Breaking News
ଖେଳ

ଶ୍ରେୟାସ ଆୟରଙ୍କୁ ୨୪ ଲକ୍ଷ ଜରିମାନା

ଶ୍ରେୟାସ ଆୟରଙ୍କୁ ୨୪ ଲକ୍ଷ ଜରିମାନା

ନୂଆଦିଲ୍ଲୀ: ଆଇପିଏଲ୍‌-୨୦୨୬ର ସପ୍ତମ ମ୍ୟାଚ୍ଚେ ନ୍ନାଇ ସୁପର କିଙ୍ଗସ୍ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ୍ ଅଧିନାୟକ ଶ୍ରେୟାସ ଆୟର ଲଗାତାର ଦ୍ୱିତୀୟ ଥର ପାଇଁ ଆଇପିଏଲ୍‌ ଆଚରଣ ସଂହିତା ଉଲ୍ଲଂଘନ କରିଥିଲେ। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ପ୍ରଥମ ମ୍ୟାଚ୍‌ରେ ସ୍ଲୋ ଓଭର ରେଟ୍ ପାଇଁ ଶ୍ରେୟାସ ଆୟରଙ୍କୁ ଜରିମାନା ଦିଆଯାଇଥିଲା। ଆୟର ଏବେ ଚେନ୍ନାଇ ସୁପର କିଙ୍ଗସ୍ ବିପକ୍ଷରେ ସମାନ ଭୁଲ୍ ଦୋହରାଇଛନ୍ତି। ପଞ୍ଜାବ କିଙ୍ଗସ୍ ଅଧିନାୟକ ଶ୍ରେୟାସ ଆୟରଙ୍କୁ ଚେନ୍ନାଇ ସୁପର କିଙ୍ଗସ୍ ବିପକ୍ଷରେ ସ୍ଲୋ ଓଭର ରେଟ୍ ପାଇଁ ୨୪ ଲକ୍ଷ ଟଙ୍କା ଜରିମାନା କରାଯାଇଥିଲା। ଏହା ଏହି ସିଜନ୍‌ରେ ତାଙ୍କ ଦଳର ଦ୍ୱିତୀୟ ଅପରାଧ ଥିଲା, ଯାହା ଆଇପିଏଲ୍‌ ଆଚରଣ ସଂହିତାର ଧାରା ୨.୨୨ ଅନୁଯାୟୀ ପଡ଼ିଥାଏ।

Related Post