Breaking News
ଅପରାଧ

ବାଂଲାଦେଶରେ ହିନ୍ଦୁ ଅଟୋ-ରିକ୍ସା ଚାଳକଙ୍କୁ ନିର୍ମମ ହତ୍ୟା, ୪୨ ଦିନରେ ଗଲାଣି ୧୨ ହିନ୍ଦୁଙ୍କ ଜୀବନ

ବାଂଲାଦେଶରେ ହିନ୍ଦୁ ଅଟୋ-ରିକ୍ସା ଚାଳକଙ୍କୁ ନିର୍ମମ ହତ୍ୟା, ୪୨ ଦିନରେ ଗଲାଣି ୧୨ ହିନ୍ଦୁଙ୍କ ଜୀବନ

ଢ଼ାକା: ବାଂଲାଦେଶରେ ଧାର୍ମିକ ସଂଖ୍ୟାଲଘୁଙ୍କ ସୁରକ୍ଷା ଉପରେ ଭୟ ବଢ଼ୁଥିବା ବେଳେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଫେନି ଜିଲ୍ଲା ଅନ୍ତର୍ଗତ ଦଗନଭୁଇଆନ୍ ଅଂଚଳରେ ରବିବାର ରାତିରେ ୨୮ ବର୍ଷୀୟ ହିନ୍ଦୁ ଅଟୋ-ରିକ୍ସା ଚାଳକ ସମୀର କୁମାର ଦାସଙ୍କୁ ନିର୍ମମ ହତ୍ୟା କରାଯାଇଛି।ପୁଲିସ ଓ ସ୍ଥାନୀୟ ସୂତ୍ର ଅନୁଯାୟୀ, ସମୀର ତାଙ୍କର ସିଏନ୍ଜି ଅଟୋ-ରିକ୍ସା ଚଳାଇ ପରିବାର ଚଳାଉଥିଲେ। ଏହା ତାଙ୍କର ଏକମାତ୍ର ଜୀବିକା ଉପାର୍ଜନର ଏକମାତ୍ର ମାଧ୍ୟମ ଥିଲା। ଅଜଣା ଆକ୍ରମଣକାରୀମାନେ ତାଙ୍କୁ ଅତି ବର୍ବରତାର ସହ ମାଡ଼ ମାରିବା ପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଉପଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ହୋଇଥିଲା। ଏହାପରେ ଆକ୍ରମଣକାରୀମାନେ ତାଙ୍କର ଅଟୋ-ରିକ୍ସା ନେଇ ଫେରାର ହୋଇଯାଇଥିଲେ।ସ୍ଥାନୀୟ ଲୋକେ ଜାନୁଆରି ୧୨ ତାରିଖ ଭୋର ୨ଟାରେ ଦକ୍ଷିଣ କରିମପୁର ମୁହୁରୀ ବାଡ଼ି ନିକଟ ଏକ ଖେତରେ ରକ୍ତାକ୍ତ ଅବସ୍ଥାରେ ତାଙ୍କ ମୃତଦେହ ଦେଖିଥିଲେ। ତାଙ୍କୁ ଚିକିତ୍ସା ପାଇଁ ନେବା ପରେ ମୃତ୍ୟୁ ହୋଇଥିଲା। ସମୀର କାର୍ତ୍ତିକ କୁମାର ଦାସ ଓ ରିନା ରାଣୀ ଦାସଙ୍କର ଜ୍ୟେଷ୍ଠ ପୁତ୍ର ଥିଲେ।

Related Post