Breaking News
ଅପରାଧ

୨ଟି ଇଞ୍ଜିନ୍ ଅଚଳ ହେବାରୁ ବିଚ୍ ରାସ୍ତାରେ ଅବତରଣ କଲା ବିମାନ, ଭାଇରାଲ ହେଲା କାର୍‌ ଉପରେ ଚଢ଼ିଯାଉଥିବାର ଭିଡିଓ

୨ଟି ଇଞ୍ଜିନ୍ ଅଚଳ ହେବାରୁ ବିଚ୍ ରାସ୍ତାରେ ଅବତରଣ କଲା ବିମାନ, ଭାଇରାଲ ହେଲା କାର୍‌ ଉପରେ ଚଢ଼ିଯାଉଥିବାର ଭିଡିଓ

ନୂଆଦିଲ୍ଲୀ: ରନ୍‌ୱେ ଛାଡ଼ି ଗାଡ଼ି ଗହଳି ରାସ୍ତାରେ ଅବତରଣ କଲା ବିମାନ। ଯାନ୍ତ୍ରିକ ତ୍ରୁଟି ପରେ ଜରୁରୀକାଳିନ ଅବତରଣ ବେଳେ କାର୍‌ ଉପରେ ବିମାନ ଚଢ଼ିଯାଇଥିବା ଜଣାଯାଇଛି। ସୋମବାର ସନ୍ଧ୍ୟାରେ ଆମେରିକାର ଫ୍ଲୋରିଡା ରାଜ୍ୟ ମେରିଟ୍ ଦ୍ୱୀପ ନିକଟରେ ଘଟିଛି ଏହି ଘଟଣା। I-95 ରାଜପଥରେ ଜରୁରୀକାଳୀନ ଅବତରଣ କରୁଥିବା ସମୟରେ ଏକ ଛୋଟ ବିମାନ କାରକୁ ଧକ୍କା ଦେବା ଫଳରେ ବଡ଼ ଦୁର୍ଘଟଣା ଘଟିଛି। ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ପାଇଲଟ୍ ବାଧ୍ୟ ହୋଇ ରାଜପଥରେ ବିମାନ ଅବତରଣ କରିଥିଲେ। କିନ୍ତୁ ଟ୍ରାଫିକ୍ ମଧ୍ୟରେ ଅବତରଣ କରିବା ସମୟରେ ବିମାନଟି ଏକ ୨୦୨୩ ମଡେଲ ଟୟୋଟା କାର ସହିତ ଧକ୍କା ହୋଇଥିଲା।ସୂଚନା ମୁତାବକ, ବିମାନଟି ବିଚ୍‌କ୍ରାଫ୍ଟର ୫୫ମଡେଲ ଥିଲା, ଯେଉଁଥିରେ ୨୭ବର୍ଷୀୟ ପାଇଲଟ୍ ଏବଂ ତାଙ୍କ ସହିତ ସମବୟସ୍କ କୋ-ପାଇଲଟ୍ ଥିଲେ। ଏହି ଦୁର୍ଘଟଣାରେ ଉଭୟ ସୁରକ୍ଷିତ ଥିବା ଜଣାପଡ଼ିଛି। ଫ୍ଲୋରିଡା ହାଇୱେ ପାଟ୍ରୋଲ୍ (FHP) ଅନୁଯାୟୀ, ହଠାତ୍ ଉଭୟ ଇଞ୍ଜିନରେ ଶକ୍ତି ହରାଇବାରୁ ପାଇଲଟ୍ ଜରୁରୀକାଳୀନ ଅବତରଣ କରିଥିଲେ। ଅନ୍ୟପକ୍ଷରେ ଟୟୋଟା କ୍ୟାମ୍ରି ଚଳାଉଥିବା ୫୭ ବର୍ଷୀୟା ମହିଳା ସାମାନ୍ୟ ଆହତ ହୋଇଛନ୍ତି ଏବଂ ତାଙ୍କୁ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାଟି ସୋମବାର ସନ୍ଧ୍ୟା ୫:୪୫ରେ ଘଟିଥିଲା, ଯେତେବେଳେ ହାଇୱେରେ ଭିଡ଼ ଜମିଥିଲେ। ଧକ୍କା ହେବା ପରେ ବିମାନଟି ହାଇୱେରେ ହିଁ ଅଟକି ଯାଇଥିଲା, ଯାହା ଫଳରେ ବିଚ୍ ରାସ୍ତାରେ ବିମାନକୁ ଦେଖି ଲୋକଙ୍କ ମନରେ ଛନକା ପଶିଥିଲା।ଚଳିତ ବର୍ଷ ଗୁଜରାଟର ଅହମଦାବାଦରେ ମଧ୍ୟ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଥିଲା। ଉଡ଼ାଣ କରିବାର କିଛି ସେକେଣ୍ଡ ମଧ୍ୟରେ ୨ଟି ଇଞ୍ଜିନ୍ ଅଚଳ ହେବାରୁ ବିମାନଟି ତଳମୁହାଁ ହୋଇ ଏକ କୋଠାରେ ଧକ୍କା ଖାଇଥିଲା। ଏହା ଫଳରେ ବିମାନରେ ଥିବା ୨୪୨ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ସୌଭାଗ୍ୟବଶତଃ ବିମାନରେ ଥିବା ଜଣେ ଯୁବକ ଦୁର୍ଘଟଣାରୁ ବଞ୍ଚିଯାଇଥିଲେ।

Related Post