Breaking News
ରାଜନୀତି

ଯାଜପୁର ବିଜେଡିରେ ମିଶ୍ରଣ ପର୍ବ

ଯାଜପୁର ବିଜେଡିରେ ମିଶ୍ରଣ ପର୍ବ

ଦଶରଥପୁର: ଆଜି ଯାଜପୁରରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେପି ସମର୍ଥିତ ପଞ୍ଚାୟତ ପ୍ରତିନିଧି ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବରିଷ୍ଠ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ କହିଛନ୍ତି। ସେ କହିଛନ୍ତି, ବିଜେପି ମହିଳା ସଂରକ୍ଷଣ ନାମରେ କୁମ୍ଭୀର କାନ୍ଦଣା କାନ୍ଦୁଛି। ୨୦୨୩ ମସିହାରୁ ସମସ୍ତ ରାଜନୈତିକ ଦଳ ସହଯୋଗରେ ମହିଳା ସଂରକ୍ଷଣ ବିଲ ପରୀତ ହୋଇସାରିଛି।ମାତ୍ର ଲୋକଙ୍କୁ ଭୁଆଁ ବୁଲାଇ ମିଛରେ ପ୍ରଧାନମନ୍ତ୍ରୀ ମୋଦୀ ଜି ଏବଂ ତାଙ୍କ ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ହେଲେ ଗତ ୨୦୨୪ ନିର୍ବାଚନରେ ବିଜେଡି ସରକାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶରେ ସର୍ବାଧିକ ମହିଳାଙ୍କୁ ଟିକେଟ ଦେଇଥିଲେ। ଏଣୁ ଜଣେ ମହିଳା ସ୍ୱୟଂ ସହାୟକ ମହିଳାଙ୍କୁ ଯାଜପୁର ରେ ଟିକେଟ ଦେଇଥିଲେ ଯେଉଁଥିରେ ସେ ଜିତିଛନ୍ତି। ଏଣୁ ଆମ ଦଳ ଯଥେଷ୍ଟ ମହିଳାଙ୍କ ପ୍ରତିସଂମ୍ମାନ ରହିଛି ବୋଲି ବବି କହିଥିଲେ। ସେ କହିଛନ୍ତି, ସେ ତାଙ୍କ ନିର୍ବାଚନ ମଣ୍ଡଳୀ ତଥା ଜିଲ୍ଲା  ପାଇଁ କରିଥିବା ହଜାର ହଜାର କୋଟିର କାର୍ଯ୍ୟକୁ ବିଜେପି ଵାଲା ସହି ପାରୁନାହାନ୍ତି। ବର୍ତମାନ ଯାଜପୁରକୁ ବିଜେପି ଵାଲା ନିନ୍ଦିତ କରୁଛନ୍ତି। ମାଟି, ବାଲି, ପଥର ଲୁଟ ରେ ସର୍ବାଧିକ ହେଉଛି। କୋରେଇରେ ତହସିଲଦାରଙ୍କୁ ଗାଡି ଚଢ଼ାଇଦେବା ଠାରୁ ଆରମ୍ଭ କରି ଅତିରିକ୍ତ ଡ଼ିଡ଼ିଏମଙ୍କୁ ଆକ୍ରମଣ ପର୍ଯ୍ୟନ୍ତ ଲୁଟ ପାଇଁ କରାଯାଉଛି। ବିଜେପି କେବଳ ସେମାନଙ୍କ ୮/୧୦ଜଣ ଲୋକଙ୍କ ବିକାଶ ଛଡା ଅନ୍ୟ ଲୋକଙ୍କ ସମସ୍ୟା ବୁଝାଯାଉନାହିଁ ବୋଲି ଅଭିଯୋଗ କରାଯାଇଥିଲା।ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅତିଥିଭାବେ ଯାଜପୁର ବିଧାୟିକା ସୁଜାତା ସାହୁ ଯୋଗ ଦେଇଥିଲେ। ବିଜେପି ଦଳ ଛାଡିଥିବା ମଲ୍ଲିକାପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବିଜେପି ବରିଷ୍ଠ ନେତା ଅମୀୟକାନ୍ତ ମଲିକଙ୍କ ଭାଇ ରାମଚନ୍ଦ୍ର ମଲ୍ଲିକ, ଟିଟୁ ଜେନା ଓ ବରିଷ୍ଠ ସିପିଆଇ ନେତା ଅଶୋକ ମହାନ୍ତିଙ୍କ ସମେତ ମଲ୍ଲିକାପୁର, କସପା, ତରପଦା, ଛଞ୍ଚିଣା, ଓ ଜୟନ୍ତରା ପଞ୍ଚାୟତର  ବିଜେପି  ଦଳ ଛାଡିଥିବା ଶତାଧିକ କର୍ମୀଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ। 

Related Post