Breaking News
ଅପରାଧ

ପଞ୍ଜାବରେ ତୀର୍ଥଯାତ୍ରୀଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ; ୬ ଶ୍ରଦ୍ଧାଳୁ ମୃତ

ପଞ୍ଜାବରେ ତୀର୍ଥଯାତ୍ରୀଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ; ୬ ଶ୍ରଦ୍ଧାଳୁ ମୃତ

ଫତେଗଡ଼ ସାହିବ: ବୈଶାଖୀରେ ଶ୍ରୀ ଆନନ୍ଦପୁର ସାହିବରେ ପୂଜାର୍ଚ୍ଚନା କରି ଫେରୁଥିବା ତୀର୍ଥଯାତ୍ରୀଙ୍କ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ‌ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ଫତେଗଡ଼ ସାହିବର ଭଟେରି ଗ୍ରାମ ନିକଟରେ ଏହି ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାସ୍ଥଳେ ୬ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ୨୫ରୁ ଅଧିକ ଆହତ ହୋଇଛନ୍ତି। ଗୁରୁତର ଆହତ ଦୁଇଜଣଙ୍କୁ ଚଣ୍ଡିଗଡ଼ ପିଜିଆଇ ରେଫର କରାଯାଇଛି। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। 

Related Post