Breaking News
ଅପରାଧ

ବିଷ ମିଶା ଖାଦ୍ୟ ଖାଇ ମା’ ଓ ଦୁଇ ପୁଅ ମୃତ: ସନ୍ଦେହ ଘେରରେ ସଉତୁଣୀ

ବିଷ ମିଶା ଖାଦ୍ୟ ଖାଇ ମା’ ଓ ଦୁଇ ପୁଅ ମୃତ: ସନ୍ଦେହ ଘେରରେ ସଉତୁଣୀ

ଢେଙ୍କାନାଳ: ଓଡ଼ାପଡ଼ା ବ୍ଲକ କଣ୍ଟାବଣିଆ ଥାନା ଅନ୍ତର୍ଗତ ଅସନବାହାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପରିବାରର ମା’ଓ ଦୁଇ ପୁଅଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଉଛନ୍ତି  ଅନ୍ତର ସାହୁଙ୍କ ୫୨ ବର୍ଷ ବୟସ୍କା ପନ୍ନୀ ଗୋଲାପ ସାହୁ।  ତାଙ୍କ ସହିତ ୩୦ ବର୍ଷ  ବୟସ୍କ ପୁତ୍ର ପିଣ୍ଟୁ ସାହୁ ଓ ୨୪ ବର୍ଷ ବୟସ୍କ ଲିଟୁ ସାହୁଙ୍କର ମଧ୍ୟ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଛି। ଅନୁଗୁଳଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମା’ ଓ ଦୁଇ ପୁଅଙ୍କର ମୃତ୍ୟୁ ହୋଇଛି। ସୋମବାର  ସକାଳେ ଗୁରୁତର ଅବସ୍ଥାରେ ମା’ ଓ ଦୁଇ ପୁଅ ଚିକିତ୍ସା ଲାଗି ଭର୍ତ୍ତି ହୋଇଥିଲେ। ଗତକାଲି ରାତିରେ ମା’ଓ ଦୁଇ ପୁଅ ଚିକେନ୍ ଭାତ ଏବଂ ପାଳଙ୍ଗ ଶାଗ ଖାଇ ଶୋଇଥିଲେ। ତେବେ ସକାଳେ ଅସୁସ୍ଥ ହୋଇ ପଡ଼ିଥିଲେ। ଯେତେ ଉଠାଇଲେ ମଧ୍ୟ ଉଠି ନଥିଲେ। ଘରର ଅନ୍ୟ ସଦସ୍ୟ ଓ ପଡୋଶୀ ମିଶି ସେମାନଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା।  ଏହାର କାରଣ ଜଣାପଡି ନଥିଲେ ମଧ୍ୟ ପାରିବାରିକ କଳହରୁ ଏହି ଘଟଣା ଘଟିଥିବା ସାଧାରଣରେ ଆଲୋଚନା ହେଉଛି। ଅନ୍ତର ସାହୁଙ୍କର ଦୁଇଜଣ ପତ୍ନୀ। ଏହି କାର୍ଯ୍ୟ ସଉତୁଣୀଙ୍କର ବୋଲି ସାଧାରଣରେ ସନ୍ଦେହ କରାଯାଉଛି। ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ଗ୍ରାମବାସୀମାନଙ୍କ ସୁତ୍ରରୁ ଜଣାପଡିଛି।

Related Post