Breaking News
ଅପରାଧ

ଗୁଜରାଟରେ ସାଇବର ଠକେଇ: ରାଉରକେଲାରେ ଲୋକେ ହନ୍ତସନ୍ତ, ୫ ମାସ ହେଲା ଆକାଉଣ୍ଟ ଅଚଳ

ଗୁଜରାଟରେ ସାଇବର ଠକେଇ: ରାଉରକେଲାରେ ଲୋକେ ହନ୍ତସନ୍ତ, ୫ ମାସ ହେଲା ଆକାଉଣ୍ଟ ଅଚଳ

ରାଉରକେଲା: ଡିଜିଟାଲାଇଜେସନ୍ କେବଳ ଗୋଟିଏ ଘଟଣା ନୁହେଁ ବରଂ ଏକ ଦୀର୍ଘକାଳୀନ ବିବର୍ତ୍ତନ ଯାହାକୁ ତୃତୀୟ ଶିଳ୍ପ ବିପ୍ଳବ ବା ଡିଜିଟାଲ୍ ବିପ୍ଳବ ବୋଲି ମଧ୍ୟ କୁହାଯାଏ। ଏହା ୧୯୯୦ ଦଶକରେ ବ୍ୟାପକ ଭାବେ ଆରମ୍ଭ ହୋଇଥିଲେ ହେଁ ଏହାକୁ ସର୍ବବ୍ୟାପୀ ହେବାକୁ ପ୍ରାୟ ୨ ଦଶନ୍ଧିରୁ ଅଧିକ ସମୟ ଲାଗିଥିଲା। ମଣିଷ ପ୍ରଯୁକ୍ତିବିଦ୍ୟା ଓ ଡିଜିଟାଲାଇଜେସନ୍‌ର ଯେତେ ନିକଟବର୍ତ୍ତୀ ହୋଇଛି ସେତିକି ଠକେଇ ଶିକାର ହୋଇଛି। ଶିକ୍ଷିତଙ୍କ ଠାରୁ ଆରମ୍ଭ କରି ସାଧାରଣ ଖଟିଖିଆ ଲୋକ ଓ ଗରିବ ଲୋକେ ସମସ୍ତେ ସାଇବର ଠକେଇର ଶିକାର ହେଉଛନ୍ତି। ରାଉରକେଲା ଭଳି ମିନି ଇଣ୍ଡିଆ କୁହାଯାଉଥିବା ସହର ଯେଉଁଠି ସାକ୍ଷରତା ହାର ୮୬%ରୁ ଅଧିକ ସେଠି ଏହିଭଳି ସାଇବର ଠକେଇ ନିତିଦିନିଆ ଘଟଣା ପାଲଟିଛି। କଲେଜ ପିଲାଠାରୁ ଆରମ୍ଭ କରି, ଗୃହିଣୀ, ସରକାରୀ ଚାକିରିଆ, ବ୍ୟାଙ୍କ କର୍ମଚାରୀ ବି ଏଥିରୁ ବର୍ତ୍ତି ପାରିନାହାନ୍ତି। ଆଜିର ଡିଜିଟାଲ ପେମେଣ୍ଟ ଯୁଗରେ ବ୍ୟବସାୟୀମାନେ ଏହି ସାଇବର ଠକେଇର ଶିକାର ହୋଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।  ଅନେକ ବ୍ୟବସାୟୀଙ୍କ ଆକାଉଣ୍ଟ ଅଚଳ ହୋଇଯିବା ଘଟଣା ମଧ୍ୟ ବଢ଼ିଚାଲିଛି। କେବଳ ଟଙ୍କା ପଠାଇଲେ ନୁହେଁ ଟଙ୍କା ଆସିଲେ ବି ଅଚଳ ହେଉଛି ଆକାଉଣ୍ଟ। ଏଭଳି ଏକ ଠକେଇର ଶିକାର ହୋଇଛନ୍ତି ମହମ୍ମଦ ସବ୍ବିର। ତାଙ୍କର ପାନପୋଷ ମାର୍କେଟ୍‌ରେ ଏକ ଡ୍ରେସ୍‌ ଦୋକାନ ରହିଛି। ୨୦୨୫ ମସିହା ଜୁଲାଇ ୨୭ ତାରିଖରେ ଜଣେ ଗ୍ରାହକ ତାଙ୍କୁ ଅନ୍‌ଲାଇନ୍‌ରେ ୩ ହଜାର ଟଙ୍କା ଦେଇ ନଗଦ ଆକାରରେ ଟଙ୍କା ଫେରାଇବାକୁ କହିଥିଲେ। ପୂର୍ବରୁ ଜଣାଶୁଣା ଥିବାରୁ ସବ୍ବିର ଟଙ୍କା ପଠାଇଥିଲେ। ଏହାର କିଛିମାସ ପରେ ଏକ ଔଷଧ ଦୋକାନରେ ପେମେଣ୍ଟ କରିବାକୁ ଯାଇ ହଇରାଣ ହୋଇଥିଲେ। ଫୋନ୍‌ ପେ’ ଆପ୍‌ରେ ସମସ୍ୟା ଅଛି ଭାବି ଆକାଉଣ୍ଟ ବାଲାନ୍ସ ଯାଞ୍ଚ କରିଥିଲେ। ଆକାଉଣ୍ଟରେ ୧୫ ହଜାର ଟଙ୍କା ଥାଇ ମଧ୍ୟ ବାଲାନ୍ସ ଶୂନ ହୋଇଯାଇଥିଲା। ହଠାତ୍‌ ଏତେ ଟଙ୍କା କେମିତି କଟିଲା ଜାଣିବାକୁ‌ ସେ ଷ୍ଟେଟ୍‌ବ୍ୟାଙ୍କ ଉଦିତନଗର ଶାଖାରେ ପହଞ୍ଚିଥିଲେ। ଶାଖା ପରିଚାଳକଙ୍କୁ ସମସ୍ୟା ସମ୍ପର୍କରେ ଜଣାଇଥିଲେ। ଶାଖା ପରିଚାଳକ ଯାଞ୍ଚ କରି କହିଲେ ଯେ, ଆପଣଙ୍କ ଆକାଉଣ୍ଟରେ ବେଆଇନ ଅର୍ଥ କାରବାର ହୋଇଥିବାରୁ ସାଇବର ସେଲ୍‌ ତରଫରୁ ଏହାକୁ ନିଷ୍କ୍ରିୟ କରିଦିଆଯାଇଛି। ଏନେଇ ସାଇବର ଥାନାରେ ପଚାରିବାକୁ କହିଥିଲେ।

Related Post