶ୍ୱର ମନ୍ଦିରରୁ ଚୋରି

ବନମାଳୀପୁର ଫାଣ୍ଡି ପାଲଟିଛି ଚୋରଙ୍କ ପେଣ୍ଠସ୍ଥଳୀ, ବୁଦ୍ଧିକେଶ୍ୱର ମନ୍ଦିରରୁ ଚୋରି

ବାଲିପାଟଣା: ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ବନମାଳୀପୁର ଫାଣ୍ଡି ଅନ୍ତର୍ଗତ ଦେଉଳିଧରପୁର ସ୍ଥିତ ବୁଦ୍ଧିକେଶ୍ୱର ମନ୍ଦିରରୁ ଗତକାଲି ରାତିରେ ନଗଦ ଟଙ୍କା ସହ ବହୁ ପରିମାଣରେ ସାମଗ୍ରୀ ଚୋରି ହୋଇଛି| କେହି ଦୁର୍ବୃତ୍ତ ତାଲା ଭାଙ୍ଗି ମନ୍ଦିର ହୁଣ୍ଡି ବାକ୍ସରୁ ନଗଦ ୧୩ ହଜାର ଟଙ୍କା ଓ ୨ ଟି ବଡ଼ ପିତଳ ଘଣ୍ଟି , ୨ ଟି ବଡ଼ ପିତଳ ଥାଳି , ୨ ଟି ପିତଳ ଢାଳ ଏବଂ ଗୋଟିଏ ପିତଳ ବାଲଟି ସହ ଭୋଜି ଭାତ ରେ ବ୍ୟବହୃତ ସମସ୍ତ ବାସନ କୁସନ , ଗ୍ୟାସ ସିଲିଣ୍ଡର ପ୍ରଭୃତି ଚୋରି କରି ନେଇଯାଇଛି | ଆଜି ସକାଳୁ ମନ୍ଦିର ପୂଜକ ଚନ୍ଦନ କୁମାର ଦାଶ ପୂଜା କରିବାକୁ ଆସିବା ବେଳେ ମନ୍ଦିର ପ୍ରାଙ୍ଗଣରେ ଥିବା ଘର ଏବଂ ହନୁମାନ ମନ୍ଦିର ତାଲା ଭଙ୍ଗା ହୋଇଥିବା ଦେଖିବା ପରେ ଗ୍ରାମବାସୀ ଏବଂ ପୁଲିସକୁ ଖବର ଦେଇଥିଲେ | ବନମାଳୀପୁର ଫାଣ୍ଡି ପୁଲିସ, ସାଇଣ୍ଟିଫିକ ଟିମ ଏବଂ ସନ୍ଧାନୀ କୁକୁର ଧରି ତଦନ୍ତ ଜାରି ରହିଛି | ଚୋରି ଜିନିଷର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅଭିଯୋଗ ହୋଇଛି | 

Related Post