Breaking News
ରାଜନୀତି

ଏବିଭିପି କାର୍ଯ୍ୟକ୍ରମରେ ବିଜେଡି ବିଧାୟକ ସାରଦା ନାୟକ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଗାଡ଼ିରେ ଆସିଲେ

ଏବିଭିପି କାର୍ଯ୍ୟକ୍ରମରେ ବିଜେଡି ବିଧାୟକ ସାରଦା ନାୟକ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଗାଡ଼ିରେ ଆସିଲେ

ରାଉରକେଲା: ପାନପୋଷ ଛକରେ ନିହାରସେନାର ସ୍ବାଗତ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୁଇଦିନିଆ ଗସ୍ତରେ କିଛି ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଯାହା ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗତକାଲି ସଂଧ୍ୟାରେ ରାଉରକେଲାରେ ପହଞ୍ଚିବାଠୁ ଆଜି ଫେରିଯିବା ପର୍ଯ୍ୟନ୍ତ ବେଦବ୍ୟାସ, ପାନପୋଷ ଛକ, ସର୍କିଟ ହାଉସ୍‌, ରାଉରକେଲା ହାଉସ୍‌ ଓ ବିଭିନ୍ନ କାର୍ଯ୍ୟକ୍ରମରେ ଭିନ୍ନ ଦୃଶ୍ୟକୁ ନେଇ କେବଳ ବିଜେପି ନେତା ଓ କର୍ମୀ ନୁହେଁ, ବିଜେଡି ଓ କଂଗ୍ରେସ ମହଲରେ ନାନା ଆଲୋଚନା ପର୍ଯ୍ୟାଲୋଚନା ହେଉଛି। ରାଉରକେଲାର ବିଜେଡି ବିଧାୟକ ସାରଦା ପ୍ରସାଦ ନାୟକଙ୍କୁ ଗତକାଲି ସଂଧ୍ୟାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ ରାଉରକେଲା ହାଉସ୍‌ରେ ଦେଖିବାକୁ ମିଳିଥିଲା। ଏନ୍‌ଆଇଟି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ସରିବା ପରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିରେ ବସି ବିଧାୟକ ଶ୍ରୀ ନାୟକ ସେକ୍ଟର-୬ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରର ରାଜ୍ୟ ଅଧିବେଶନରେ ପହଞ୍ଚିଥିଲେ। କିଛି ସମୟ ରଘୁନାଥପାଲି ବିଜେପି ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କ ପାଖରେ ବସିଥିଲେ। ପରେ ସେଠାରୁ ଉଠି ଚାଲିଯାଇଥିଲେ। ଏବିଭିପି ଅଧିବେଶନରେ ବିଧାୟକ ସାରଦାଙ୍କୁ ଦେଖି ବିଜେପିର ନେତାମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହା ପୂର୍ବରୁ ରେଳଷ୍ଟେସନରେ ରେଳବିଭାଗର ଏକ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ। ସେଠାରେ ମଧ୍ୟ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ସାମିଲ ହୋଇଥିଲେ।

Related Post