ଟାଙ୍ଗୀ: ଜାତୀୟ ରାଜପଥରେ ଜାତୀୟ ରାଜପଥ ପ୍ରାଧୀକରଣ (ଏନ୍ଏଚ୍ଏଆଇ)ର ସର୍ବଭାରତୀୟ ଟୋଲ୍ଫ୍ରି ହେଲ୍ପଲାଇନ୍ ନମ୍ବର ୧୦୩୩। ଏହି ନମ୍ବରେ ୨୪ ଘଣ୍ଟିଆ ସହାୟତା ପ୍ରଦାନ କରାଯାଇଥାଏ। କିନ୍ତୁ ଯେଉଁଠାରେ ମୋବାଇଲ୍ ନେଟ୍ୱାର୍କ କାମ କରେନାହିଁ, ସେଠାରେ ‘ଏସ୍ଓଏସ୍ କଲ୍ବକ୍ସ’ ସ୍ଥାପନ କରାଯାଇଛି। ଏହି ଜରୁରୀକାଳୀନ ସହାୟତା ବକ୍ସ ଅନେକଙ୍କ ଜୀବନ ବଞ୍ଚାଇଥାଏ ଓ ବିପଦରୁ ରକ୍ଷା କରିଥାଏ। କିନ୍ତୁ ୧୬ନମ୍ବର ଜାତୀୟ ରାଜପଥର ଖୋର୍ଦ୍ଧା ଠାରୁ ବ୍ରହ୍ମପୁର ମଧ୍ୟରେ ଅନେକ ସ୍ଥାନର ଏହି କଲ୍ବକ୍ସକୁ ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି। ଏହି ସ୍ଥିତିରେ ଜାତୀୟ ସମ୍ପତ୍ତି ସୁରକ୍ଷାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏସଓଏସ ମାନେ(ସେଭ୍ ଆୱାର୍ ସୋଲ୍ସ) ଅର୍ଥ ‘ଆମ ଜୀବନ ବଞ୍ଚାଓ’। ୧୬ନମ୍ବର ଜାତୀୟ ରାଜପଥ ଭୁବନେଶ୍ୱର ରୁ ବ୍ରହ୍ମପୁର ଗଲାବେଳେ ପ୍ରତି ୨ କିଲୋମିଟର ରାସ୍ତା ବ୍ୟବଧାନରେ ଜାତୀୟ ରାଜପଥ ପାର୍ଶ୍ବରେ ରେ ଏସଓଏସ ଲେଖା ଥିବା ନାମ ଫଳକ ନଜରକୁ ଆସିଥାଏ ପୁଣି କିଛି ବାଟ ଗଲା ପରେ ସୋଲାର ପାନେଲ୍ ସଂଯୋଗ ହୋଇଥିବା ଏକ ଖୁଣ୍ଟି ଦେଖିବାକୁ ମଧ୍ୟ ମିଳିଥାଏ । ସେହି ଖୁଣ୍ଟ ରେ ଗୋଟିଏ କମଳା ରଙ୍ଗର ବାକ୍ସ ଲାଗିଥିବାର ଦେଖିବାକୁ ମିଳେ ଯାହା ସଡ଼କ ଦୁର୍ଘଟଣା କିମ୍ବା ଅନ୍ୟାନ୍ୟ ସମସ୍ୟାରେ ଯାତ୍ରୀମାନଙ୍କୁ ସହାୟକ ହେବା ପାଇଁ ଲାଗିଥାଏ। ଏହି ବକ୍ସରେ ଥିବା ଗୋଟିଏ ସୁଇଚ୍ ଦବାଇଲେ ନିକଟସ୍ଥ ପୋଲିସ ଷ୍ଟେସନ, ଅଗ୍ନିଶମ କେନ୍ଦ୍ର ଓ ଆମ୍ବୁଲାନ୍ସ ସହିତ ସଂଯୁକ୍ତ ଏସ୍ଓଏସ୍ କଲ୍ ପାଇବା ପରେ ତୁରନ୍ତ ଲୋକେସନ ଟ୍ରାକ୍ କରି ସାହାଯ୍ୟକାରି ଦଳ ପହଞ୍ଚିଥାନ୍ତି।ଏହି ବକ୍ସଗୁଡ଼ିକ ଜିପିଏସ୍ ସକ୍ଷମ ଓ ଏକ ଭଏସ୍ ଯୋଗାଯୋଗ ପ୍ରଣାଳୀରେ କାମ କରେ। କିନ୍ତୁ ବିଡ଼ମ୍ବନାର ବିଷୟ ରାଜପଥରେ ଯାତ୍ରି କିମ୍ବା ଡ୍ରାଇଭର ସୁବିଧା ପାଇଁ ଲାଗି ଥିବା ଏହି ଯନ୍ତ୍ରଗୁଡ଼ିକ ଏବେ ଦୟନୀୟ ଅବସ୍ଥାରେ ଜାତୀୟ ରାଜପଥ କଡ଼ରେ ଝୁଲି ରହିଛି। କେହି ଅସାମାଜିକ ବ୍ୟକ୍ତିମାନେ ଏହି ଏସଓଏସ ବାକ୍ସରୁ ବ୍ୟାଟେରୀ ଚୋରି କରିନେଇଯାଇଛନ୍ତି ତ କେଉଁଠାରୁ ସମୁଦାୟ ସୋଲାର ସହିତ ବିଭିନ୍ନ ଯନ୍ତ୍ରପାତି ଉଠାଇନେଇଛନ୍ତି। ରାଜପଥରେ ପାଟ୍ରୋଲିଂ କାମ କରୁନଥିବାରୁ ଏଭଳି ସ୍ଥିତି ଉପୁଜିଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଅପରପକ୍ଷରେ, ଏଭଳି ଚୋରି ସମ୍ପର୍କରେ ଏନ୍ଏଚ୍ଏଆଇ ପକ୍ଷରୁ ମଧ୍ୟ ଟାଙ୍ଗୀ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ଏଥିରୁ ଏକ ବଡ଼ଦୁର୍ନୀତିକୁ ଲୁଚାଇବାକୁ ଏଭଳି କରାଯାଇଛି ବୋଲି ଆଲୋଚନା ହେଉଛି। ସରକାରଙ୍କ ପକ୍ଷରୁ ଘଟଣାର ସମ୍ବେଦନଶୀଳତା ପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।
Breaking News
- ନିଲମ୍ବିତ ଆଇଆଇସି ସଂଧ୍ୟାରାଣୀ ଜେନାଙ୍କ ନାଁରେ ରୁଜୁ ହେଲା ମାମଲା: କେନ୍ଦ୍ରାପଡ଼ା: ନିଲମ୍ବିତ ଆଇଆଇସି ସଂଧ୍ୟାରାଣୀ ଜେନାଙ୍କ ନାଁରେ ରୁଜୁ ହେଲା ମାମଲା। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ତାଳଚୁଆ ସାମୁଦ୍ରିକ ଥାନାରେ ମାମଲା ରୁଜୁ କରିଛି ପୁଲିସ୍।
- ପାରାଦୀପ ଅବକାରୀ ଇନ୍ସପେକ୍ଟର ନିଲମ୍ବିତ: ମହଙ୍ଗା ପଡ଼ିଲା ଡ୍ୟୁଟିରେ ଅବହେଳା: କାହାକୁ ନ ଜଣାଇ ଅନୁପସ୍ଥିତ ରହିବା, ଡ୍ୟୁଟିରେ ଅବହେଳା କରିବା ଘଟଣାକୁ ନେଇ ପାରାଦୀପ ଅବକାରୀ ଇନ୍ସେପେକ୍ଟର ବନ୍ଦନା ପଟ୍ଟନାୟକଙ୍କୁ ମହଙ୍ଗା ପଡ଼ିଛି। ଜିଲ୍ଲାପାଳଙ୍କ ସୁପାରିଶ ଆଧାରରେ ଅବକାରୀ କମିସନର ଇନ୍ସପେକ୍ଟର ବନ୍ଦନା ପଟ୍ଟନାୟକଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି।
- ମହାନଦୀ ସେତୁରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ: ସୋନପୁର-ସମ୍ବଲପୁର ରାସ୍ତାର ମହାନଦୀ ସେତୁରୁ ଜଣେ ମହିଳା ନଦୀ ଗର୍ଭକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସୌଭାଗ୍ୟ ବଶତଃ ପାଣିରେ ପଡ଼ିଥିଲେ।
- ହିମାଚଳ ପ୍ରଦେଶରେ ୫୦୦ ମିଟର ଗଭୀର ଖାଇକୁ ଖସିଲା ପର୍ଯ୍ୟଟକ ଗାଡ଼ି, ୮ ମୃତ: ହିମାଚଳ ପ୍ରଦେଶର ଚାମ୍ବା ଜିଲ୍ଲାରେ ଏକ ପର୍ଯ୍ୟଟକ ଗାଡ଼ି ନିୟନ୍ତ୍ରଣ ହରାଇ ପ୍ରାୟ ୫୦୦ ମିଟର ଗଭୀର ଖାଇକୁ ଖସିପଡ଼ିବା ଫଳରେ ୮ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ଏବେବି ନିଖୋଜ ଅଛନ୍ତି।
- ଗାଡ଼ି ଧକ୍କାରେ ଜଣେ ମୃତ, ୧ ଗୁରୁତର: ସୁନ୍ଦରଗଡ଼: ହେମଗିର ଥାନା ଟପରିଆ ନିକଟରେ ମଙ୍ଗଳବାର ବିଳମ୍ଵିତ ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ଯୁ ହୋଇଯାଇଛି। ମୃତକ ହେଲେ ହିମାଂଶୁ ବାରିକ। ସେ ହେମଗିର ବ୍ଲକ୍ ବିଜେପି ନେତା ତଥା ଋଷିଗୁମ୍ଫା ଉନ୍ନୟନ ସମିତି ସଭାପତି ମାଧବ ବାରିକଙ୍କ ସାନ ପୁଅ। ହିମାଂଶୁ ଟ୍ରକ ପରିବହନ ସମ୍ପର୍କରେ ବୁଝି ରାତିରେ ଜଣେ ସାଙ୍ଗ ସହ ବୁଲେଟରେ ଘୋଘରପାଲି ଘରକୁ ଫେରୁଥିଲେ। ଟପରିଆ ନିକଟରେ ଦୁର୍ଘଟଣା ହୋଇଥିଲା। ଧକ୍କା ଏତେ ଜୋର୍ ଥିଲା ଯେ ବୁଲେଟ ଖଣ୍ଡବିଖଣ୍ଡ ହୋଇ ଯାଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଦୁହିଁଙ୍କୁ ଉଦ୍ଧାର କରି ହେମଗିର ଡାକ୍ତରଖାନା ନେଇଥି
- ଓଡ଼ିଶା ଜିମ୍ନାଷ୍ଟ ପ୍ରୀତିଙ୍କ ବିରଳ ସଫଳତା : ଭୁବନେଶ୍ବର: ଓଡ଼ିଶା ଜିମ୍ନାଷ୍ଟ ପ୍ରୀତି ଝଙ୍କାର ଏକ ବିରଳ ସଫଳତା ହାସଲ କରିଛନ୍ତି। ପ୍ରଥମ ଭାରତୀୟ ମହିଳା ଭାବେ ସେ ବିଶ୍ବ ଜିମ୍ନାଷ୍ଟିକ୍ସ ସ୍କଲାର୍ସିପ୍ ହାସଲ କରିଛନ୍ତି। ଏହି ସ୍କଲ୍ରସିପ୍ ଲାଗି ବିଶ୍ବର ୨୦ ଦେଶର ଜିମ୍ନାଷ୍ଟଙ୍କ ମଧ୍ୟରୁ ମାତ୍ର ୧୨ ଜଣଙ୍କୁ ଚୟନ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରେ ପ୍ରୀତି ରହିଛନ୍ତି। ଏହି ସଫଳତା ପାଇଁ ଓଡ଼ିଶାର କ୍ରୀଡ଼ା ବିଭାଗ ପକ୍ଷରୁ ପ୍ରୀତିଙ୍କୁ ଅଭିନନ୍ଦନ ଜଣାଇବା ସହ ବିଶ୍ବ ମଞ୍ଚରେ ଏହା ତାଙ୍କର ଅତୁଳନୀୟ ପ୍ରତିଭାକୁ ଦର୍ଶାଉଛି ବୋଲି କୁହାଯାଇଛି। ‘ଏକ୍ସ’ରେ ଏକ ପୋଷ୍ଟ ମାଧ୍ୟମରେ କ୍ରୀଡ଼ା ବିଭାଗ ଲେଖିଛ
- ରଙ୍ଗମାଟିଆରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଭୁବନେଶ୍ବର: ମଞ୍ଚେଶ୍ୱର ରଙ୍ଗମାଟିଆରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର। ଘଟଣାସ୍ଥଳରେ ମଞ୍ଚେଶ୍ୱର ପୁଲିସ। କାରଣ ଅସ୍ପଷ୍ଟ।
- ବାଙ୍ଗଲାଦେଶୀ ନୁହନ୍ତି ଭାରତୀୟ: ଭୋଟ ଦେବା ଅଧିକାର ନାହିଁ, ସରକାରୀ ସହାୟତା ବି ନାହିଁ: ରାଜ୍ୟରେ ଚାଲିଛି ଡବଲ ଇଂଜିନ ସରକାର। ସରକାରଙ୍କ ପକ୍ଷରୁ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଘର ଯୋଗାଇବା ସହିତ କାହାରିକୁ ଅନାହାରରେ ରହିବାକୁ ନଦେବାକୁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି।
- ଉତ୍ତର ପ୍ରଦେଶ: ଭୟଙ୍କର ଝଡ଼ ଯୋଗୁ ଭାଙ୍ଗିଗଲା ନିର୍ମାଣାଧୀନ ପୋଲ , ୬ ଶ୍ରମିକଙ୍କ ମୃତ୍ୟୁ:ଉତ୍ତର ପ୍ରଦେଶରେ ବିଳମ୍ବିତ ରାତିରେ ଭୟଙ୍କର ଝଡ଼ ଆସି ବେତୱା ନଦୀ ଉପରେ ନିର୍ମାଣ ହେଉଥିବା ସେତୁଟି ଭାଙ୍ଗି ପଡ଼ିବା ଯୋଗୁ ୬ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାର ପ୍ରତି ସମ୍ବେଦନା ପ୍ରକାଶ କରିଛନ୍ତି।
- dsfkds hfkjhsdkjfds
Related Post
Stay Connected
ନିଉଜ ଆଲର୍ଟ
Subscribe To Our Newsletter
No spam, notifications only about news updates.
Don’t worry, we don’t spam