Breaking News
ଅପରାଧ

ସମ୍ବଲପୁର ମଣ୍ଡଳ କାରାଗାରରେ ପୁଲିସର ବଡ଼ ଧରଣର ଚଢ଼ାଉ

ସମ୍ବଲପୁର ମଣ୍ଡଳ କାରାଗାରରେ ପୁଲିସର ବଡ଼ ଧରଣର ଚଢ଼ାଉ

ସମ୍ବଲପୁର: ସମ୍ବଲପୁର ମଣ୍ଡଳ କାରାଗାର ପରିସରରେ ସୋମବାର ସକାଳୁ ପୁଲିସ ପକ୍ଷରୁ ଏକ ବଡ଼ ଧରଣର ସର୍ଚ୍ଚ ଅପରେସନ ବା ରେଡ୍ କରାଯାଇଛି।ଜେଲ୍ ଭିତରେ ବିଭିନ୍ନ ବେଆଇନ କାରବାର ଚାଲୁଥିବା ନେଇ ଗୁପ୍ତ ସୂଚନା ମିଳିବା ପରେ ପୁଲିସ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏହି ଅଚାନକ ହୋଇଥିବା ଚଢ଼ାଉରେ ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତିନିଜଣ ଅତିରିକ୍ତ ଏସପି, ଜଣେ ଏସଡିପିଓ ଏବଂ ୫ଟି ଥାନାର ଭାରପ୍ରାପ୍ତ ଅଧିକାରୀଙ୍କ ସମେତ ବହୁ ସଂଖ୍ୟାରେ ପୁଲିସ ବଳ ସାମିଲ ହୋଇ ଜେଲ୍‌ର ପ୍ରତ୍ୟେକ କୋଣ ଅନୁକୋଣରେ ତଲାସି କରୁଛନ୍ତି। ବିଶେଷ କରି କଏଦୀମାନଙ୍କ ପାଖକୁ ନିଷିଦ୍ଧ ସାମଗ୍ରୀ କିମ୍ବା ମାଦକଦ୍ରବ୍ୟ ଯାଉଛି କି ନାହିଁ, ସେ ନେଇ ଅଧିକାରୀମାନେ ଅତି ସନ୍ତର୍ପଣର ସହ ଯାଞ୍ଚ ଜାରି ରଖିଛନ୍ତି।

Related Post