Breaking News
ଅପରାଧ

କାରେଗୁଟ୍ଟା ଜଂଗଲରେ ‘ବ୍ଲାକ ଫରେଷ୍ଟ-୨‘ : ୫ ମାଓବାଦୀ ନିପାତ

କାରେଗୁଟ୍ଟା ଜଂଗଲରେ ‘ବ୍ଲାକ ଫରେଷ୍ଟ-୨‘ : ୫ ମାଓବାଦୀ ନିପାତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ଏବଂ ତେଲେଙ୍ଗାନା ସୀମାରେ ରହିଥିବା କାରେଗୁଟ୍ଟା ଜଂଗଲରେ ଆରମ୍ଭ ହେଲା ବ୍ଲାକ ଫରେଷ୍ଟ-୨ ନାମରେ ଶେଷ ଲଢେଇ। ପ୍ରାୟ ୨୦୦୦ରୁ ଊର୍ଦ୍ଧ୍ବ ଯବାନ କାରେଗୁଟ୍ଟା ଜଂଗଲରେ ପଶିଛନ୍ତି। ଏଥିରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୫ଜଣ ମାଓବାଦୀ ନିପାତ ହୋଇଥିବାର ଖବର ମିଳିଛି। କାରେଗୁଟ୍ଟା ଜଂଗଲରେ ପୁଣି ନକ୍ସଲ ମେଳି କରୁଥିବା ବିଶେଷ ସୂତ୍ରରୁ ଖବର ମିଳିବା ପରେ ଆରମ୍ଭ ହୋଇଛି ବ୍ଲାକ ଫରେଷ୍ଟ-୨ ନାମରେ ଦ୍ବିତୀୟ ଅପରେସନ। ଗତବର୍ଷ ଏପ୍ରିଲ ୨୧ରୁ ମେ ୧୧ ତାରିଖ ପର୍ଯ୍ୟନ୍ତ ପ୍ରାୟ ୨୧ ଦିନ ଧରି ୧୦ ହଜାର ଯବାନ କାରେଗୁଟ୍ଟା ଜଂଗଲରେ ପଶି ଅପରେସନ କରିଥିଲେ। ଏଥିରେ ଛତିଶଗଡ ଏବଂ ତେଲେଙ୍ଗାନାର ସିଆରପିଏଫ,ଡିଆରଜି,ଏସଟିଏଫ ଏବଂ ତେଲେଙ୍ଗାନାରେ ରାଜ୍ୟ ପୁଲିସ। ଏହି ଅପରେସନରେ ୩୧ ଜଣ ନକ୍ସଲଙ୍କୁ ମରାଯାଇଥିବା ବେଳେ ପ୍ରାୟ ୧ କୋଟି ୭୨ ଲକ୍ଷ ଟଂକା ଜବତ କରାଯାଇଥିଲା। ଏଥିସହ ସେଠାରୁ ୨୧୪ ଜଣ ନକ୍ସଲଙ୍କୁ ତଡାଯାଇଥିଲା ଏବଂ ୪୦୫ଟି ଲ୍ୟାଣ୍ଡମାଇନ ଜବତ କରାଯାଇଥିଲା। ୮୯୯ ବଣ୍ଡଲ କୋଡେସ୍କ ତାର,୮୧୮ଟି ବଜିଏଲ ସେଲ, ପ୍ରଚୁର ମାତ୍ରାରେ ଡିଟୋନେଟର,ବିସ୍ଫୋରକ ଜବତ କରାଯାଇଥିଲା। ପୁଣି ନକ୍ସଲ ଲୁଚାଇ ରଖିଥିବା ୧୨ ହଜାର କ୍ବିଣ୍ଟାଲ ଖାଦ୍ୟକୁ ମଧ୍ୟ ଯବାନ ଜବତ କରିଥିଲେ।

Related Post