Breaking News
ରାଜନୀତି

ଭବାନୀପୁରରେ ମିଠା ବାଣ୍ଟିଲା ବିଜେପି; କର୍ମୀମାନଙ୍କୁ ନିର୍ଦ୍ଦେଶ ଜାରି କଲା ବିଜେପି

ଭବାନୀପୁରରେ ମିଠା ବାଣ୍ଟିଲା ବିଜେପି; କର୍ମୀମାନଙ୍କୁ ନିର୍ଦ୍ଦେଶ ଜାରି କଲା  ବିଜେପି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ ହାଇଭୋଲଟେଜ୍ ପ୍ରତିଦ୍ବନ୍ଦ୍ବିତାଠାରୁ ତାମିଲନାଡ଼ୁରେ ତ୍ରିମୁଖୀ ଲଢେଇ, କେରଳରେ ଏଲଡିଏଫ୍‌ ଓ ୟୁଡିଏଫ୍‌ ମଧ୍ୟରେ ଛକାପଞ୍ଝା ଓ ଆସାମରେ ବିଜେପି-କଂଗ୍ରେସ ମହାସଂଗ୍ରାମ ମଧ୍ୟରେ କାହାର ହେବ ବାଜିମାତ୍‌ ସେ ନେଇ ସମସ୍ତଙ୍କ ନଜର ରହିଛି। ସୋମବାର ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଓ ପୁଡୁଚେରୀରେ ୮୨୩ ବିଧାନସଭା ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ହେବ। ପଶ୍ଚିମବଙ୍ଗର ଫାଲଟାକୁ ଛାଡ଼ି ୨୯୩ ଆସନ, ତାମିଲନାଡ଼ୁର ୨୩୪ ଆସନ, କେରଳର ୧୪୦, ଆସାମର ୧୨୬ ଓ ପୁଡୁଚେରୀର ୩୦ ଆସନରେ ସକାଳ ୮ଟାରୁ ଭୋଟ ଗଣନା ହେବ। ଏଥିପାଇଁ ନିର୍ବାଚନ ଆୟୋଗ(ଇସି)ଙ୍କ ପକ୍ଷରୁ ଏହି ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ତାମିଲନାଡୁରେ ଇସି ଶନିବାର କହିଛନ୍ତି ଯେ, ଗଣନା କେନ୍ଦ୍ରଗୁଡ଼ିକରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ, ନିର୍ବାଚନ ସୁରକ୍ଷା ଦାୟିତ୍ୱରେ ପ୍ରାୟ ୧,୦୦,୦୦୦ ସୁରକ୍ଷା କର୍ମୀ ନିୟୋଜିତ ହେବେ। କେବଳ ଚେନ୍ନାଇରେ ପ୍ରାୟ ୨୦,୦୦୦ ସୁରକ୍ଷା କର୍ମଚାରୀ ନିୟୋଜିତ ହୋଇଛନ୍ତି। ପଶ୍ଚିମବଙ୍ଗରେ ଏକଜିଟ୍ ପୋଲଗୁଡ଼ିକ ତୃଣମୂଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତାକୁ ସୂଚାଇଛି। ଅନେକ ୨୯୪ ସଦସ୍ୟ ବିଶିଷ୍ଟ ଗୃହରେ ଝୁଲା ବିଧାନସଭା ହେବ ବୋଲି ଆକଳନ କରିଛନ୍ତି। ଭବାନୀପୁର, ନନ୍ଦୀଗ୍ରାମ ଏବଂ ଭାଙ୍ଗର ଭଳି ପ୍ରମୁଖ ଆସନଗୁଡ଼ିକ ଉପରେ କଡ଼ା ନଜର ରଖାଯାଇଛି।

Related Post