Breaking News
ଅପରାଧ

ଦୁର୍ଘଟଣାରେ ୮ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ

ଦୁର୍ଘଟଣାରେ ୮ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲାରେ ଏକ ବୋଲେରୋ ସହିତ ଭାରୀ ଯାନ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଆଠ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି। ଜିଲ୍ଲାର ମନ୍ତ୍ରାଳୟମ ଡିଭିଜନର ଚିଲାକାଲାଡୋନା ନିକଟରେ ଏହି ଘଟଣା ଘଟିଛି। ଦଶରୁ ବାର ଜଣ ଆହତ ହୋଇଥିବା ମଧ୍ୟ ଜଣାପଡ଼ିଛି। କୁର୍ଣ୍ଣୁଲ ପୁଲିସ ଅଧିକାରୀଙ୍କ ଅନୁଯାୟୀ ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଏମିଗାନୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ପରିଚୟ ଚିହ୍ନଟ କରାଯାଉଛି। ଲୋକମାନେ କହୁଛନ୍ତି ଯେ ମୃତକମାନେ କର୍ଣ୍ଣାଟକ (ଚିକ୍କାମାଗାଲୁରୁ ଅଞ୍ଚଳ)ର ତୀର୍ଥଯାତ୍ରୀ ଭାବରେ ଚିହ୍ନଟ ହୋଇଛନ୍ତି।

Related Post