Breaking News
ଅପରାଧ

ଅଷ୍ଟମ ଶ୍ରେଣୀର ତିନି ଛାତ୍ର ଜବରଦସ୍ତ ମଦ ପିଆଇବାରୁ ଷଷ୍ଠ ଶ୍ରେଣୀର ଛାତ୍ର ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ଅଷ୍ଟମ ଶ୍ରେଣୀର ତିନି ଛାତ୍ର ଜବରଦସ୍ତ ମଦ ପିଆଇବାରୁ ଷଷ୍ଠ ଶ୍ରେଣୀର ଛାତ୍ର ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ଆସିକା: ଗଞ୍ଜାମଜିଲ୍ଲା ଆସିକା ବ୍ଳକ ଇଲାକାରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳୁଛି। ସୁରଭି କାର୍ଯ୍ୟକ୍ରମ ଆୟୋଜନ ନାଁରେ ବିଦ୍ୟାଳୟକୁ ସମ୍ପୂର୍ଣ୍ଣ ଭାବେ ଶିକ୍ଷକ ବିହୀନ କରି ଦିଆଯାଉଛି। ଏହାର ପ୍ରଭାବ ପଢ଼ୁଥିବା ଛାତ୍ର ଛାତ୍ରୀଙ୍କ ଉପରେ ପଡୁଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସେଠି। ଆସିକା ବ୍ଳକ ଅନ୍ତର୍ଗତ ପୁଡୁଗେଶ୍ୱର ପଲ୍ଲୀ ସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ଜବରଦସ୍ତ ମଦ ପିଆଇବାରୁ ଜଣେ ଷଷ୍ଠ ଶ୍ରେଣୀର ଛାତ୍ର ଆଶୁତୋଷ ବେହେରା ଗୁରୁତର ହୋଇ ଆସିକା ଉପଖଣ୍ଡ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି। ସେଠାରେ ଦୀର୍ଘ ପାଞ୍ଚ ଘଣ୍ଟାରୁ ଅଧିକ ସମୟ ଧରି ତାର ଚିକିତ୍ସା ଆଶୁତୋଷକୁ ଔଷଧ ଦ୍ୱାରା ବାନ୍ତି କରାଯାଇଛି। ଗତକାଲି ସନ୍ଧ୍ୟାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶିବରାମ ବେହେରା ଡାକ୍ତରଖାନାରେ ପହଞ୍ଚି ଅସୁସ୍ଥ ଆଶୁତୋଷଙ୍କର ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହିତ ଡ଼ାକ୍ତରଙ୍କଠାରୁ ଆଶୁତୋଷର ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ବୁଝିଥିଲେ। ପୁଡୁଗେଶ୍ୱର ପଲ୍ଲୀ ସ୍ଥିତ ଏହି ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଆଠଟି ଶ୍ରେଣୀରେ  ଛାତ୍ର ଛାତ୍ରୀଙ୍କ ପାଠ ପଢା ଛାଡି ପାଞ୍ଚ ଶିକ୍ଷକ ଶିକ୍ଷୟତ୍ରୀଙ୍କ ମଧ୍ୟରୁ ତିନି ଜଣ ସୁରଭି କାର୍ଯ୍ୟକ୍ରମକୁ ଯାଇଥିବା ବେଳେ ଅଷ୍ଟମ ଶ୍ରେଣୀର ତିନି ଜଣ ଛାତ୍ର ଜବରଦସ୍ତ ଆଶୁତୋଷଙ୍କର ହାତ ଗୋଡ଼ ଭିଡି ଆଖି ବନ୍ଦ କରି  ମାଡ଼ି ବସି ମଦ ପିଆଇ ଥିଲେ।

Related Post