Breaking News
ଅପରାଧ

ମଦ୍ୟପ ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ମଦ୍ୟପ ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଥାନା ହାତିଗୋଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅସନକୁଦୁର ଖଡିଆ ଵସ୍ତିରେ ମଦ୍ୟପ ସ୍ବାମୀ ସୁବୁଦ୍ଧି ଦେହୁରୀ (୫୦ )ଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀ ଟୁରି ଦେହୁରୀ ମୃତ୍ୟୁବରଣ କରିଛନ୍ତି। ଘଟଣାରୁ ପ୍ରକାଶ, ଶୁକ୍ରବାର ସାପ୍ତାହିକ ହାଟକୁ ଟୁରୀ ଆସି ସଂଧ୍ୟାରେ ଘରକୁ ଫେରିଥିଲେ। ଘରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ଯରେ କଳହ ହୋଇଥିଲା। ସ୍ବାମୀ କବାଟ ବନ୍ଦ କରି ସ୍ତ୍ରୀ ଟୁରୀଙ୍କୁ ଟଙ୍ଗିଆରେ ବେକକୁ ହାଣି ଝରକା ବାଟେ ଡେଇଁ ବାହରକୁ ପଳାଇଥିଲା। ଗତକାଲି ରାତି ୯ ଟାରେ ବଡ଼ ପୁଅ ପବିତ୍ର ଦେହୁରୀ (୨୩) ଠାକୁରମୁଣ୍ଡା ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ।ଶୁକ୍ରବାର ସାପ୍ତାହିକ ହାଟକୁ ଟୁରୀ ଆସି ସଂଧ୍ୟାରେ ଘରକୁ ଫେରିଥିଲେ। ଘରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ଯରେ କଳହ ହୋଇଥିଲା। ସ୍ବାମୀ କବାଟ ବନ୍ଦ କରି ସ୍ତ୍ରୀ ଟୁରୀଙ୍କୁ ଟଙ୍ଗିଆରେ ବେକକୁ ହାଣି ଝରକା ବାଟେ ଡେଇଁ ବାହରକୁ ପଳାଇଥିଲା। ଗତକାଲି ରାତି ୯ ଟାରେ ବଡ଼ ପୁଅ ପବିତ୍ର ଦେହୁରୀ (୨୩) ଠାକୁରମୁଣ୍ଡା ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ। ଖବର ପାଇ ଠାକୁରମୁଣ୍ଡା ଥାନା ଅଧିକାରୀ ସାବିତ୍ରୀ ଦଳେଇ ୧୧୮/୨୦୨୫ ଦଫା ୧୦୩(୧)ବିଏନଏସରେ ଏକ ମାମଲା ରୁଜୁ  ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ ପରେ ଅଭିଯୁକ୍ତ ସୁବୁଦ୍ଧି ଦେହୁରୀଙ୍କୁ ଅଟକ ରଖି ପଚରାଉଚରା କରୁଛି।

Related Post