Breaking News
ଅପରାଧ

ତହସିଲଦାରଙ୍କ ଗୋଡ଼ ତଳେ ପଡ଼ି ନ୍ୟାୟ ମାଗିଲେ ମୃତ ଚାଷୀଙ୍କ ପତ୍ନୀ

ତହସିଲଦାରଙ୍କ ଗୋଡ଼ ତଳେ ପଡ଼ି ନ୍ୟାୟ ମାଗିଲେ ମୃତ ଚାଷୀଙ୍କ ପତ୍ନୀ

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ଅନ୍ତର୍ଗତ ଜୁଣଗଡ଼ି ଗାଁର ଚାଷୀ ତ୍ରିଲୋଚନ ନାୟକ (୫୩) ମଣ୍ଡି ଓ ମିଲର୍‌ ନିର୍ଯାତନା ସହି ନ ପାରି ଆଖି ବୁଜିଥିଲେ। ତିନିଦିନ କାଳ ମିଲ୍‌ ସାମନାରେ ଖୋଲା ଆକାଶ ତଳେ ଅଖିଆଅପିଆ ପଡ଼ିରହି ଅସୁସ୍ଥ ହେବା ପରେ ଘରେ ପହଞ୍ଚିବା କ୍ଷଣି ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ତାଙ୍କ ପତ୍ନୀ ଭାରତୀ ନାୟକ ମିଲର୍‌ ଓ ସମ୍ପାଦକଙ୍କ ନିର୍ଯାତନା ଯୋଗୁଁ ସ୍ବାମୀଙ୍କ ମୃତ୍ୟୁ ହୋଇଥିବା ଦର୍ଶାଇ ରାଜନଗର ଅତିରିକ୍ତ ତହସିଲଦାରଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି।ଭାରତୀ ତହସିଲ୍‌ କାର୍ଯ୍ୟାଳୟରେ ଥିଲା ବେଳେ ତହସିଲଦାର ଯୀଶୁକୃଷ୍ଣ ଦାସ ମୃତ ଚାଷୀଙ୍କ ଘରେ ପହଞ୍ଚି ଥିଲେ। ପରେ ଭାରତୀ ଗାଁରେ ପହଞ୍ଚି ତହସିଲଦାରଙ୍କୁ ଦେଖିବା ମାତ୍ରେ ତାଙ୍କ ଗୋଡ଼ ତଳେ ପଡ଼ି ନ୍ୟାୟ ଭିକ୍ଷା କରିଥିଲେ। ସ୍ବାମୀଙ୍କ ମୃତ୍ୟୁ ପାଇଁ ଅଧିକାରୀ ଓ କର୍ମଚାରୀଙ୍କୁ ଭାରତୀ ଦାୟୀ କରିବା ସହିତ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ମୃତକ ପରିବାରକୁ ଜିଲ୍ଲା ରେଡ୍‌କ୍ରସ୍‌ ପାଣ୍ଠିରୁ ତହସିଲଦାର ୨୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି।

Related Post