Breaking News
ଖେଳ

ଓଡ଼ିଶାରେ ପ୍ରଥମ ଥର ହେବ ମିଷ୍ଟର ଓ ମିସ୍‌ ଇଣ୍ଡିଆ ବଡି ବିଲ୍‌ଡିଂ: ବିଜେତାଙ୍କୁ ମିଳିବ ମୋଟ ୬ ଲକ୍ଷ ଟଙ୍କାର ପୁରସ୍କାର ରାଶି

ଓଡ଼ିଶାରେ ପ୍ରଥମ ଥର ହେବ ମିଷ୍ଟର ଓ ମିସ୍‌ ଇଣ୍ଡିଆ ବଡି ବିଲ୍‌ଡିଂ: ବିଜେତାଙ୍କୁ ମିଳିବ ମୋଟ ୬ ଲକ୍ଷ ଟଙ୍କାର ପୁରସ୍କାର ରାଶି

ଭୁବନେଶ୍ବର: ଅଲ୍‌ଓଡ଼ିଶା ବଡ଼ି ବିଲ୍‌ଡିଂ ଓ ଫିଟ୍‌ନେସ୍‌ ସଂଘ ଆନୁକୂଲ୍ୟରେ ଚଳିତ ଫେବ୍ରୁଆରି ୨୫ ଓ ୨୬ ଦୁଇ ଦିନ ଧରି ସ୍ଥାନୀୟ ଭଞ୍ଜ କଳା ମଣ୍ଡପଠାରେ ମିଷ୍ଟର ଇଣ୍ଡିଆ ଓ ମିସ୍‌ ଇଣ୍ଡିଆ ବଡି ବିଲ୍‌ଡିଂ ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରଥମ ଦିନ ପ୍ରାରମ୍ଭିକ ଚୟନ ପ୍ରକ୍ରିୟା ଏବଂ ଦ୍ବିିତୀୟ ଦିନ ଅପରାହ୍‌ଣ ୩ଟା ପରଠାରୁ ଫାଇନାଲ୍ ପୋଜ୍‌ ଡାଉନ୍‌ ଆରମ୍ଭ ହେବ। ଏହି ବରିଷ୍ଠ ସ୍ତରୀୟ ଜାତୀୟ ପ୍ରତିଯୋଗିତା ପ୍ରଥମ ଥର ଲାଗି ଓଡ଼ିଶାରେ ଆୟୋଜିତ ହେବ। ଯାହା ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ ହେବ। ବରିଷ୍ଠ ପୁରୁଷ ଫିଜିକ୍, ବରିଷ୍ଠ ବଡି ବିଲ୍‌ଡିଂ, କ୍ଲାସିକ୍‌ ବଡି ବିଲ୍‌ଡିଂ ଓ ମହିଳା ବଡି ବିଲ୍‌ଡିଂ ଆଦି ବର୍ଗରେ ସାରା ଦେଶର ୨୫ ରାଜ୍ୟର ପାଖାପାଖି ୨୭୦ଜଣ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିବେ। ଓଡ଼ିଶାରୁ ମଧ୍ୟ ୪୦ରୁ ଅଧିକ ପ୍ରତିଯୋଗୀ ଏଥିରେ ସାମିଲ ରହି ନିଜିନଜ ସୁନ୍ଦର ସ୍ବାସ୍ଥ୍ୟର ଝଲକ ଦେଖାଇବେ। ଅନ୍ୟ ଏକ ଉଲ୍ଲେଖନୀୟ ଘଟଣାକ୍ରମେ ରାଜ୍ୟରେ ପ୍ରଥମ ଥର ଲାଗି ଜାତୀୟସ୍ତରୀୟ ଦିବ୍ୟାଂଗ ବଡି ବିଲ୍‌ଡରମାନେ କୌଣସି ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ପ୍ରତିଯୋଗିତାରେ ମୋଟ ୬ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ। ସେଥିମଧ୍ୟରୁ ଶ୍ରେଷ୍ଠ ବଡି ବିଲ୍‌ଡର ବା ଚାମ୍ପିଅନ୍‌ ଅଫ୍‌ ଚାମ୍ପିଅନ୍‌ସଙ୍କୁ ସର୍ବାଧିକ ୫୦,୦୦୦ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ। ଅନ୍ୟପକ୍ଷରେ ପ୍ରତ୍ୟେକ ବର୍ଗର ବିଜେତା, ଉପବିଜେତା ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ଆକର୍ଷଣୀୟ ଟ୍ରଫି ଓ ପଦକ ସହ ଯଥାକ୍ରମେ ୧୦,୦୦୦, ୭,୦୦୦ ଓ ୫,୦୦୦ ଟଙ୍କାର ଅର୍ଥରାଶି ମିଳିବ। ପ୍ରତିଯୋଗିତାର ପ୍ରବେଶ ଶୁଳ୍କ ୨,୫୦୦ (ଗୋଟିଏ ବର୍ଗ), ୪୫୦୦ (ଦୁଇଟି ବର୍ଗ) ଓ ୬,୦୦୦ (ତିନିଟି ବର୍ଗ) ଟଙ୍କା ରଖାଯାଇଛି।

Related Post