Breaking News
ଅପରାଧ

ପ୍ରସୂତି ମୃତ୍ୟକୁ ନେଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟରେ ଉତ୍ତେଜନା

ପ୍ରସୂତି ମୃତ୍ୟକୁ ନେଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟରେ ଉତ୍ତେଜନା

କେନ୍ଦୁଝର: ପ୍ରସୂତି ମୃତ୍ୟକୁ ନେଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟରେ ଉତ୍ତେଜନା। ପରିବାର ଏଵଂ ବନ୍ଧୁବାନ୍ଧବ ପାଟିତୁଣ୍ଡ କରିବା ପରେ ସେଠାରେ ପରିସ୍ଥିତ ଉତ୍ତେଜନାପୂର୍ଣ୍ଣ ହୋଇଛି। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ବୁଝାସୁଝା କରୁଛି।ଗତକାଲି ସକାଳେ ତୁରୁମୁଙ୍ଗାର ପିଙ୍କି ସାହୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ସଂଧ୍ୟାରେ ଅପରେସନ ପରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ପରେ ରାତି ୧୨ଟା ବେଳକୁ ତାଙ୍କର ପ୍ରବଳ ଯନ୍ତ୍ରଣା ଆରମ୍ଭ ହେଇଥିଲା। ସେତେବେଳେ ନର୍ସ ଡାକ୍ତରଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ବି ଡାକ୍ତର ନ ଆସିବାରୁ ନର୍ସ ଏକ ଇଞ୍ଜେକ୍ସନ ଦେଇଥିଲେ। ପରେ ରାତି ଦୁଇଟାରେ ପ୍ରସୂତୀଙ୍କ ମୃତ୍ୟୁ ହୋଇଥିବା ବେଳେ ନର୍ସ ତାଙ୍କୁ ଏକ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରିଥିଲେ। ମୃତ୍ୟୁ ପ୍ରମାଣପତ୍ରରେ ଡାକ୍ତରଙ୍କ ଦସ୍ତଖତ ନଥିବା ନେଇ ସନ୍ଦେହ ଉପୁଜିଛି। ଡାକ୍ତର ନ ଆସିବା ଯାଏ ଶବ ନ ଉଠାଇବାକୁ ପରିବାର ଲୋକ ଜିଦ୍ ଧରି ବସିଛନ୍ତି।

Related Post