କୋଲକାତା: ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ୍କୁ ନେଇ ଇଡେନ୍ ଗାର୍ଡେନ୍ସ ଦର୍ଶକଙ୍କ ମଧ୍ୟରେ ଥିଲା ପ୍ରବଳ ଉତ୍ସାହ। ତିନିଟି ଅଗ୍ନିବର୍ଷୀ ସ୍ପେଲ୍ରେ ଦୁର୍ଦ୍ଧର୍ଷ ଦ୍ରୁତ ବୋଲର୍ ଯଶପ୍ରୀତ୍ ବୁମ୍ରା ସେମାନଙ୍କର ଏହି ଉତ୍ସାହର ଯଥାର୍ଥ ସମ୍ମାନ ରଖିଥିଲେ। ବୁମ୍ରା ନିଜ ପ୍ରଭାବୀ ବୋଲିଂରେ ଏଠାକାର ୪୦,୦୦୦ରୁ ଅଧିକ ଦର୍ଶକଙ୍କୁ କେବଳ ବିମୋହିତ କରି ନଥିଲେ ବରଂ ଏକଦା ବିନା କ୍ଷତିରେ ୫୬ରନ୍ କରି ନେଇଥିବା ଦକ୍ଷିଣ ଆଫ୍ରିକାକୁ ୧୫୯ ରନ୍ ତଳେ ଅଟକାଇ ଦେଇଥିଲେ। ଏହି ଐତିହାସିକ ଷ୍ଟାଡିୟମ୍ରେ ପ୍ରଥମ ଥର ଟେଷ୍ଟ୍ ଖେଳୁଥିବା ବୁମ୍ରା ୨୭ ରନ୍ରେ ୫ ୱିକେଟ୍ ନେବା ପରେ ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ ବିଜେତା ଦକ୍ଷିଣ ଆଫ୍ରିକା ପାଳି କେବଳ ୫୫ ଓଭରରେ ଶେଷ ହୋଇଯାଇଥିଲା। ଭ୍ରମଣକାରୀ ଦଳକୁ ବୋଲିଂ ବାହିନୀ ଘାଇଲା କରିବା ପରେ ପ୍ରଥମ ଦିନର ଷ୍ଟମ୍ପ୍ସ ବେଳକୁ ଘରୋଇ ଭାରତ ୩୭/୧ କରି ୧୨୨ରନ୍ ପଛରେ ରହିଛି। କେଏଲ୍ ରାହୁଲ ୧୩* ଓ ୱାସିଂଟନ୍ ସୁନ୍ଦର ୬ ରନ୍ରେ ଅପରାଜିତ ଅଛନ୍ତି। ଏକମାତ୍ର ବ୍ୟାଟର୍ ଭାବେ ଯଶସ୍ବୀ ଜୟସ୍ବାଲ ୧୨ ରନ୍ କରି ଆଉଟ୍ ହୋଇଛନ୍ତି। ପ୍ରଥମ ଦିନରେ ମୋଟ ୭୫ ଓଭର ଖେଳ ହୋଇ ୧୯୬ ରନ୍ରେ ୧୧ ୱିକେଟ୍ର ପତନ ହୋଇଛି। ଏହା ପୂର୍ବରୁ ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା କୌଣସି ଟେଷ୍ଟ୍ର ପ୍ରଥମ ଦିନରେ କେବଳ ଥରେ ଏତେ ୱିକେଟ୍ ଝଡ଼ିଥିଲା। ଯାହା ୨୦୧୯ ମସିହାର ଭାରତ-ବାଂଲାଦେଶ ଗୋଲାପି ବଲ୍ ଟେଷ୍ଟ୍ ଥିଲା। ସେହି ଟେଷ୍ଟ୍ର ପ୍ରଥମ ଦିନରେ ୧୩ ୱିକେଟ୍ର ପତନ ହୋଇଥିଲା। ଖରାପ ଆଲୋକ ପାଇଁ ଶୁକ୍ରବାର ପାଖାପାଖି ୧୫ ଓଭର ପୂର୍ବରୁ ଖେଳ ବନ୍ଦ ହୋଇଛି। ଶୁକ୍ରବାର ବୁମ୍ରାଙ୍କ ବୋଲିଂ ଥିଲା ପୂରା ଘାତକ। ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ପେଲ୍ରେ ତାଙ୍କ ବୋଲିଂ ଚିତ୍ର ଯଥାକ୍ରମେ ଥିଲା ୭-୪-୯-୨, ୫-୦-୧୪-୧ ଓ ୨-୧-୪-୨। ଷୋଡ଼ଶ ଥର ପାଇଁ ପାଞ୍ଚ ୱିକେଟ୍ ସଫଳତା ଅର୍ଜନ କରି ସେ ହିଁ ଦକ୍ଷିଣ ଆଫ୍ରିକାର ଟସ୍ ବିଜୟ ପରର ସୁନେଲି ସ୍ବପ୍ନକୁ ଭାଙ୍ଗି ଦେଇଛନ୍ତି। ପ୍ରଥମେ ପ୍ରଥମେ ମହଙ୍ଗା ସାବ୍ୟସ୍ତ ହୋଇଥିବା ମହମ୍ମଦ ସିରାଜ (୨/୪୭) ଓ ଅକ୍ଷର ପଟେଲ (୧/୨୧) ବି ପରେ ଭଲ ବୋଲିଂ କରିଥିଲେ। କୁଲ୍ଦୀପ ଯାଦବ (୨/୩୬)ଙ୍କ ସହ ମିଶି ଦକ୍ଷିଣ ଆଫ୍ରିକାର ଅବଶିଷ୍ଟ ୫ ୱିକେଟ୍କୁ ବାଣ୍ଟି ନେଇଥିଲେ।
Breaking News
- ନିଲମ୍ବିତ ଆଇଆଇସି ସଂଧ୍ୟାରାଣୀ ଜେନାଙ୍କ ନାଁରେ ରୁଜୁ ହେଲା ମାମଲା: କେନ୍ଦ୍ରାପଡ଼ା: ନିଲମ୍ବିତ ଆଇଆଇସି ସଂଧ୍ୟାରାଣୀ ଜେନାଙ୍କ ନାଁରେ ରୁଜୁ ହେଲା ମାମଲା। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ତାଳଚୁଆ ସାମୁଦ୍ରିକ ଥାନାରେ ମାମଲା ରୁଜୁ କରିଛି ପୁଲିସ୍।
- ପାରାଦୀପ ଅବକାରୀ ଇନ୍ସପେକ୍ଟର ନିଲମ୍ବିତ: ମହଙ୍ଗା ପଡ଼ିଲା ଡ୍ୟୁଟିରେ ଅବହେଳା: କାହାକୁ ନ ଜଣାଇ ଅନୁପସ୍ଥିତ ରହିବା, ଡ୍ୟୁଟିରେ ଅବହେଳା କରିବା ଘଟଣାକୁ ନେଇ ପାରାଦୀପ ଅବକାରୀ ଇନ୍ସେପେକ୍ଟର ବନ୍ଦନା ପଟ୍ଟନାୟକଙ୍କୁ ମହଙ୍ଗା ପଡ଼ିଛି। ଜିଲ୍ଲାପାଳଙ୍କ ସୁପାରିଶ ଆଧାରରେ ଅବକାରୀ କମିସନର ଇନ୍ସପେକ୍ଟର ବନ୍ଦନା ପଟ୍ଟନାୟକଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି।
- ମହାନଦୀ ସେତୁରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ: ସୋନପୁର-ସମ୍ବଲପୁର ରାସ୍ତାର ମହାନଦୀ ସେତୁରୁ ଜଣେ ମହିଳା ନଦୀ ଗର୍ଭକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସୌଭାଗ୍ୟ ବଶତଃ ପାଣିରେ ପଡ଼ିଥିଲେ।
- ହିମାଚଳ ପ୍ରଦେଶରେ ୫୦୦ ମିଟର ଗଭୀର ଖାଇକୁ ଖସିଲା ପର୍ଯ୍ୟଟକ ଗାଡ଼ି, ୮ ମୃତ: ହିମାଚଳ ପ୍ରଦେଶର ଚାମ୍ବା ଜିଲ୍ଲାରେ ଏକ ପର୍ଯ୍ୟଟକ ଗାଡ଼ି ନିୟନ୍ତ୍ରଣ ହରାଇ ପ୍ରାୟ ୫୦୦ ମିଟର ଗଭୀର ଖାଇକୁ ଖସିପଡ଼ିବା ଫଳରେ ୮ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ଏବେବି ନିଖୋଜ ଅଛନ୍ତି।
- ଗାଡ଼ି ଧକ୍କାରେ ଜଣେ ମୃତ, ୧ ଗୁରୁତର: ସୁନ୍ଦରଗଡ଼: ହେମଗିର ଥାନା ଟପରିଆ ନିକଟରେ ମଙ୍ଗଳବାର ବିଳମ୍ଵିତ ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ଯୁ ହୋଇଯାଇଛି। ମୃତକ ହେଲେ ହିମାଂଶୁ ବାରିକ। ସେ ହେମଗିର ବ୍ଲକ୍ ବିଜେପି ନେତା ତଥା ଋଷିଗୁମ୍ଫା ଉନ୍ନୟନ ସମିତି ସଭାପତି ମାଧବ ବାରିକଙ୍କ ସାନ ପୁଅ। ହିମାଂଶୁ ଟ୍ରକ ପରିବହନ ସମ୍ପର୍କରେ ବୁଝି ରାତିରେ ଜଣେ ସାଙ୍ଗ ସହ ବୁଲେଟରେ ଘୋଘରପାଲି ଘରକୁ ଫେରୁଥିଲେ। ଟପରିଆ ନିକଟରେ ଦୁର୍ଘଟଣା ହୋଇଥିଲା। ଧକ୍କା ଏତେ ଜୋର୍ ଥିଲା ଯେ ବୁଲେଟ ଖଣ୍ଡବିଖଣ୍ଡ ହୋଇ ଯାଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଦୁହିଁଙ୍କୁ ଉଦ୍ଧାର କରି ହେମଗିର ଡାକ୍ତରଖାନା ନେଇଥି
- ଓଡ଼ିଶା ଜିମ୍ନାଷ୍ଟ ପ୍ରୀତିଙ୍କ ବିରଳ ସଫଳତା : ଭୁବନେଶ୍ବର: ଓଡ଼ିଶା ଜିମ୍ନାଷ୍ଟ ପ୍ରୀତି ଝଙ୍କାର ଏକ ବିରଳ ସଫଳତା ହାସଲ କରିଛନ୍ତି। ପ୍ରଥମ ଭାରତୀୟ ମହିଳା ଭାବେ ସେ ବିଶ୍ବ ଜିମ୍ନାଷ୍ଟିକ୍ସ ସ୍କଲାର୍ସିପ୍ ହାସଲ କରିଛନ୍ତି। ଏହି ସ୍କଲ୍ରସିପ୍ ଲାଗି ବିଶ୍ବର ୨୦ ଦେଶର ଜିମ୍ନାଷ୍ଟଙ୍କ ମଧ୍ୟରୁ ମାତ୍ର ୧୨ ଜଣଙ୍କୁ ଚୟନ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରେ ପ୍ରୀତି ରହିଛନ୍ତି। ଏହି ସଫଳତା ପାଇଁ ଓଡ଼ିଶାର କ୍ରୀଡ଼ା ବିଭାଗ ପକ୍ଷରୁ ପ୍ରୀତିଙ୍କୁ ଅଭିନନ୍ଦନ ଜଣାଇବା ସହ ବିଶ୍ବ ମଞ୍ଚରେ ଏହା ତାଙ୍କର ଅତୁଳନୀୟ ପ୍ରତିଭାକୁ ଦର୍ଶାଉଛି ବୋଲି କୁହାଯାଇଛି। ‘ଏକ୍ସ’ରେ ଏକ ପୋଷ୍ଟ ମାଧ୍ୟମରେ କ୍ରୀଡ଼ା ବିଭାଗ ଲେଖିଛ
- ରଙ୍ଗମାଟିଆରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଭୁବନେଶ୍ବର: ମଞ୍ଚେଶ୍ୱର ରଙ୍ଗମାଟିଆରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର। ଘଟଣାସ୍ଥଳରେ ମଞ୍ଚେଶ୍ୱର ପୁଲିସ। କାରଣ ଅସ୍ପଷ୍ଟ।
- ବାଙ୍ଗଲାଦେଶୀ ନୁହନ୍ତି ଭାରତୀୟ: ଭୋଟ ଦେବା ଅଧିକାର ନାହିଁ, ସରକାରୀ ସହାୟତା ବି ନାହିଁ: ରାଜ୍ୟରେ ଚାଲିଛି ଡବଲ ଇଂଜିନ ସରକାର। ସରକାରଙ୍କ ପକ୍ଷରୁ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଘର ଯୋଗାଇବା ସହିତ କାହାରିକୁ ଅନାହାରରେ ରହିବାକୁ ନଦେବାକୁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି।
- ଉତ୍ତର ପ୍ରଦେଶ: ଭୟଙ୍କର ଝଡ଼ ଯୋଗୁ ଭାଙ୍ଗିଗଲା ନିର୍ମାଣାଧୀନ ପୋଲ , ୬ ଶ୍ରମିକଙ୍କ ମୃତ୍ୟୁ:ଉତ୍ତର ପ୍ରଦେଶରେ ବିଳମ୍ବିତ ରାତିରେ ଭୟଙ୍କର ଝଡ଼ ଆସି ବେତୱା ନଦୀ ଉପରେ ନିର୍ମାଣ ହେଉଥିବା ସେତୁଟି ଭାଙ୍ଗି ପଡ଼ିବା ଯୋଗୁ ୬ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାର ପ୍ରତି ସମ୍ବେଦନା ପ୍ରକାଶ କରିଛନ୍ତି।
- dsfkds hfkjhsdkjfds
ଖେଳ
ବିଶ୍ବ ଚାମ୍ପିଅନ୍କୁ ବୁମ୍ରା ବାଣ: ପ୍ରଥମ ଦିନରେ ୧୧ ୱିକେଟ୍ର ପତନ, ଦକ୍ଷିଣ ଆଫ୍ରିକା ୧୫୯ରେ ଅଲ୍ଆଉଟ୍
- 15-11-25
Related Post
Stay Connected
ନିଉଜ ଆଲର୍ଟ
Subscribe To Our Newsletter
No spam, notifications only about news updates.
Don’t worry, we don’t spam