Breaking News
ଅପରାଧ

ବୋମା ଖାଇ ଗୁରୁତର ହାତୀ ମୃତ, କପିଳାସ ସ୍ଥାନାନ୍ତର ବେଳେ ଗଲା ଜୀବନ

ବୋମା ଖାଇ ଗୁରୁତର ହାତୀ ମୃତ, କପିଳାସ ସ୍ଥାନାନ୍ତର ବେଳେ ଗଲା ଜୀବନ

ଅନୁଗୁଳ: ଅନୁଗୁଳରେ ଗତକାଲି ଠାବ ହୋଇଥିବା ଅସୁସ୍ଥ ହାତୀର ଜୀବନ ଯାଇଛି। ଗୁରୁତର ହାତୀକୁ କପିଳାସ ସ୍ଥାନାନ୍ତର କରାଯାଉଥିବା ବେଳେ ବାଟରେ ତାର ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ମୁତାବକ, ବନ୍ତଳା ବନାଞ୍ଚଳ ବାଳୁଅକଟା ଗାଁ ନିକଟରେ ଗତକାଲି ସକାଳେ ଏକ ୫ବର୍ଷର ହାତୀ ଗୁରୁତର ହୋଇ ପଡ଼ିଥିଲା। ହାତୀ କେଉଁ ସ୍ଥାନରୁ ହାତ ତିଆରି ବୋମା ଖାଇଥିବା ବେଳେ ପାଟିରେ ଗଭୀର କ୍ଷତ ହୋଇଥିଲା। ପାଟିରୁ ରକ୍ତ ଝରିବା ସହିତ ହାତୀ ମାଟିରୁ ଉଠି ପାରିନଥିଲା। ତେବେ ବନ ବିଭାଗ ବାଳୁଅକଟା ଗାଁରେ ପହଞ୍ଚି ହାତୀର ଚିକିତ୍ସା ଆରମ୍ଭ କରିଥିଲା। ତେବେ ରାତି ପର୍ଯ୍ୟନ୍ତ ହାତୀର ସ୍ୱାସ୍ଥବସ୍ଥାରେ କୌଣସି ଉନ୍ନତି ହୋଇନଥିଲା। ଫଳରେ ହାତୀକୁ ଅଧିକ ଚିକିତ୍ସା ପାଇଁ ଗତକାଲି ରାତିରେ ଐରାବତ ସ୍ୱତନ୍ତ୍ର ଗାଡ଼ିରେ କପିଳାସ ସ୍ଥାନାନ୍ତର କରାଯାଇଥିଲା। ତେବେ ବାଟରେ ତାର ମୃତ୍ୟୁ ହୋଇଥିଲା।

Related Post