Breaking News
ମନୋରଞ୍ଜନ

ଅକ୍ଷୟ ମହାନ୍ତିଙ୍କ ବିୟୋଗ ତାରିଖରେ ବାହୁଡ଼ିଲେ ହ୍ୟୁମାନ୍ ସାଗର

ଅକ୍ଷୟ ମହାନ୍ତିଙ୍କ ବିୟୋଗ ତାରିଖରେ ବାହୁଡ଼ିଲେ ହ୍ୟୁମାନ୍ ସାଗର

ଭୁବନେଶ୍ବର: ସେଦିନ ଥିଲା ୧୭ ନଭେମ୍ବର ୨୦୦୨। ସେହି ଦିନ ଆଖିବୁଜିଥିଲେ ଚିରସବୁଜ ଗାୟକ ତଥା ଓଡ଼ିଆ ସଂଗୀତ ଜଗତର ବେତାଜ ବାଦଶାହ ଅକ୍ଷୟ ମହାନ୍ତି। ସଂଗୀତ ଜଗତର ବାଦଶାହା ଅକ୍ଷୟ ମହାନ୍ତି ତାଙ୍କ ଜୀବଦ୍ଦଶାରେ ଶତାଧିକ ସିନେମାରେ କଣ୍ଠଦାନ କରିବା ସହ  ୬୦ରୁ ଅଧିକ ଓଡ଼ିଆ ଛବରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥଲେ। ଖାଲି ସେତିକି ନୁହେଁ, ସେ ଅନେକ କମର୍ସିଆଲ୍ ରେକର୍ଡରେ ବି ସ୍ବର ସଯୋଜନା କରିଥଲେ। ଗତକାଲି ଥିଲା ୧୭ ନଭେମ୍ବର ୨୦୨୫। ସେଦିନ ଓଡ଼ିଆ ସଂଗୀତ ଜଗତର ପ୍ରତିଷ୍ଠିତ ଗାୟକ ହ୍ୟୁମାନ ସାଗର ଶେଷ ନିଶ୍ବାସ ତ୍ୟାଗ କରିଲେ। ସେ ଶତାଧିକ ସିନେମାରେ କଣ୍ଠଦାନ କରିବା ସହ ବହୁ ଆଲବମ୍ ଗୀତ ବି ଗାଇଥିଲେ। ଦୁଇଜଣ ନିଜ ନିଜ ସମୟର ସର୍ବାଧିକ ଲୋକପ୍ରିୟ ଏବଂ ସର୍ବାଧିକ ପାରିଶ୍ରମିକ ନେଉଥିବା କଳାକାର। ଅକ୍ଷୟ ମହାନ୍ତି ଜୀବନର ଅପରାହ୍ଣରେ ଥିଲେ। ହେଲେ କମ୍ ବୟସରେ ହ୍ୟୁମାନ ଆମକୁ ଛାଡ଼ିଗଲେ। ଦୁହିଁଙ୍କ ମଧ୍ୟରେ କେବଳ ଏଇ କଥା ସମାନ ଥିଲା। କିନ୍ତୁ ଅକ୍ଷୟ ମହାନ୍ତିଙ୍କ ସହ ସମକକ୍ଷ ହେବାର ଯୋଗ୍ୟତା ନଥିଲା ହ୍ୟୁମାନଙ୍କର।

Related Post