Breaking News
ଅପରାଧ

ଆନିକଟରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ଆନିକଟରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଆଖୁଆପଦା ଆନିକଟ ଠାରେ ବୁଡ଼ି ଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ଆଖୁଆପଦା ଗ୍ରାମର ରମେଶ ଚନ୍ଦ୍ର ବେହେରାଙ୍କ ପୁଅ ଭୋଳାନାଥ (୨୦) ଶୁକ୍ରବାର ଅପରାହ୍ନ ୧୨ଟା ସମୟରେ ନିଜ ସାଙ୍ଗସାଥୀଙ୍କ ସହ ଆନିକଟକୁ ଗାଧୋଇବାକୁ ଯାଇଥିଲେ।  ଗାଧୋଇବା ବେଳେ ଅସାବଧାନତା ଯୋଗୁଁ ଗଭୀର ଜଳରାଶିରେ  ଗୋଡ଼ ଖସିଯାଇଥିଲା। ସେଠାରେ ଭୋଳାନାଥ ବୁଡି ଯାଇଥିଲେ। ସ୍ଥାନୀୟ ଲୋକମାନେ ଖୋଜାଖୋଜି କରି ପ୍ରାୟ ୧୦ମିନିଟ ମଧ୍ୟରେ ଉଦ୍ଧାର କରି ଯାଜପୁର ମେଡିକାଲକୁ ନେଇଥିବା ବେଳେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଭୋଳାନାଥ ପରିବାରର ଏକମାତ୍ର ପୁତ୍ର ହୋଇଥିବା ବେଳେ ତାଙ୍କର ଅକାଳ ମୃତ୍ୟୁକୁ ନେଇ ବାପା ମାଆ ଭାଙ୍ଗି ପଡିଛନ୍ତି। 

Related Post