Breaking News
ଅପରାଧ

ନିଆଁ ଲାଗି ହୋଟେଲ ମାଲିକଙ୍କ ସମେତ ସ୍ତ୍ରୀ ଗୁରୁତର

ନିଆଁ ଲାଗି ହୋଟେଲ ମାଲିକଙ୍କ ସମେତ ସ୍ତ୍ରୀ ଗୁରୁତର

କୋଲାବିରା: ଝାରସୁଗୁଡ଼ାଜିଲ୍ଲା କୋଲାବିରା ସଦର ମହକୁମାରେ ଥିବା ପ୍ରସିଦ୍ଧ ପେଡା ବ୍ୟବସାୟୀ ହୋଟେଲ ଶକୁନ୍ତଳାର ମାଲିକ ସୁରେନ୍ଦ୍ର ଟଣ୍ଡକାରଙ୍କ ସମେତ ସ୍ତ୍ରୀ ନିଆଁ ଲାଗି ଯିବାରୁ ପୋଡ଼ି ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ୪ ଟା ବେଳକୁ ହୋଟେଲରେ ଥିବା କିଚେନରେ ପ୍ରତିଦିନ ପରି ମାଲିକାଣୀ ପୁଷ୍ପାଞ୍ଜଳି ପହଞ୍ଚି ରୋଷେଇ ଆରମ୍ଭ ପାଇଁ ଗ୍ୟାସ ଚୁଲା ଜଳାଇ ଥିଲେ। ତେବେ ଗ୍ୟାସ ଲିକ୍ ଥିବାରୁ ତାଙ୍କ ଦେହରେ ନିଆଁ ଲାଗି ଯାଇ ପୋଡ଼ି ଯାଇଥିଲେ। ନିଆଁ ଲିଭେଇବା ସହ ସ୍ତ୍ରୀଙ୍କୁ ରକ୍ଷା କରିବା ପାଇଁ ସ୍ୱାମୀ ସୁରେନ୍ଦ୍ର ଚେଷ୍ଟା କରିଥିଲେ। ତେବେ ନିଆଁକୁ ଆୟତ୍ତ କରିନପାରି ସେ ନିଜେ ପୋଡ଼ି ଯାଇଥିଲେ।

Related Post