Breaking News
ଅପରାଧ

୩୦ କୋଟି ଟଙ୍କାର ସୁନା ଗହଣା ଲୁଟିନେଲେ ଲୁଟେରା, କରାଚୀ ଇତିହାସର ସବୁଠୁ ବଡ଼ ଲୁଟ୍

୩୦ କୋଟି ଟଙ୍କାର ସୁନା ଗହଣା ଲୁଟିନେଲେ ଲୁଟେରା, କରାଚୀ ଇତିହାସର ସବୁଠୁ ବଡ଼ ଲୁଟ୍

ଇସଲାମାବାଦ୍: ପାକିସ୍ତାନର ସବୁଠୁ ବଡ଼ ସହର କରାଚୀରୁ ୩୦ କୋଟି ପାକିସ୍ତାନୀ ଟଙ୍କା ମୂଲ୍ୟର ସୁନା, ରୁପା ଅଳଙ୍କାର ଲୁଟେରା ଲୁଟିନେଇଛନ୍ତି। କରାଚୀ ଇତିହାସର ଏହା ସବୁଠୁ ବଡ଼ ଲୁଟ୍ ବୋଲି କୁହାଯାଉଛି। ଲୁଟେରାମାନେ ଅତି ଚାଲାକର ସହ ଦୋକାନ ପଛପଟ କାନ୍ଥ କଣା କରି ଭିତରେ ପଶି ସବୁ ଲୁଟିନେଇଛନ୍ତି। ଅଭିଯୋଗ ପରେ ପୁଲିସ ତଦନ୍ତ ଜାରି ରଖିଛି।ପୁଲିସର କହିବା ମୁତାବକ, ଲୁଟେରାଙ୍କ ପାଖରେ ବଜାରର ନକ୍ସା ଥିଲା। ନକ୍ସାକୁ ଆଧାର କରି କରାଚୀର ମାଲିର ଅଞ୍ଚଳରେ ଇକବାଲ ଜୋଏଲାରୀ ନାମକ ଏକ ଦୋକାନକୁ ଟାର୍ଗେଟ୍ କରିଥିଲେ। ଦୋକାନ ବନ୍ଦ ଥିବାର ସୁଯୋଗ ନେଇ ଲୁଟେରାମାନେ ଅପରାଧ ଘଟାଇଥିଲେ। ଲୁଟେରାମାନେ ଦୋକାନ କାନ୍ଥ କଣା କରି ଭିତରେ ପ୍ରବେଶ କରି ସବୁ ଅଳଙ୍କାର ଲୁଟିନେଇଥିଲେ। ଦୋକାନ ମାଲିକ ଆୟୁବ ଖାନଙ୍କ କହିବା ଅନୁଯାୟୀ, ସବୁ ସପ୍ତାହ ପରି ଗତ ଶୁକ୍ରବାର ଓ ଶନିବାର ବି ଦୋକାନ ବନ୍ଦ ଥିଲା। ଦୋକାନ କର୍ମଚାରୀ ରବିବାର ଦୋକାନ ଖୋଲିଲା ବେଳକୁ ସବୁ ଅଳଙ୍କାର ବକ୍ସ ଖାଲିଥିବା ଦେଖିବାକୁ ପାଇଥିଲେ। ତେବେ ଦୋକାନ ମାଲିକ ପୁଲିସରେ ଅଭିଯୋଗ କରିବା ପରେ ଏହି ଘଟଣାଟି ସାମ୍ନାକୁ ଆସିଛି।

Related Post