Breaking News
ଖେଳ

ଫ୍ଲାଇଟ୍‌ ଧରିବାକୁ ଅଧା ମ୍ୟାଚ୍‌ରୁ ପଡ଼ିଆ ଛାଡ଼ିଲେ ଖେଳାଳି

ଫ୍ଲାଇଟ୍‌ ଧରିବାକୁ ଅଧା ମ୍ୟାଚ୍‌ରୁ ପଡ଼ିଆ ଛାଡ଼ିଲେ ଖେଳାଳି

ଡର୍ବାନ: ଦକ୍ଷିଣ ଆଫ୍ରିକା ଘରୋଇ କ୍ରିକେଟ୍‌ରେ ଏକ ଅଜବ ଘଟଣା ଘଟିଛି। ମ୍ୟାଚ୍‌ ଚାଲିଥିବାବେଳେ ଫ୍ଲାଇଟ୍‌ ଧରିବାକୁ ଜଣେ ବୋଲର୍‌ ହଠାତ୍‌ ପଡ଼ିଆ ଛାଡ଼ି ଚାଲିଯାଇଛନ୍ତି। ଏହି ଖେଳାଳିଙ୍କ ନାମ ହେଉଛି ବେୟର୍ସ ସ୍ବାନେପଏଲ୍‌। ତାଙ୍କ ଦଳ ଲାୟନ୍ସ ହାଇ ଓ ଟାଇଟନ୍ସ ମଧ୍ୟରେ ଏକ ଦିନିକିଆ ମ୍ୟାଚ୍‌ ଚାଲିଥିଲା। ଦ୍ବିତୀୟ ଇନିଂସରେ ଲାୟନ୍ସ ଦଳ ବୋଲିଂ କରୁଥିବାବେଳେ ୪୩ତମ ଓଭରରେ ସେ ହଠାତ୍‌ ପଡ଼ିଆ ଛାଡ଼ି ସିଧା ଏୟାରପୋର୍ଟ ପଳାଇଥିଲେ। ଇଂଲଣ୍ଡର କାଉଣ୍ଟି ଦଳ ଓ୍ବର୍ସେଷ୍ଟରସାୟାର୍‌ରେ ଯୋଗଦେବାକୁ ସେ ତରବରିଆ ଭାବେ ଫ୍ଲାଇଟ୍‌ ଧରିଥିଲେ। ସେପଟେ ତାଙ୍କ ଦଳ ୧୦ ଜଣ ଖେଳାଳିଙ୍କୁ ନେଇ ମ୍ୟାଚ୍‌ ସମ୍ପୂର୍ଣ୍ଣ କରିଥିଲା। କାରଣ ବେୟର୍ସଙ୍କ ବଦଳରେ ଅନ୍ୟ କୌଣସି ଫିଲ୍ଡରଙ୍କୁ ଅନୁମତି ଦେବାକୁ ଅମ୍ପାୟାର ମନା କରିଦେଇଥିଲେ। ସେ ଆହତ ହୋଇ ପଡ଼ିଆ ଛାଡ଼ିଥିବା ଅନ୍ୟ ଖେଳାଳିମାନେ ସଫେଇ ଦେଇଥିଲେ ବି ଅମ୍ପାୟାର ତାହାକୁ ଗ୍ରହଣ କରିନଥିଲେ। ଏହି ମ୍ୟାଚ୍‌ରେ ଟାଇଟାନ୍ସ ୩ ଓ୍ବିକେଟ୍‌ରେ ବିଜୟୀ ହୋଇଥିଲା। ଏ ନେଇ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ବୋର୍ଡ ଏକ ତଦନ୍ତ ନିର୍ଦ୍ଦେଶ ଦେଇଛି।

Related Post