Breaking News
ଖେଳ

ଆଜିଠାରୁ ଉତ୍ତରପ୍ରଦେଶ ରଣଜୀ ପରୀକ୍ଷା: ୨୫ ବର୍ଷ ଓଡ଼ିଶା ବିଜୟଶୂନ୍ୟ

ଆଜିଠାରୁ ଉତ୍ତରପ୍ରଦେଶ ରଣଜୀ ପରୀକ୍ଷା: ୨୫ ବର୍ଷ ଓଡ଼ିଶା ବିଜୟଶୂନ୍ୟ

ଭୁବନେଶ୍ବର: ‘ବାରବାଟୀ ଶୂନ’ରୁ ୨୦୨୫-୨୬ ରଣଜୀ ଋତୁ ଆରମ୍ଭ କରିଥିବା ଓଡ଼ିଶା ଦଳ ଶନିବାରଠାରୁ ଦ୍ବିତୀୟ ରାଉଣ୍ଡ୍‌ରେ ଉତ୍ତରପ୍ରଦେଶ ସହ ଖେଳିବ। ପ୍ରଥମ ରାଉଣ୍ଡରେ ଘରୋଇ ପରିବେଶରେ ଖେଳିବା ସତ୍ତ୍ବେ ଓଡ଼ିଶାକୁ ଭ୍ରମଣକାରୀ ବରୋଦା ହରାଇ ଦେଇଥିଲା। କାନପୁରଠାରେ ଖେଳାଯିବାକୁ ଥିବା ଉତ୍ତରପ୍ରଦେଶ ମୁକାବିଲା ମଧ୍ୟ ଶୁଭ୍ରାଂଶୁ ସେନାପତିଙ୍କ ଦଳ ପାଇଁ ସମାନ ଆହ୍ବାନ ଆଣିବ। ଓପନିଂରୁ ଭଲ ପ୍ରାରମ୍ଭ ସହିତ ବଡ଼ ପାଳି ଗଢ଼ିବା, ବୋଲିଂରେ ପ୍ରଭାବୀ ପ୍ରଦର୍ଶନ ‌ଦେବା ଏବଂ କ୍ଷେତ୍ରରକ୍ଷଣରେ ତନ୍ଦରୁସ୍ତ ରହିବାର ଆବଶ୍ୟକ କରୁଛି ଓଡ଼ିଶା ଦଳ। ଅନ୍ୟପକ୍ଷରେ ଉତ୍ତରପ୍ରଦେଶ ପ୍ରଥମ ମ୍ୟାଚ୍‌ରେ ଭଲ ବ୍ୟାଟିଂ କରି ୩ ପଏଣ୍ଟ ସହ ଏହି ମୁକାବିଲା କରିବାକୁ ଯାଉଛି। କାନପୁରର ସମାନ ଗ୍ରିନ୍‌ ପାର୍କ ଗ୍ରାଉଣ୍ଡ୍‌ରେ ଆନ୍ଧ୍ରପ୍ରଦେଶ ୪୭୦ ରନ୍ କରିବା ପରେ ରିଙ୍କୁ ସିଂହ (୧୬୫*)ଙ୍କ ପାଳି ବଳରେ ଉତ୍ତରପ୍ରଦେଶ ୪୭୧/୮ ସ୍କୋର୍‌ କରି ୩ ପଏଣ୍ଟ୍ ଅର୍ଜନରେ ସକ୍ଷମ ହୋଇଥିଲା। କରଣ ଶର୍ମାଙ୍କ ଦଳ ଏବେ କ୍ରମାଗତ ଘରୋଇ ମ୍ୟାଚ୍‌ ଖେଳିବାକୁ ଯାଉଥିବାରୁ ପୂରା ଆତ୍ମବିଶ୍ବାସରେ ରହିଛି। ଓଡ଼ିଶା ଖେଳାଳିଙ୍କୁ ନିଜ ସ୍ତର ବଢ଼ାଇବା ସହ ଲଢ଼ୁଆ ପ୍ରଦର୍ଶନର ଆବଶ୍ୟକତା ରହିଛି।

Related Post