Breaking News
ଅପରାଧ

ମନ୍ଦିର ବାହାରେ ଭିକାରି ବେଶରେ ଭିକ ମାଗୁଥିଲା ହତ୍ୟାକାରୀ, ଏବେ ଧରିଲା ପୁଲିସ

ମନ୍ଦିର ବାହାରେ ଭିକାରି ବେଶରେ ଭିକ ମାଗୁଥିଲା ହତ୍ୟାକାରୀ, ଏବେ ଧରିଲା ପୁଲିସ

ଜୟପୁର: ପୁଲିସକୁ ଚକମା ଦେବାକୁ ଭିକାରି ବେଶରେ ମନ୍ଦିର ବାହାରେ ଭିକ ମାଗୁଥିଲେ | ନିଜକୁ ନିରୀହ ଦର୍ଶାଇବା ସହ କେଶ କାଟି ଦେଇଥିଲେ | ହେଲେ ରାଜସ୍ଥାନ ପୁଲିସର ଜଣେ କନେଷ୍ଟବଳଙ୍କ ଯୋଗୁଁ ଏବେ ଜଣେ କୁଖ୍ୟାତ ଅପରାଧୀ ଧରାପଡ଼ିଛନ୍ତି | ଏହି ଅପରାଧୀଙ୍କ ମୁଣ୍ଡ ଉପରେ ୫୦୦୦୦ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା | ଅପରାଧୀ ଜଣକ ନିଜକୁ ଛଦ୍ମବେଶରେ ରଖି ପୁଲିସକୁ ଠକିବାକୁ ସବୁବେଳେ ଚେଷ୍ଟା କରୁଥିଲା। ତେବେ ଶେଷରେ ପୁଲିସ ଅଭିଯୁକ୍ତ ଦୀପକ ମାଲାସାରିଆଙ୍କୁ ଗିରଫ କରିଛି। ପୁଲିସ ତାଙ୍କୁ ଏପରି ଅବସ୍ଥାରେ ଗିରଫ କରିଥିଲା ​​ଯାହାକୁ ନେଇ ଏବେ ସ୍ଥାନୀୟ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି | ସେ ଜୟପୁରର ଖୋଲେରେ ହନୁମାନଙ୍କ ମନ୍ଦିର ବାହାରେ ଚିରା ପୋଷାକ ଏବଂ ଅଧା ଲଣ୍ଡା ହୋଇ ଭିକ୍ଷା ମାଗୁଥିଲା। ପୁଲିସର କହିବା ଅନୁଯାୟୀ, କେହି ଯେମିତି ତାଙ୍କୁ ସନ୍ଦେହ ନ କରିବେ ସେଥିପାଇଁ ଦୀପକ ତାଙ୍କର ଅଧା କେଶ କାଟି ଦେଇଥିଲେ, ଏପରିକି ଚିରା ପୋଷାକ ପିନ୍ଧିବା ସହ ଅନ୍ୟ ଭିକାରିଙ୍କ ସହ ରହୁଥିଲେ | ତେବେ ଏହି ଅପରାଧୀଙ୍କ ବାବଦରେ ଗୁଇନ୍ଦା ସୂଚନା ପାଇବାପରେ ଝୁନଝୁନୁ ପୁଲିସର ଏକ ଟିମ ସାଧାରଣ ନାଗରିକ ଭାବରେ ନିଜକୁ ପରିଚୟ ଦେଇ ମନ୍ଦିର ପରିସରରେ ୪୮ ଘଣ୍ଟା ଧରି ନଜର ରଖିଥିଲେ |

Related Post