Breaking News
ଅପରାଧ

ଦୀପାବଳିରେ ବଡ଼ଧରଣର ଅଗ୍ନିକାଣ୍ଡ, ରାତିସାରା ଜଳିଲା କମ୍ପାନି

ଦୀପାବଳିରେ ବଡ଼ଧରଣର ଅଗ୍ନିକାଣ୍ଡ, ରାତିସାରା ଜଳିଲା କମ୍ପାନି

ପାରଳାଖେମୁଣ୍ଡି: ଗୋଷାଣୀ ବ୍ଳକ ଅନ୍ତର୍ଗତ ଲାବାନ୍ୟଗଡ଼ ନିକଟ ଶ୍ରୀ ଜଗନ୍ନାଥ କାଜୁ କମ୍ପାନିରେ ଲାଗିଛି ନିଆଁଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଛନ୍ତି। ବିଳମ୍ବିତ ରାତି ୧୧ଟାରୁ ନିଆଁ ଲାଗିଥିବା ବେଳେ ଏବେବି ଜଳୁଛି କମ୍ପାନି। କମ୍ପାନି ଭିତରେ ଶହ ଶହ କୁଇଣ୍ଟାଲର କାଜୁ ଚୋପା ଗଚ୍ଛିତ ରହିଛି। ଆଉ ସେଥିରେ ନିଆଁ ଲାଗିଥିବାରୁ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇ ପଡିଛି। ଶୁଖିଲା କାଜୁ ଚୋପାରେ ତେଲିଆ ଅଂଶ ଥିବାରୁ ହୂତୁ ହୁତୁ ହୋଇ ଜଳୁଛି। ତେଣୁ କମ୍ପାନି ଭିତରକୁ ଯିବା କଷ୍ଟ ସାଧ୍ୟ ହେବାରୁ ଜେସିବି ସାହାଯ୍ୟରେ କାନ୍ଥ ଭାଙ୍ଗି ପଛପଟୁ ଯିବା ପାଇଁ ଅଗ୍ନିଶମ ଅଧିକାରୀ ପ୍ରଚେଷ୍ଟା କରୁଛନ୍ତି। କେତେକ ଅଂଶରେ ନିଆଁ ଲିଭିବା ପରେ ବି ଧୂଆଁ ବାହାରୁଛି। ତେବେ ନିଆଁ ଆୟତ୍ତ ହେବା ପରେ କ୍ଷୟକ୍ଷତିର ଆକଳନ ସହ ନିଆଁ ଲାଗିବାର କାରଣ ଜଣାପଡ଼ିବ ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି।

Related Post