Breaking News
ବାଣିଜ୍ୟ

ସୁନା ୯,୬୫୦ ଟଙ୍କା କମିଲା, ୨୩ ପରଠାରୁ ଲଗାତାର ବଢ଼ୁଥିଲା ସୁନା ଦର

ସୁନା ୯,୬୫୦ ଟଙ୍କା କମିଲା, ୨୩ ପରଠାରୁ ଲଗାତାର ବଢ଼ୁଥିଲା ସୁନା ଦର

ଭୁବନେଶ୍ବର: ଗୁରୁବାର ବଡ଼ ଧରଣର ବୃଦ୍ଧି ପରେ ଶୁକ୍ରବାର ସୁନା ମୂଲ୍ୟରେ ହ୍ରାସ ଘଟିଛି। ଭୁବନେଶ୍ବରରେ ୨୪ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ପିଛା ମୂଲ୍ୟ ୯୬୫୦ ଟଙ୍କା ହ୍ରାସ ପାଇ ୧,୬୯,୨୦୦ ଟଙ୍କାକୁ ହ୍ରାସ ପାଇଛି। ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ପିଛା ଦାମ୍‌ ୮୮୫୦ ଟଙ୍କା ହ୍ରାସ ପାଇ ୧,୫୫,୧୦୦ ଟଙ୍କା ହୋଇଛି। ଗତକାଲି ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍‌ ସୁନା ଦାମ୍‌ରେ ଯଥାକ୍ରମେ ୧୦,୮୦୦ ଟଙ୍କା ଓ ୧୧,୭୭୦ ଟଙ୍କାର ବୃଦ୍ଧି ଘଟିଥିଲା। ଫଳରେ ସୁନା ଦର ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଯାଇଥିଲା।ଚଳିତ ମାସ ୨୩ ପରଠାରୁ ଲଗାତାର ଭାବେ ସୁନା ଦର ବଢ଼ୁଥିଲା। ଆଜି ଭୁବନେଶ୍ବରରେ ରୁପା ବି ଶସ୍ତା ହୋଇଛି। ରୁପା କେଜି ୧୦ହଜାର ଟଙ୍କା ଶସ୍ତା ହୋଇ ୪,୧୫,୦୦୦ ଟଙ୍କାକୁ ହ୍ରାସ ପାଇଛି। ତା’ ପୂର୍ବରୁ ୬ ଦିନରେ ରୁପା କେଜି ୮୫ ହଜାର ଟଙ୍କା ବଢ଼ିଥିଲା। ଗତକାଲି ଏହି ଦର ସର୍ବକାଳୀନ ରେକର୍ଡ ସ୍ତର ୪,୨୫,୦୦୦ ଟଙ୍କାରେ ପହଞ୍ଚିଯାଇଥିଲା। ଆମେରିକା ଶୁଳ୍କ, ଭୂରାଜନୈତିକ ସଙ୍କଟ, ବାଣିଜ୍ୟ କଟକଣା, ଶକ୍ତିଶାଳୀ ଡଲାର ଭଳି ବିଭିନ୍ନ କାରଣ ପ୍ରଭାବରେ ସୁନା ଓ ରୁପା ଉଭୟ ମହଙ୍ଗା ହେଉଛି। ଅନ୍ତର୍ଜାତୀୟ ବଜାରରେ ସୁନାର ଆଉନ୍ସ ପିଛା ଦର ୫,୫୧୧.୭୯ ଡଲାର ରହିଛି। ପ୍ରଥମ ଥର ପାଇଁ ସୁନା ୫୦୦୦ ଡଲାରରୁ ଉପରେ ଦେଖିବାକୁ ମିଳିଛି। ସେହିପରି, ରୁପାର ଆଉନ୍ସ ପିଛା ଦର ମଧ୍ୟ ୧୧୮ ଡଲାର ରହିଛି। ରୁପା ଅଧିକ ରିଟର୍ଣ୍ଣ ଦେଉଥିବାରୁ ସୁନାରେ ନିବେଶ କରୁଥିବା ନିବେଶକମାନେ ଏବେ ବିପୁଳ ରାଶି ରୁପାରେ ନିବେଶ କରୁଛନ୍ତି। ଫଳରେ ଏହି ମୂଲ୍ୟବାନ ଧାତୁର ଚାହିଦା ବଢ଼ିବା ସହ ବଜାରରେ ତାହାର ଅଭାବ ଦେଖାଦେଇଛି। ଶିଳ୍ପ ଜଗତରେ ମଧ୍ୟ ରୁପାକୁ ବିପୁଳ ମାତ୍ରା‌ରେ ବ୍ୟବହାର କରାଯାଉଛି।

Related Post