Breaking News
ଅପରାଧ

ଆନ୍ଧ୍ରପ୍ରଦେଶ ବସ ଦୁର୍ଘଟଣା ଘଟଣାରେ ରାୟଗଡ଼ା ଲିଙ୍କ୍: ଦୁର୍ଘଟଣାଗ୍ରସ୍ତ ବସର ପୁନଃ ରେଜିଷ୍ଟ୍ରସନ ହୋଇଥିଲା ରାୟଗଡ଼ାରେ

ଆନ୍ଧ୍ରପ୍ରଦେଶ ବସ ଦୁର୍ଘଟଣା ଘଟଣାରେ ରାୟଗଡ଼ା ଲିଙ୍କ୍: ଦୁର୍ଘଟଣାଗ୍ରସ୍ତ ବସର ପୁନଃ ରେଜିଷ୍ଟ୍ରସନ ହୋଇଥିଲା ରାୟଗଡ଼ାରେ

ରାୟଗଡ଼ା: ଗତକାଲି ଭୋରରେ ଆନ୍ଧ୍ରପ୍ରଦେଶର କର୍ଣ୍ଣୁଲ ଜିଲ୍ଲାର ଚିନ୍ନାଟେକୁରୁ ଠାରେ ହାଇଦ୍ରାବାଦରୁ ବେଙ୍ଗାଲୁରୁ ଯାଉଥିବା କାବେରୀ ଟ୍ରାଭେଲ୍ସ ଏକ ଭୟାନକ ଦୁର୍ଘଟଣାର ଶିକାର ହୋଇ ଏସି ବସରେ ନିଆଁ ଲାଗିଯିବାରୁ  ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ଘଟଣାରେ ରାୟଗଡ଼ା ଜିଲ୍ଳା ଲିଙ୍କ ରହିଥିବା ଦେଖିବାକୁ ମିଳିଛି। ଦୁର୍ଘଟଣାଗ୍ରସ୍ତ ବସଟି ରାୟଗଡ଼ା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ପୁନଃ ରେଜିଷ୍ଟ୍ରେସନ ହୋଇଥିବା ବିଭାଗୀୟ ସୂଚନାରୁ ଜଣାପଡ଼ିଛି । ବସଟି ଏକ ମୋଟରସାଇକେଲ ସହିତ ଧକ୍କା ହେବା ଏବଂ ଇନ୍ଧନ ଲିକ୍ ହେବାର କିଛି ମିନିଟ୍ ପରେ ବସ୍ ଟିରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ପରେ କିଛି ଯାତ୍ରୀ ଝରକା ଭାଙ୍ଗି ବସରୁ ଡେଇଁ ନିଜ ଜୀବନ ବଞ୍ଚାଇଥିବା ବ‌େଳେ ଯେଉଁ ଯାତ୍ରୀ ବସରୁ ଡେଇଁ ପାରିନଥିଲେ ସମସ୍ତେ ମୃତ୍ୟୁବରଣ କରିଛନ୍ତି।ସ୍ଥାନୀୟ ପ୍ରଶାସନର ସୂଚନା ଅନୁଯାୟୀ, ବସ୍ ଟିରେ ଦୁଇ ଡ୍ରାଇଭରଙ୍କ ସମେତ ୪୧ ଜଣ ଥିଲେ। ଅଗ୍ନିଶମ ଏବଂ ପୁଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ  କରିଥିବା ବେଳେ ବସ୍‌ଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ଦୁର୍ଘଟଣାଗ୍ରସ୍ତ ବସର ରାୟଗଡ଼ା ଜିଲ୍ଲା ଲିଙ୍କ ବାହାରିବା ପରେ ହାଇଦ୍ରାବାଦରୁ ବେଙ୍ଗାଲୁରୁ ଯାଉଥିବା ବସଟି କାହିଁକି ରାୟଗଡ଼ାରେ ପୁନଃ ରେଜିଷ୍ଟ୍ରେସନ ହୋଇଥିଲା ସେନେଇ ଚର୍ଚ୍ଚା ଜୋର ଧରିଛି ।

Related Post