Breaking News
ଅପରାଧ

୩ ଏକର ଜମିରେ ହୋଇଥିବା ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ

୩ ଏକର ଜମିରେ ହୋଇଥିବା ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ

ଅବକାରୀ ଓ ପୋଲିଶର ମିଳିତ କମ୍ବିଂ ଅପରେସନ ଯୋଗୁଁ ସମ୍ଭବ ହେଲା

ସୁନ୍ଦରଗଡ଼ (ବରିଷ୍ଠ ସାମ୍ବାଦିକ ସଂଜୀବ କୁମାର ପାଢୀଙ୍କ ରିପୋର୍ଟ ।): ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇ ଉପଖଣ୍ଡର ଗୁରୁଣ୍ଡିଆ ଥାନା ଅନ୍ତର୍ଗତ କେଲୋ ଗ୍ରାମରେ  ପ୍ରାୟ ତିନି ଏକର ପାଖାପାଖି ଜମିରେ ଚାଷ ହୋଇଥିବା ବେଳେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି।ଟିକାୟତପାଲି ଥାନା ଅଞ୍ଚଳରେ ଗଞ୍ଜେଇ ଚାଷ ନଷ୍ଟ ହେବା ପରେ  କେଲୋ ଜଙ୍ଗଲ ନାଳ କଡ଼ରେ ଗଞ୍ଜେଇ ଚାଷ କରାଯାଇଥିବା ନିର୍ଭର ଯୋଗ୍ୟ ସୂତ୍ରରୁ ଖବର ପାଇ ଥିଲେ ବଣାଇଁ ଉପଖଣ୍ଡ ପୋଲିଶ ଅଧିକାରୀ ରାମଚନ୍ଦ୍ର ବିଶ୍ୱାଳ।୫ ଟି ଥାନା ଅଧିକାରୀ, ଡିଭିଏଫ, ଏପିଆର ଫୋର୍ସ,ଅବକାରୀ ଓ ବନ ବିଭାଗ କର୍ମଚାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ଦଳ ଗଠନ କରି ଆଜି ଘଟଣା ସ୍ଥଳରେ ପହଞ୍ଚି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସମସ୍ତ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି।ଏଭଳି ସ୍ଥାନରେ  ମୁଖ୍ୟତଃ ଏହି ଭଳି ଲୋକଙ୍କୁ ରାଜ୍ୟ ବାହାରର ଗଞ୍ଜେଇ ମାଫିଆମାନେ ଟଙ୍କା ଦେଇ ଗଞ୍ଜେଇ ଚାଷ ଜମିର ଦେଖରେଖ ପାଇଁ ବ୍ୟବହାର କରନ୍ତି । ମୁଖ୍ୟତଃ ଆମ  ଜିଲ୍ଲା ନିକଟସ୍ଥ ଝାଡ଼ଖଣ୍ଡର  ଗଞ୍ଜେଇ ମାଫିଆମାନଙ୍କ ଏହି ଏହି ଚାଷରେ ସମ୍ପୃକ୍ତି ରହୁଥିବା ଜଣାପଡ଼ିଛି ।ଏହି ଚଢ଼ାଉରେ ବଣାଇଁ ଅବକାରୀ ରେଞ୍ଜ ଅଧିକାରୀ ହେମନ୍ତ ମହାନନ୍ଦିଆ, ଗୁରୁଣ୍ଡିଆ  ଆଇଆଇସି ରାମେଶ୍ବର ସିଂ, ତେଜରାଜ ଗହୀର, ଯତୀନ କୁମାର ଦେବସା, ଫରେଷ୍ଟ ରେଞ୍ଜ ଅଧିକାରୀ ହରୀଶ ଚନ୍ଦ୍ର କିସାନ,ବିମଳ କିଶୋର ପ୍ରଧାନ, ପୁଷ୍ପଲତା ଗୋସ୍ବାମୀ, ସୁରେଶ ଚନ୍ଦ୍ର ପ୍ରଧାନ ପ୍ରମୂଖ ସାମିଲ ହୋଇଥିଲେ।

Related Post