Breaking News
ଖେଳ

ଆରମ୍ଭ ହେଲା ୬୯ ତମ ଜାତୀୟ ବିଦ୍ୟାଳୟସ୍ତରୀୟ ରଗବୀ ଚାମ୍ପିଅନସିପ

ଆରମ୍ଭ ହେଲା ୬୯ ତମ ଜାତୀୟ ବିଦ୍ୟାଳୟସ୍ତରୀୟ ରଗବୀ ଚାମ୍ପିଅନସିପ

ଭୁବନେଶ୍ବର: ଆରମ୍ଭ ହୋଇଛି ୬୯ ତମ ଜାତୀୟ ବିଦ୍ୟାଳୟ ସମୂହ (SGFI) ୧୭ ବର୍ଷ  ଓ  ୧୪ ବର୍ଷରୁ କମ୍ ଉଭୟ ବାଳକ ଓ ବାଳିକା ଖେଳାଳିମାନଙ୍କୁ ନେଇ ଜାତୀୟ ବିଦ୍ୟାଳୟସ୍ତରୀୟ ରଗବୀ ଚାମ୍ପିଅନସିପ ୨୦୨୫-୨୬ ।ଏହାକୁ ଉଦଘାଟନ କରିଛନ୍ତି କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଭୂପେନ୍ଦ୍ର ସିଂ ପୁନିଆ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଡ଼ା ଏନ୍. ତିରୁମାଲା ନାୟକ। ଉପସ୍ଥିତ ଅଛନ୍ତି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ବିରେନ୍ଦ୍ର କରକରା, ସହକାରୀ ନିର୍ଦ୍ଦେଶକ (ପି.ଇ.ଟି) ଜ୍ୟୋତି ପ୍ରସାଦ ପରିଡା, SGFI ପର୍ଯ୍ୟବେକ୍ଷକ  ଅରବିନ୍ଦ ଯାଦବ ଓ ଅନ୍ତର୍ଜାତୀୟ ରଗବି ଖେଳାଳୀ ଡୁମୁଣୀ ମାରାଣ୍ଡି ।

Related Post